ସଞ୍ଜୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା, ହାଇକୋର୍ଟ ଦେଲେ ତଦନ୍ତ ନିର୍ଦ୍ଦେଶ

ମୁମ୍ୱାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ଜଣେ ମହିଳା ସାଇକୋଥେରାପିଷ୍ଟ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏବେ ଏହି ମାମଲାରେ ହାଇକୋର୍ଟରେ ପହଞ୍ଚିଛି। ପରେ ହାଇକୋର୍ଟ ମାମଲାର ବିଚାର କରି ମୁମ୍ୱାଇ କମିଶିନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇ ଜୁନ୍ ୨୪ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଦୁଇ ସପ୍ତାହ ପୂର୍ବରୁ ସଂପୃକ୍ତ ମହିଳାଙ୍କୁ ମଧ୍ୟ ପୁଲିସ ବିନା ଓ୍ୱାରେଣ୍ଟରେ ଗିରଫ୍ କରିଥିଲା। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ପାଖରୁ ଅଲଗା […]

sanjay-rout

Subhransu Sekhar
  • Published: Wednesday, 23 June 2021
  • , Updated: 23 June 2021, 06:11 PM IST

ମୁମ୍ୱାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ବିରୋଧରେ ଜଣେ ମହିଳା ସାଇକୋଥେରାପିଷ୍ଟ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏବେ ଏହି ମାମଲାରେ ହାଇକୋର୍ଟରେ ପହଞ୍ଚିଛି। ପରେ ହାଇକୋର୍ଟ ମାମଲାର ବିଚାର କରି ମୁମ୍ୱାଇ କମିଶିନରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇ ଜୁନ୍ ୨୪ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଦୁଇ ସପ୍ତାହ ପୂର୍ବରୁ ସଂପୃକ୍ତ ମହିଳାଙ୍କୁ ମଧ୍ୟ ପୁଲିସ ବିନା ଓ୍ୱାରେଣ୍ଟରେ ଗିରଫ୍ କରିଥିଲା।

ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କ ପାଖରୁ ଅଲଗା ରହୁଛନ୍ତି। ହେଲେ ଶିବସେନା ସାଂସଦ ଜଣଙ୍କ ତାଙ୍କ ପଛରେ ଲୋକ ଲଗାଇଛନ୍ତି। ସେ ଯୁଆଡେ ଯାଉଛନ୍ତି ସେମାନେ ତାଙ୍କ ପିଛା କରୁଛନ୍ତି ବୋଲି ମହିଳା ଜଣଙ୍କ କୋର୍ଟରେ କହିଥିଲେ। ପରେ ହାଇକୋର୍ଟର ବିଚାରପତି ଏସ.ଏସ ସିନ୍ଧେ ଏବଂ ବିଚାରପତି ଏନ.ଜେ ଜାମଦାରଙ୍କ ପୀଠ ପୁଲିସ କମିଶନରଙ୍କୁ ତଦନ୍ତ କରି ଜୁନ୍ ୨୪ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ମହିଳା ଜଣଙ୍କ ତାଙ୍କ ଅଭିଯୋଗ ପତ୍ରରେ କହିଛନ୍ତି, ବିଗତ ୭ ବର୍ଷ ହେବ ସେ ତାଙ୍କ ସ୍ୱାମୀଙ୍କ ପାଖରୁ ଅଲଗା ରହୁଛନ୍ତି। ଏହାପରେ ସଞ୍ଜୟ ରାଉତ ଲୋକ ଲଗାଇ ତାଙ୍କ ପିଛା କରୁଛନ୍ତି। ଏମିତିକି ସଞ୍ଜୟ ରାଉତ ତାଙ୍କୁ ଗାଳି ଗୁଲଜ କରିବା ସହିତ ମାର ପିଟ୍ କରିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ମାମଲା ପୂର୍ବର ହେଲେ ମହିଳା ଜଣଙ୍କ କୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲେ। ଯେଉଁଥିରେ ମୁମ୍ୱାଇ ପୁଲିସକୁ ମଧ୍ୟ ପକ୍ଷଭୁକ୍ତ କରିଥିଲେ। ତେଣୁ କୋର୍ଟ ମାମଲାର ବିଚାର କରି ପୁଲିସକୁ ମାମଲାର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କହିଥିଲେ।

କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବିଜେପି ନେତା ନିଲେଶ ରାଣେ ଟ୍ୱିଟ୍ କରି କହିଛନ୍ତି, ଏହି ମାମଲା ଗୁରୁତ୍ୱପୂର୍ଣ୍ଣ। ଏହି ଖବର ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଆବେଦନକାରୀ ମହିଳାଙ୍କୁ ପୁଲିସ ବିନା ଓ୍ୱାରେଣ୍ଟରେ କିଛି ଦିନ ପୂର୍ବରୁ ଗିରଫ କରିଥିଲା।

Related story