କମ୍ବଳ ବଣ୍ଟନ ଦଳାଚକଟା ପଛରେ ଟିଏମସିର ଷଡ଼ଯନ୍ତ୍ର ରହିଛି: ବିଜେପି

କୋଲକାତା: ପଶ୍ଚିମବଙ୍ଗର ଆସନସୋଲର ବୁରଦ୍ୱାନରେ ବୁଧବାର ସନ୍ଧ୍ୟାରେ କମ୍ବଳ ବଣ୍ଟନ ବେଳେ  ଦଳାଚକଟା ହୋଇ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ବିତରଣ କାର୍ଯ୍ୟକ୍ରମ ବିଜେପି ନେତାଙ୍କ ପକ୍ଷରୁ ଆୟୋଜନ କାରାଯାଇଥିଲା। ଏହି ସଭାରେ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଭାଷଣ ଦେଇ ଗଲା ପରେ ଏଭଳି ପରିସ୍ଥତି ଉପୁଜିଥିଲା। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଘଟଣା ପଛରେ ଟିଏମସିର ଷଡ଼ଯନ୍ତ୍ର ଥିବା ଜଣେ ବିଜେପି ନେତା […]

uio

  • Published: Thursday, 15 December 2022
  • , Updated: 15 December 2022, 04:16 PM IST

କୋଲକାତା: ପଶ୍ଚିମବଙ୍ଗର ଆସନସୋଲର ବୁରଦ୍ୱାନରେ ବୁଧବାର ସନ୍ଧ୍ୟାରେ କମ୍ବଳ ବଣ୍ଟନ ବେଳେ  ଦଳାଚକଟା ହୋଇ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ବିତରଣ କାର୍ଯ୍ୟକ୍ରମ ବିଜେପି ନେତାଙ୍କ ପକ୍ଷରୁ ଆୟୋଜନ କାରାଯାଇଥିଲା। ଏହି ସଭାରେ ବିଜେପି ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଭାଷଣ ଦେଇ ଗଲା ପରେ ଏଭଳି ପରିସ୍ଥତି ଉପୁଜିଥିଲା। ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଘଟଣା ପଛରେ ଟିଏମସିର ଷଡ଼ଯନ୍ତ୍ର ଥିବା ଜଣେ ବିଜେପି ନେତା ସାଂସଦ ସୌମିତ୍ର ଖାନ୍ ଅଭିଯୋଗ କରିଛନ୍ତି।

ବିଷ୍ଣୁପୁରର ବିଜେପି ସାଂସଦ ସୌମିତ୍ର କହିଛନ୍ତି ଯେ,  ଏହି ଦଳାଚକଟା ପଛରେ ଟିଏମସିର ଷଡ଼ଯନ୍ତ୍ର ରହିଛି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଫସାଇବା ଉଦ୍ଦେଶ୍ୟରେ ଟିଏମସି ପକ୍ଷରୁ ଏଭଳି ଏକ ଚକ୍ରାନ୍ତ କରାଯାଇଛି। ଶାସକ ଦଳ ପକ୍ଷରୁ ଶୁଭେନ୍ଦୁ ଅଧିକାରୀଙ୍କୁ ବଦନାମ କରିବା ପାଇଁ ବାରମ୍ବାର ଏଭଳି ହୀନ ଚକ୍ରାନ୍ତ କରାଯାଉଥିବା ସେ କହିଛନ୍ତି।

ଶୁଭେନ୍ଦୁ ଅଧିକାରୀ ଘଟଣାସ୍ଥଳ ଛାଡିବାର ଏକ ଘଣ୍ଟା ପରେ ଏହି ଘଟଣା ଘଟିଛି ବୋଲି ସେ  କହିଛନ୍ତି। ସେ କହିଛନ୍ତି ଯେ, ବିଜେପି ନେତା ଚାଲିଯିବା ପରେ କିଛି ଅପରାଧୀ ଘଟଣାସ୍ଥଳକୁ ଯାଇଥିଲେ। ଏହା ସତ୍ୟ ଯେ ଶୁଭେନ୍ଦୁଙ୍କ ସଭାରେ ବହୁ ଜନସମାଗମ ହୋଇଥିଲା। ମୃତକଙ୍କ ପରିବାର ପ୍ରତି  ଆମର ଗଭୀର ସମବେଦନା ରହିଛି। ସେପଟେ ଆସାନସୋଲ ପୁଲିସ କମିଶନର ଏସ.କେ ନୀଳକଣ୍ଠ କହିଛନ୍ତି, ପୁଲିସର ଅନୁମତି ନନେଇ ଏହି  କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।  ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ସେ ଘଟଣାସ୍ଥଳ ଛାଡିବାର ପ୍ରାୟ ଏକ ଘଣ୍ଟା ପରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି।

ଟିଏମସିର ମୁଖପାତ୍ର କୁନାଲ ଘୋଷ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଶୁଭେନ୍ଦୁ ଅଧିକାରୀ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ନେଇ ନଥିଲେ। କମ୍ବଳ ବଣ୍ଟନ ନାମରେ ଅଧିକାରୀ ବହୁ ସଂଖ୍ୟକ ଲୋକଙ୍କୁ ଏକ ସ୍ଥାନକୁ ଡାକିଥିଲେ। ଏତେ ସଂଖ୍ୟକ ଜନସମାବେଶକୁ ପରିଚାଳନା କରିବାର  କ୍ଷମତା ନଥିଲା। ସମନ୍ୱୟର ଅଭାବ ଥିଲା। ଶୁଭେନ୍ଦୁ ଅଧିକାରୀ ଗରିବ ଲୋକଙ୍କ ଜୀବନ ସହିତ ଖେଳିଛନ୍ତି। ସେ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି।

Related story