ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ଚଣ୍ଡିଗଡ଼ସ୍ଥିତ ବାସଭବନ ନିକଟରେ ଏକ ସନ୍ଦିଗ୍ସ ବିସ୍ଫୋରକ ସାମଗ୍ରୀ ଠାବ କରାଯାଇଛି। ତୁରନ୍ତ ଏକ ବୋମା ନିରୋଧୀ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟସ୍ଥ ତଥା ପଞ୍ଜାବ ଏବଂ ହରିୟାଣା ହେଲିପ୍ୟାଡ ନିକଟସ୍ଥ ଜାଗାରୁ ଉକ୍ତ ବିସ୍ଫୋରକ ସାମଗ୍ରୀକୁ ଠାବ କରାଯାଇଛି। ଏହି ଘଟଣାରେ ଭାରତୀୟ ସେନାର ପଶ୍ଚିମ କମାଣ୍ଡ ଅନୁଧ୍ୟାନ କରୁଛନ୍ତି ବୋଲି ସେ କହିଛନ୍ତି। ଆଜି ଅପରାହ୍ନ ୪ଟା ୩୦ରେ ଜଣେ ନଳକୂଅ ମିସ୍ତ୍ରୀ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ତଥା ପଞ୍ଜାବ-ହରିୟାଣା ହେଲିପ୍ୟାଡ ନିକଟସ୍ଥ ଆମ୍ବବଗିଚାରେ ଏକ ଅଫୁଟା ବୋମା ଦେଖିବାକୁ ପାଇଥିଲେ।
ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନରେ ନାହାନ୍ତି। ବୋମା ପଡ଼ିଥିବାସ୍ଥଳଠାରୁ ଗୋଟିଏ କିଲୋମିଟର ଦୂରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘର। ପୁଲିସ କହିଛି ଯେ, କିଛି ଆପତ୍ତିଜନକ ଜିନିଶ ପଡ଼ିଥିବା ସମ୍ପର୍କରେ ଆମେ ଖବର ପାଇଥିଲୁ। ଆମେ ଯେତେବେଳେ ଏହାକୁ ଠାବ କଲୁ ଏହା ଏକ ଅଫୁଟା ବୋମା ବୋଲି ଜାଣିବାକୁ ପାଇଲୁ। ଆମେ ସେ ସମ୍ପର୍କରେ ନିଶ୍ଚିତ ମଧ୍ୟ ହୋଇଗଲୁ। ଏବେ ଆମେ ଘଟଣାର ତଦନ୍ତ ଆରମ୍ଭ କରିଛୁ। ଆମେ ଘଟଣାସ୍ଥଳରେ ପହଞ୍ଚିବାକୁ ପ୍ରାୟସ କରିଛୁ। ଏବେ ସେନା ମଧ୍ୟ ଘଟଣାର ଅନୁଧ୍ୟାନ କରୁଥିବା ଚଣ୍ଡିଗଡ଼ ପୁଲିସ କହିଛି।