ଏହି ରାଜ୍ୟର ବିଜେପି ଅଧ୍ୟକ୍ଷଙ୍କ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଇମ୍ଫାଲ୍‌: ଦେଶରେ କରୋନାର କହର ଥମିବାର ନାଁ ନେଉନାହିଁ । ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଏହାରି ଭିତରେ ମଣିପୁରରୁ ଆସିଛି ଦୁଃଖଦ ଖବର। ମଣିପୁରର ବିଜେପି ଅଧ୍ୟକ୍ଷ ପ୍ରଫେସର୍ ଏସ୍ ଟିକେନ୍ଦ୍ର ସିଂହଙ୍କ କରୋନାରେ ଦେହାନ୍ତ ହୋଇଛି । କିଛି ଦିନ ତଳେ ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଥିଲା। ଯାହା ପରେ ତାଙ୍କର କୋଭିଡ୍‌-୧୯ ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହା ପରେ ଇମ୍ଫାଲର […]

s-tikendra-singh

Ranjit Kumar Jena
  • Published: Thursday, 13 May 2021
  • , Updated: 13 May 2021, 11:47 PM IST

ଇମ୍ଫାଲ୍‌: ଦେଶରେ କରୋନାର କହର ଥମିବାର ନାଁ ନେଉନାହିଁ । ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଏହାରି ଭିତରେ ମଣିପୁରରୁ ଆସିଛି ଦୁଃଖଦ ଖବର। ମଣିପୁରର ବିଜେପି ଅଧ୍ୟକ୍ଷ ପ୍ରଫେସର୍ ଏସ୍ ଟିକେନ୍ଦ୍ର ସିଂହଙ୍କ କରୋନାରେ ଦେହାନ୍ତ ହୋଇଛି ।

କିଛି ଦିନ ତଳେ ତାଙ୍କ ଭିତରେ କରୋନାର ଲକ୍ଷଣ ଦେଖା ଦେଇଥିଲା। ଯାହା ପରେ ତାଙ୍କର କୋଭିଡ୍‌-୧୯ ଟେଷ୍ଟ କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହା ପରେ ଇମ୍ଫାଲର ଶିଜା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା। ଯେଉଁକାରଣରୁ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

https://twitter.com/narendramodi/status/1392886954044231681?s=20

ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ପିଏମ୍ ମୋଦି ଟ୍ୱିଟ୍ କରି ଲେଖିଛନ୍ତି, ପ୍ରଫେସର୍ ଏସ୍ ଟିକେନ୍ଦ୍ର ସିଂହଙ୍କ ଦେହାନ୍ତରେ ମୁଁ ବହୁତ ଦୁଃଖିତ। ମଣିପୁରରେ ପାର୍ଟିକୁ ମଜଭୁତ୍ କରିବାରେ ତାଙ୍କର ଯୋଗଦାନକୁ ମନେ ରଖାଯିବ । ସେ ମଧ୍ୟ ଅନେକ ସାମାଜିକ ସେବାରେ ନିବୃତ ଥିଲେ। ତାଙ୍କର ପରିବାର ଓ ସମର୍ଥକଙ୍କ ପ୍ରତି ମୋର ସମବେଦନା।

https://twitter.com/JPNadda/status/1392858895631015938?s=20

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଟିକେନ୍ଦ୍ର ସିଂହଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। ଜେପି ନଡ୍ଡା ଟ୍ୱିଟ୍ କରି ଲେଖିଛନ୍ତି, ଟିକେନ୍ଦ୍ର ସିଂହ ଜଣେ ସମର୍ପିତ ନେତା ଥିଲେ, ଯିଏ ମଣିପୁରରେ ବିଜେପିକୁ ମଜଭୁତ୍ କରିବା ପାଇଁ ସର୍ବଦା ପ୍ରତିଶ୍ରୁତିବଦ୍ଧ ଥିଲେ। ସେ ସମାଜର କଲ୍ୟାଣ ପାଇଁ ଅନେକ ପ୍ରୟାସ କରିଛନ୍ତି। ତାଙ୍କର ଅସମାୟିକ ଓ ଦୁର୍ଭାଗ୍ୟପୂର୍ଣ୍ଣ ଦେହାନ୍ତରେ ଆମେ ମର୍ମାହତ। ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ଓ ସମର୍ଥକଙ୍କ ପ୍ରତି ମୁଁ ସମବେଦନା ଜଣାଉଛି।

Related story