ମେଳାରେ ଚୋରି ହୋଇଗଲା ବିଜେପି ବିଧାୟକଙ୍କ ଜୋତା

ଆଗ୍ରା: ମେଳାରେ ଚୋରି ହୋଇଗଲା ବିଜେପି ବିଧାୟକ ଛୋଟେଲାଲ ବର୍ମାଙ୍କ ଜୋତା। ବିଧାୟକ ଛୋଟେଲାଲ ମେଳର ଉଦଘାଟନ କରିବାକୁ ଯାଇଥିଲେ। ଉଦଘାଟନ ବେଳେ ତାଙ୍କ ଜୋତା କେହି ଚୋରି କରି ନେଇଛନ୍ତି। ଫଳରେ ଫତେହାବାଦର ବିଧାୟକ କେବଳ ମୋଜା ପିନ୍ଧି ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ସେ ମୋଜା ପିନ୍ଧି ଚାଲିଚାଲି ଗାଡ଼ି ପାଖକୁ ଆସୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ବିଧାୟକ ଛୋଟେଲାଲ ଶାମଶାବାଦ ପୁଲିସ୍‌ ଷ୍ଟେସନରେ ଥିବା ଗୋଟିଏ ଗାଁକୁ ସତୀ ମେଳା ଉଦଘାଟନ […]

BJP

Hemant Lenka
  • Published: Saturday, 23 April 2022
  • , Updated: 23 April 2022, 01:32 PM IST

ଆଗ୍ରା: ମେଳାରେ ଚୋରି ହୋଇଗଲା ବିଜେପି ବିଧାୟକ ଛୋଟେଲାଲ ବର୍ମାଙ୍କ ଜୋତା। ବିଧାୟକ ଛୋଟେଲାଲ ମେଳର ଉଦଘାଟନ କରିବାକୁ ଯାଇଥିଲେ। ଉଦଘାଟନ ବେଳେ ତାଙ୍କ ଜୋତା କେହି ଚୋରି କରି ନେଇଛନ୍ତି। ଫଳରେ ଫତେହାବାଦର ବିଧାୟକ କେବଳ ମୋଜା ପିନ୍ଧି ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ସେ ମୋଜା ପିନ୍ଧି ଚାଲିଚାଲି ଗାଡ଼ି ପାଖକୁ ଆସୁଥିବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ବିଧାୟକ ଛୋଟେଲାଲ ଶାମଶାବାଦ ପୁଲିସ୍‌ ଷ୍ଟେସନରେ ଥିବା ଗୋଟିଏ ଗାଁକୁ ସତୀ ମେଳା ଉଦଘାଟନ କରିବାକୁ ଆସିଥିଲେ। ଏହି ସମୟରେ ସେ ସତୀ ମନ୍ଦିର ବାହାରେ ଜୋତା ରଖିଥିଲେ। ମନ୍ଦିରର ଦର୍ଶନ ସାରି ଫେରିବା ବେଳକୁ ତାଙ୍କ ଜୋତା ଆଉ ସେଠାରେ ନଥିଲା। ବେଶ ଖୋଜାଖୋଜି ପରେ ମଧ୍ୟ ଛୋଟେଲାଲଙ୍କ ଜୋତା ମିଳି ନଥିଲା। ଫଳରେ ସେ କେବଳ ମୋଜା ପିନ୍ଧି ଗାଡ଼ି ନିକଟକୁ ଚାଲି ଚାଲି ଆସିଥିଲେ।

ଜୋତା ଚୋରି ସମ୍ପର୍କରେ ପ୍ରତିକ୍ରିୟା ଦେଇ ଛୋଟେଲାଲ କହିଛନ୍ତି, “କେହି ଗରିବ ଲୋକ ମୋ ଜୋତା ନେଇଯାଇଛନ୍ତି। ମା ସତୀଙ୍କୁ ଉକ୍ତ ଗରିବ ଲୋକଙ୍କୁ ଭଲରେ ଓ ଖୁସିରେ ରଖନ୍ତୁ।”


ମନ୍ଦିରେ ପୂଜା କରି ବିଧାୟକ ଜୋତା ନ ପାଇବାରୁ ତାଙ୍କ ସମର୍ଥକ ଓ ସୁରକ୍ଷାକର୍ମୀମାନେ ବିଚଳିତ ହୋଇଯାଇଥିଲେ। କିଛି ସମୟ ପାଇଁ ସମସ୍ତେ ଏଣେତେଣେ ଖୋଜାଖୋଜି ମଧ୍ୟ କରିଥିଲେ। ତେବେ ପୂରା ଅଞ୍ଚଳରେ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଜୋତା ମିଳି ନଥିଲା।

Related story