‘ବିଜେପି କର୍ମୀ’ଙ୍କ ଘରେ ଚାଲିଲା ବୁଲଡୋଜର, ମହିଳାଙ୍କୁ ଗାଳି କରିଥିଲେ

ନୋଏଡା: ନିଜକୁ ବିଜେପି କର୍ମୀ କହୁଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ଘର ଉପରେ ଚାଲିଛି ବୁଲଡୋଜର। ଗତ ପସ୍ତାହରେ ଏହି ବିଜେପି କର୍ମୀ ଜଣଙ୍କ ନୋଏଡାରେ ଥିବା ହାଉସିଂ ସୋସାଇଟିରେ ଜଣେ ମହିଳାଙ୍କୁ ଅଭଦ୍ର ବ୍ୟବହାର କରିବା ସହ ଗାଳି ଗୁଲଜ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ବିବାଦ ଦେଖାଯାଇଥିଲା। ଏହାପରେ ହିଁ ଆଜି ପ୍ରଶାସନ ଜବରଦଖଲ ଉଚ୍ଛେଦ ନାଁରେ ତ୍ୟାଗୀଙ୍କ ଠିକଣାରେ ବୁଲଡୋଜର ଚଳାଇଛି। ଆଜି ସକାଳୁ ନୋଏଡା ପୁଲିସର ଗୋଟିଏ ଟିମ୍‌ ସହ […]

Noida

  • Published: Monday, 08 August 2022
  • , Updated: 08 August 2022, 02:02 PM IST

ନୋଏଡା: ନିଜକୁ ବିଜେପି କର୍ମୀ କହୁଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ଘର ଉପରେ ଚାଲିଛି ବୁଲଡୋଜର। ଗତ ପସ୍ତାହରେ ଏହି ବିଜେପି କର୍ମୀ ଜଣଙ୍କ ନୋଏଡାରେ ଥିବା ହାଉସିଂ ସୋସାଇଟିରେ ଜଣେ ମହିଳାଙ୍କୁ ଅଭଦ୍ର ବ୍ୟବହାର କରିବା ସହ ଗାଳି ଗୁଲଜ କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ବିବାଦ ଦେଖାଯାଇଥିଲା। ଏହାପରେ ହିଁ ଆଜି ପ୍ରଶାସନ ଜବରଦଖଲ ଉଚ୍ଛେଦ ନାଁରେ ତ୍ୟାଗୀଙ୍କ ଠିକଣାରେ ବୁଲଡୋଜର ଚଳାଇଛି।

ଆଜି ସକାଳୁ ନୋଏଡା ପୁଲିସର ଗୋଟିଏ ଟିମ୍‌ ସହ ପ୍ରଶାସନ ବୁଲଡୋଜର ଧରି ଶ୍ରୀକାନ୍ତ ତ୍ୟାଗୀଙ୍କ ନୋଏଡା ସେକ୍ଟର ୯୩ ଠାରେ ଥିବା ଗ୍ରାଣ୍ଡ ଓମେକ୍ସ ପାଖରେ ପହଞ୍ଚିଥିଲା। ଏଠାରେ ତ୍ୟାଗୀ ବେଆଇନ ଭାବେ ନିର୍ମାଣ କରିଥିବା ଘରର ଆଗ ପଟ ଅଂଶକୁ ବୁଲଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି।

ପ୍ରଶାସନ ଏହାକୁ ଭାଙ୍ଗୁଥିବା ବେଳେ ସ୍ଥାନୀୟ ଲୋକମାନେ ନାରାବାଜୀ ଓ କରତାଳି ଦେଇ ସ୍ୱାଗତ କରିଥିଲେ। ଏଠାରେ ରହୁଥିବା ଜଣେ ବ୍ୟକ୍ତି କହିଛନ୍ତି, “ଆମେ ଯୋଗୀ ଆଦିତ୍ୟନାଥ ଓ ନୋଏଡା ଅଥୋରିଟି ସିଇଓଙ୍କ କାର୍ଯ୍ୟାନୁଷ୍ଠାନରେ ବହୁତ ଖୁସି। ଆମେ ତ୍ୟାଗୀଙ୍କ ବେଆଇନ ନିର୍ମାଣ ଓ ବ୍ୟବହାରରେ ଅତିଷ୍ଠ ହୋଇ ପଡ଼ିଥିଲୁ।”


ମହିଳାଙ୍କୁ ଅସଦାଚରଣ କରିବା ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିନ୍ଦା କରିଥିଲେ ବୋଲି ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ କହିଛନ୍ତି। ସେ କହିଛନ୍ତି, “ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ନିଜ ଆଡ଼ୁ ଗୁରୁତ୍ୱର ସହ ନେଇଥିଲେ। କୌଣସି ଅଭିଯୁକ୍ତଙ୍କୁ ଛଡ଼ା ଯିବନି। ଆଇନ ଭଙ୍ଗକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଶୁକ୍ରବାର ନୋଏଡା ସେକ୍ଟର ୯୩ ସ୍ଥିତି ହାଉସିଂ ସୋସାଇଟିରେ ଶ୍ରୀକାନ୍ତ ତ୍ୟାଗୀ ଜଣେ ମହିଳାଙ୍କୁ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ। ଏନେଇ ତାଙ୍କ ନାଁରେ ଆଇପିସିର ବିଭିନ୍ନ ଦଫା ଅନୁସାରେ ମାମଲା କରାଯାଇଛି। ହେଲେ ସେ ଘଟଣା ପରଠାରୁ ଫେରାର ଅଛନ୍ତି। ବିବାଦ ବଢ଼ୁଥିବାରୁ ବିଜେପି ଶ୍ରୀକାନ୍ତ ତ୍ୟାଗୀଙ୍କ ଠାରୁ ନିଜକୁ ଦୂରେଇ ରଖିଛି। ଏପରି କି ସେ ବିଜେପିର ସଦସ୍ୟ ନୁହନ୍ତି ବୋଲି ଦଳ କହିଛି।

Related story