କଂଗ୍ରେସର ଟ୍ୱିଟର ଆକାଉଣ୍ଟକୁ ଅଚଳ କରିବାକୁ ନିର୍ଦ୍ଦେଶ

ବେଙ୍ଗାଲୁରୁ: ଦେଶର ଲୋକଙ୍କୁ ଯୋଡ଼ିବାକୁ ଉଦ୍ୟମ କରୁଥିବା କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। କପି ରାଇଟ୍‌ ଉଲ୍ଲଙ୍ଘନ ମାମଲାରେ ବେଙ୍ଗାଲୁରୁର ଗୋଟିଏ କୋର୍ଟ କଂଗ୍ରେସର ଟ୍ୱିଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାହୁଲ ଗାନ୍ଧି ଜାରି ରଖିଥିବା ଭାରତ ଯୋଡ଼ ଯାତ୍ରାର କିଛି ଭିଡିଓ କଂଗ୍ରେସର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ବେଳେ ଏଥିରେ ମ୍ୟୁଜିକ ଦିଆଯାଇଥିଲା। ସୁପର ହିଟ୍‌ ଫିଲ୍ମ କେଜିଏଫ-୨ର ମ୍ୟୁଜିକକୁ କଂଗ୍ରେସ ବିନା ଅନୁମତିରେ ବ୍ୟବହାର କରିଥିବାରୁ ଦଳ ବିରୋଧରେ […]

congress

  • Published: Monday, 07 November 2022
  • , Updated: 07 November 2022, 08:42 PM IST

ବେଙ୍ଗାଲୁରୁ: ଦେଶର ଲୋକଙ୍କୁ ଯୋଡ଼ିବାକୁ ଉଦ୍ୟମ କରୁଥିବା କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। କପି ରାଇଟ୍‌ ଉଲ୍ଲଙ୍ଘନ ମାମଲାରେ ବେଙ୍ଗାଲୁରୁର ଗୋଟିଏ କୋର୍ଟ କଂଗ୍ରେସର ଟ୍ୱିଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାହୁଲ ଗାନ୍ଧି ଜାରି ରଖିଥିବା ଭାରତ ଯୋଡ଼ ଯାତ୍ରାର କିଛି ଭିଡିଓ କଂଗ୍ରେସର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ବେଳେ ଏଥିରେ ମ୍ୟୁଜିକ ଦିଆଯାଇଥିଲା।

ସୁପର ହିଟ୍‌ ଫିଲ୍ମ କେଜିଏଫ-୨ର ମ୍ୟୁଜିକକୁ କଂଗ୍ରେସ ବିନା ଅନୁମତିରେ ବ୍ୟବହାର କରିଥିବାରୁ ଦଳ ବିରୋଧରେ କପି ରାଇଟ ଉଲ୍ଲଙ୍ଘନ ଅଭିଯୋଗ ଆସିଥିଲା। ଏହାର ଶୁଣାଣି କରି ବେଙ୍ଗାଲୁରୁ କୋର୍ଟ କଂଗ୍ରେସ ଓ ଭାରତ ଯୋଡ଼ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏମଆରଟି ମ୍ୟୁଜିକର ଦାୟିତ୍ୱରେ ଥିବା ଏମ ନବୀନ କୁମାର ପ୍ରଥମେ ରାହୁଲ ଗାନ୍ଧିଙ୍କ ସମେତ ୩ କଂଗ୍ରେସ ନେତାଙ୍କ ବିରୋଧରେ କପି ରାଇଟ ଉଲ୍ଲଙ୍ଘନ ଅଭିଯୋଗ ଆଣିଥିଲେ। ବିନା ଅନୁମତିରେ କଂଗ୍ରେସ ନେତାମାନେ ସୁପର ହିଟ୍‌ କନ୍ନଡ ଫିଲ୍ମ କେଜିଏଫ-୨ର ମ୍ୟୁଜିକ ଭିଡିଓ ଭାରତ ଯୋଡ଼ ଯାତ୍ରା ବେଳେ ବ୍ୟବହାର କରିଥିଲେ। କର୍ଣ୍ଣାଟକାରେ ଦଳ ପକ୍ଷରୁ ଭାରତ ଯୋଡ଼ ଯାତ୍ରା କରାଯାଉଥିବା ବେଳେ ଏପରି କାମ କରାଯାଇଥିବା ସେ ଅଭିଯୋଗ କରିଥିଲେ।

ଏହାର ଶୁଣାଣି କରି କୋର୍ଟ କଂଗ୍ରେସ ଓ ଭାରତ ଯୋଡ଼ ଯାତ୍ରାର ପ୍ରଚାର ପାଇଁ ବ୍ୟବହାର ହେଉଥିବା ଟ୍ୱିଟର ଆକାଉଣ୍ଟକୁ ଅସ୍ଥାୟୀ ଭାବେ ଅଚଳ କରିବାକୁ କହିଛନ୍ତି।

ମ୍ୟୁଜିକ କମ୍ପାନୀର ମ୍ୟାନେଜର ଅଭିଯୋଗ କରିଥିଲେ ଯେ ଭାରତ ଯୋଡ଼ ଯାତ୍ରାର ପ୍ରଚାର ଭିଡିଓରେ କେଜିଏଫ-୨ର ଗୀତ ରହିଛି। ବେଙ୍ଗାଲୁରୁର ଯଶବନ୍ତପୁର ପୁଲିସ୍‌ ଷ୍ଟେସନରେ ହୋଇଥିବା ଏଫଆଇଆରରେ କୁହାଯାଇଥିଲା ଯେ କଂଗ୍ରେସ ନେତା ଜୟରାମ ରମେଶ ଭାରତ ଯୋଡ଼ ଯାତ୍ରାର ୨ଟି ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ କେଜିଏଫ-୨ର ଦୁଇଟି ଲୋକପ୍ରିୟ ଗୀତକୁ ବିନା ଅନୁମତିରେ ଯୋଡ଼ା ଯାଇଥିଲା। ତେଣୁ ଏହା କପି ରାଇଟର ଉଲ୍ଲଙ୍ଘନ।

Related story