ଗୋଆ ରାଜନୀତିକୁ ନେଇ ବିଜେପି ଉପରେ ବର୍ଷିଲେ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଗୋଆରେ କଂଗ୍ରେସ ବିଧାୟକ ବିଜେପିରେ ଯୋଗଦାନକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ଆମ୍ ଆଦମି ପାର୍ଟି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ।  କେଜ୍ରିଓ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେପି ଅନ୍ୟ ଦଳର ବିଧାୟକଙ୍କୁ କିଣିବା ଲାଗି ସବୁବେଳେ ଚେଷ୍ଟା କରି ଆସୁଛି । ପଞ୍ଜାବରେ ମଧ୍ୟ ଆପର ୧୦ ବିଧାୟକଙ୍କୁ ଯୋଗାଯୋଗ କରି ନିଜ ଆଡ଼କୁ ନେଇ ରାଜ୍ୟ ସରକାରଙ୍କୁ ଗଡ଼ାଇବା ଲାଗି ଯୋଜନା କରିଥିଲା ବୋଲି କେଜ୍ରିଓ୍ୱାଲ କହିଛନ୍ତି […]

arvind-kejriwal

  • Published: Wednesday, 14 September 2022
  • , Updated: 14 September 2022, 07:45 PM IST

ନୂଆଦିଲ୍ଲୀ: ଗୋଆରେ କଂଗ୍ରେସ ବିଧାୟକ ବିଜେପିରେ ଯୋଗଦାନକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ଆମ୍ ଆଦମି ପାର୍ଟି ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ।  କେଜ୍ରିଓ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିଜେପି ଅନ୍ୟ ଦଳର ବିଧାୟକଙ୍କୁ କିଣିବା ଲାଗି ସବୁବେଳେ ଚେଷ୍ଟା କରି ଆସୁଛି । ପଞ୍ଜାବରେ ମଧ୍ୟ ଆପର ୧୦ ବିଧାୟକଙ୍କୁ ଯୋଗାଯୋଗ କରି ନିଜ ଆଡ଼କୁ ନେଇ ରାଜ୍ୟ ସରକାରଙ୍କୁ ଗଡ଼ାଇବା ଲାଗି ଯୋଜନା କରିଥିଲା ବୋଲି କେଜ୍ରିଓ୍ୱାଲ କହିଛନ୍ତି ।

ଦିଲ୍ଲୀରେ ମଧ୍ୟ ଚେଷ୍ଟା କରି ବିଫଳ ହୋଇଥିଲା ବୋଲି ସେ କହିଛନ୍ତି । ସେହିପରି ଆପ୍ ନେତା ତଥା ପଞ୍ଜାବ ମନ୍ତ୍ରୀ  ହରପାଲ ଚିମା କହିଛନ୍ତି ଯେ, ପଟ୍ଟ ପରିବର୍ତ୍ତନ କରିବା ଲାଗି ବିଧାୟକଙ୍କ ପଛରେ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି।  ଏପରିକି ୨୦ରୁ ୨୫ କୋଟି ଟଙ୍କା ଯାଚୁଥିବା ସେ କହିଛନ୍ତି । ହୁଏତ କର୍ଣ୍ଣାଟକରେ ବିଜେପି ଏଥିରେ ସଫଳ ହୋଇଥାଇପାରେ, ହେଲେ ଦିଲ୍ଲୀରେ ବିଫଳ ହୋଇଛି ବୋଲି ସେ କହିଛନ୍ତି । ଏନେଇ ତାଙ୍କ ପାଖରେ କଲ୍ ରେକର୍ଡର ପ୍ରମାଣ ରହିଛି ବୋଲି ଚିମା କହିଛନ୍ତି । ତେବେ ବିଜେପି ଏହାକୁ ଖଣ୍ଡନ କରିଛି ।

ସୂଚନା​ ଅନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ, ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ କଂଗ୍ରେସର ୮ ବିଧାୟକ ହାତଛାଡ଼ି ପଦ୍ମ ଧରିଛନ୍ତି। ଏ ନେଇ ଆଜି ସକାଳେ ବିଧାୟକଙ୍କ ପକ୍ଷରୁ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଗୋଆର ୪୦ ବିଧାନସଭା ଆସନରୁ ବିଜେପି ପାଖରେ ମୋଟ୍‌ ୨୦ଟି ଆସନ ରହିଥିବା ବେଳେ କଂଗ୍ରେସ ହାତରେ ୧୧ଟି ଆସନ ରହିଥିଲା।

Related story