ବିଜେପି ସାଂସଦଙ୍କ ବିବାଦୀୟ ବୟାନ- ‘ମଦ-ସିଗାରେଟ୍ ପିଅ, କିନ୍ତୁ ପାଣି ବଞ୍ଚାଅ’

ଭୋପାଲ: ମଦ ପିଅ, ସିଗାରେଟ୍ ଟାଣ, ତମାଖୁ ଚବାଅ। କିନ୍ତୁ ପାଣି ବଞ୍ଚାଅ। ଏଭଳି କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରା। ତାଙ୍କର ଏହି ବୟାନ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶ ରିୱାର ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରା ନିକଟରେ ଜଳ ସଂରକ୍ଷଣ କର୍ମଶାଳାରେ ଯୋଗ ଦେଇଥିଲେ। ଏଥିରେ ସେ ସାମିଲ ହୋଇ ପାଣି ବଞ୍ଚାଇବା ପାଇଁ ଅଜବଗଜବ ପରାମର୍ଶ ଦେଇଥିଲେ। ସେ କହିଥିଲେ, ମଦ […]

BJP MP janardan-mishra

BJP MP janardan-mishra

Madhupriya Mistry
  • Published: Tuesday, 08 November 2022
  • Updated: 08 November 2022, 12:32 PM IST

ଭୋପାଲ: ମଦ ପିଅ, ସିଗାରେଟ୍ ଟାଣ, ତମାଖୁ ଚବାଅ। କିନ୍ତୁ ପାଣି ବଞ୍ଚାଅ। ଏଭଳି କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରା। ତାଙ୍କର ଏହି ବୟାନ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଧ୍ୟପ୍ରଦେଶ ରିୱାର ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରା ନିକଟରେ ଜଳ ସଂରକ୍ଷଣ କର୍ମଶାଳାରେ ଯୋଗ ଦେଇଥିଲେ। ଏଥିରେ ସେ ସାମିଲ ହୋଇ ପାଣି ବଞ୍ଚାଇବା ପାଇଁ ଅଜବଗଜବ ପରାମର୍ଶ ଦେଇଥିଲେ। ସେ କହିଥିଲେ, ମଦ ପିଅ, ସିଗାରେଟ୍ ଟାଣ, ତମାଖୁ ଚବାଅ, ଗଞ୍ଜେଇ ଟାଣ, କୋରେକ୍ସ ପିଅ ଅବା ଥିନର କିମ୍ବା ସଲ୍ୟୁସନ ସିଙ୍ଘ କିନ୍ତୁ ପାଣିର ମହତ୍ୱକୁ ବୁଝିବାକୁ ଚେଷ୍ଟା କର। ପାଣିର ଅଯଥା ଖର୍ଚ୍ଚ କରନାହିଁ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ, ସମସ୍ତଙ୍କୁ ଜଳ ଟିକସ ଦେବାକୁ ପଡିବ। ଜଳ ସଂପଦ ସରି ଆସୁଥିବା ବେଳେ ଲୋକେ ନଳକୂପ ଓ ବୋର୍‌ୱେଲ୍ ଖୋଳି ଭୂତଳ ଜଳ ଶେଷ କରୁଛନ୍ତି। ସେ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେବା ସହ ଏଥିପ୍ରତି ଏବେଠାରୁ ସାବଧାନ ନହେଲେ ଭବିଷ୍ୟତର ପିଢ଼ିଙ୍କ ପାଣି ପାଣି ବଞ୍ଚିବ ‌ନାହିଁ ବୋଲି ଆଶଙ୍କା ପ୍ରକଟ କରିଛନ୍ତି। ନିଜର ଟଙ୍କାକୁ ଯେପରି ଭାବେ ବି ଖର୍ଚ୍ଚ କରନ୍ତୁ, ମାତ୍ର ଜଳ ସଂରକ୍ଷଣ ସମସ୍ତଙ୍କ ପ୍ରାଥମିକତା ହେବା ଉଚିତ ବୋଲି ସେ କହିଛନ୍ତି।

https://twitter.com/ANI/status/1589767695893164032?s=20&t=SNpHHKFRs9tYYlEJwXUfAg

ବାସ୍ତବରେ, ସହରର କୃଷ୍ଣ ରାଜ କପୁର ଅଡିଟୋରିୟମରେ ଜାଲ ଜୀବ ମିଶନ ଅଧୀନରେ ଚାଲିଥିବା 'ହର ଘର ଜଲ ଅଭିଯାନ' ଅଧୀନରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ରିୱାରୁ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମଧ୍ୟପ୍ରଦେଶ ଫାଉଣ୍ଡେସନ ଡେ’ ପାଳନ ଅବସରରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos