ହାଇଦ୍ରାବାଦ: ଆଜି ୬ଟି ରାଜ୍ୟର ୭ଟି ବିଧାନସଭାରେ ଉପନିର୍ବାଚନ ଚାଲିଛି। ଏଥିପାଇଁ ସକାଳ ୭ଟାରୁ ଜାରି ରହିଛି ଭୋଟିଂ। ତେଲେଙ୍ଗାନାର ମୁନୁଗୋଡେ ଆସନରେ ମଧ୍ୟ ଉପନିର୍ବାଚନ ହେଉଛି। ତେବେ ଏଠାରେ ଭୋଟିଂ ପୂର୍ବରୁ ଏଠାକାର ବିଜେପି ରାଜ୍ୟ ସଭାପତିଙ୍କୁ ଉଠାଇ ନେଇଛି ପୁଲିସ।
ବିଜେପି ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟଙ୍କୁ ଅବଦୁଲାପୁରମେଟ୍ ଥାନା ଅଞ୍ଚଳରେ ପୁଲିସ ଅଟକ ରଖିଛି। ଶାସକ ଟିଆରଏସ ଦଳର ମନ୍ତ୍ରୀ ତଥା ନେତାମାନେ ନିର୍ବାଚନ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ଭୟଭୀତ କରୁଛନ୍ତି। ବାରମ୍ବାର ସୂଚନା ଦେବା ସତ୍ତ୍ବେ ପୁଲିସ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଉନାହିଁ ବୋଲି ବନ୍ଦୀ ସଞ୍ଜୟ ଅଭିଯୋଗ କରିଛନ୍ତି।
ଏହାକୁ ନେଇ ବିଜେପି ନେତାମାନେ ଏହା ବିରୋଧରେ ପ୍ରଦର୍ଶନ କରିଥିଲେ। ଏହାପରେ ସେମାନଙ୍କୁ ପୁଲିସ ଉଠାଇ ନେଇ ଅଟକ ରଖିଛି। ଏହି ସମୟରେ, ମୁନୁଗୋଡେରୁ ବିଜେପି ପ୍ରାର୍ଥୀ ରାଜାଗୋପାଲ ରେଡ୍ଡୀ ଶାସକ ଟିଆରଏସ ଦଳରକ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ କରି ରିଟର୍ଣ୍ଣିଂ କ୍ୟାମ୍ପ ଅଫିସରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
ଏହି ମାମଲାରେ ପୁଲିସ ଏଯାଏ ୧୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି।
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।