୨ ରୁଷୀୟ ପର୍ଯ୍ୟଟକଙ୍କ ଅନ୍ତିମ ସଂସ୍କାରକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ରାୟଗଡ଼ାରେ ୨ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ଓ ଭ୍ଲାଦିମିରଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ତନାଘନା ଜାରି ରହିଥିବା ବେଳେ ମାମଲା ଏବେ ଜାତୀୟସ୍ତରରେ ରାଜନୈତିକ ପ୍ରସଙ୍ଗ ପାଲଟିଛି।  ସମ୍ପୃକ୍ତ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଏବଂ ସେମାନଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟାକୁ  ନେଇ ପ୍ରଶ୍ନ ଉଠାଛନ୍ତି  କଂଗ୍ରେସ ସାଂସଦ  ମନୀଷ ତିୱାରୀ। ଏନେଇ ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ,  ଦୁଇଜଣ ପର୍ଯ୍ୟଟକଙ୍କ ମୃତ ଦେହହକୁ ଦାହ କରାଯାଇ ଅନ୍ତିମ ସଂସ୍କାର କରାଯାଇଛି। କିନ୍ତୁ କବର ଦିଆଯାଇ […]

manish-tiwari

  • Published: Thursday, 29 December 2022
  • , Updated: 29 December 2022, 03:08 PM IST

ନୂଆଦିଲ୍ଲୀ: ରାୟଗଡ଼ାରେ ୨ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ଓ ଭ୍ଲାଦିମିରଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ତନାଘନା ଜାରି ରହିଥିବା ବେଳେ ମାମଲା ଏବେ ଜାତୀୟସ୍ତରରେ ରାଜନୈତିକ ପ୍ରସଙ୍ଗ ପାଲଟିଛି।  ସମ୍ପୃକ୍ତ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଏବଂ ସେମାନଙ୍କ ଅନ୍ତିମ ସଂସ୍କାର ପ୍ରକ୍ରିୟାକୁ  ନେଇ ପ୍ରଶ୍ନ ଉଠାଛନ୍ତି  କଂଗ୍ରେସ ସାଂସଦ  ମନୀଷ ତିୱାରୀ। ଏନେଇ ସେ ଟ୍ୱିଟ୍‌ କରି ଲେଖିଛନ୍ତି ଯେ,  ଦୁଇଜଣ ପର୍ଯ୍ୟଟକଙ୍କ ମୃତ ଦେହହକୁ ଦାହ କରାଯାଇ ଅନ୍ତିମ ସଂସ୍କାର କରାଯାଇଛି। କିନ୍ତୁ କବର ଦିଆଯାଇ ନାହିଁ।  ଉଭୟେ ଖ୍ରୀଷ୍ଟିଆନ୍‌ ଧର୍ମର।  ଖ୍ରୀଷ୍ଟିଆନଙ୍କ ଶବ ଦାହ କରାଯାଇ ସଂସ୍କାର କରାଯାଏନି। କବର ଦିଆଯାଏ। ତେବେ ଏହି ଅନ୍ତିମ ସଂସ୍କାର ପ୍ରକ୍ରିୟାକୁ ନେଇ ସେ ପ୍ରଶ୍ନ ଉଠାଇବା ସହ କାହିଁକି ସେମାନଙ୍କ ମୃତ ଦେହକୁ ରୁଷ ପଠାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ସେ ଏକ ଭିଡିଓ  ପୋଷ୍ଟ କରି ଏହାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ଯୁଦ୍ଧ ସମାଲୋଚକଙ୍କ  ଝରକାରୁ ଖସି ମୃତ୍ୟୁ ଘଟୁଛି। ତାପୁଣି ତାଙ୍କ ବନ୍ଧୁଙ୍କ ମୃତ୍ୟୁର ୨ ଦିନ ପରେ।

ସମାନ ହୋଟେଲରେ ମୃତ୍ୟୁ ଘଟୁଛି। ଏହା ଆଶ୍ଚର୍ଯ୍ୟ ଲାଗୁଛି।  ଉଭୟଙ୍କର ଏଠାରେ ସଂସ୍କାର କରିଦିଆଯାଉଛି। ଉଭୟ ଖ୍ରୀଷ୍ଟିଆନ ହୋଇଥିବା ସତ୍ୱେ ମୃତଦେହକୁ କବର ଦିଆଗଲାନି। ଏମିତିକି ଉଭୟଙ୍କ ମୃତଦେହକୁ ରୁଷିଆକୁ ପଠାଇବାକୁ ଚେଷ୍ଟା ବି କରାଗଲାନି। ଯଦି ଏତେ ସବୁ କଥା ଅପ୍ରାକୃତିକ ଲାଗୁନି, ତେବେ ମୁଁ ଆଇନ ପାଠ ଛାଡ଼ିଦେବି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କୋଲକାତାରେ ଥିବା ଋଷୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି। ଋଷ ଦୂତାବାସ ପକ୍ଷରୁ କୁହାଯାଇ ଥିଲା ଯେ, ଓଡିଶା ପୋଲିସକୁ ଦୁଇ ଦିନ ଭିତରେ ରାଜ୍ୟର ଗୋଟିଏ ହୋଟେଲରୁ ଦୁଇ ନାଗରିକଙ୍କ ମୃତଦେହ ମିଳିଛି । ତେବେ କୌଣସି ଅପରାଧିକ ଘଟଣା ନେଇ କୌଣସି ପ୍ରମାଣ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ରାୟଗଡ଼ାରେ ୨ରୁଷୀୟ ପର୍ଯ୍ୟଟକ ପାଭେଲ ଆନ୍ତୋଭ ଓ ଭ୍ଲାଦିମିରଙ୍କ ମୃତ୍ୟୁ ଘଟିଥିଲା। ମୃତ ପାଭେଲ ଆନ୍ତୋଭ ରୁଷର ସାଂସଦ ତଥା ଜଣେ କୋଟିପତି ବ୍ୟବସାୟୀ ଥିଲେ ବୋଲି ଜଣାଯାଇଛି। ରୁଷ ଯୁକ୍ରେନ ଯୁଦ୍ଧ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ସମାଲୋଚନା କରି ଚର୍ଚ୍ଚାରେ ଥିଲେ ପାଭେଲ। ନିଜ ଜନ୍ମଦିନ ପାଳନ ପାଇଁ ନିଜ ସାଙ୍ଗ ପାନ ସେଙ୍କୋ, ଟୁର୍ଭୋ, ଭ୍ଲାଦିମିର ବିଦାନୋଭଙ୍କ ସହ ଓଡ଼ିଶା ଆସିଥିଲେ ପାଭେଲ। ସେମାନେ ଟୁରିଷ୍ଟ ଭିସାରେ ଡିସେମ୍ବର ୧୯ ତାରିଖରେ ଦିଲ୍ଲୀ ପହଞ୍ଚି ଭାୟା ଭୁବନେଶ୍ୱର ହୋଇ ଡିସେମ୍ବର ୨୧ ତାରିଖରେ ରାୟଗଡ଼ାରେ ପହଞ୍ଚିଥିଲେ। ଦାରିଙ୍ଗବାଡ଼ି ବୁଲିବା ପରେ ପରବର୍ତ୍ତୀ ଗନ୍ତବ୍ୟସ୍ଥଳକୁ ଜୟପୁରକୁ ଯାଇଥାନ୍ତେ। ଏଥିପାଇଁ ହୋଟେଲର ଗୋଟିଏ ରୁମରେ ରହିଥିଲେ ଦମ୍ପତି ପାନ ସେଙ୍କୋ ଓ ଟୁର୍ଭୋ। ଆଉ ଏକ ରୁମରେ ରହିଥିଲେ ଭ୍ଲାଦିମିର ଓ ପାଭେଲ। କିନ୍ତୁ ୨୨ ତାରିଖରେ ଆକସ୍ମିକ ଭାବେ ରୁମରେ ପ୍ରାଣ ହରାଇଲେ ଭ୍ଲାଦିମିର୍। ଏହାର ଦୁଇ ଦିନ ପରେ ଅର୍ଥାତ ୨୪ ତାରିଖରେ ହୋଟେଲ୍ ତଳୁ ପାଭେଲଙ୍କ ମୃତଦେହ ମିଳିଥିଲା।

https://twitter.com/ManishTewari/status/1607968625281077250?s=20&t=u02bdKheNYrfddOqorgLAA

ସେପଟେ ପାଭେଲ ଆନ୍ତୋଭଙ୍କ ମୃତ୍ୟୃର ତନାଘନା କରିବାକୁ ରାୟଗଡ଼ାରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଅଧିକାରୀ  ଦୁଇ ଜଣ ଗୁଇନ୍ଦା ଅଧିକାରୀ ରାୟଗଡ଼ା ଆସି ରୁଷୀୟ ପଯର୍ୟଟକ ରହୁଥିବା ହୋଟେଲକୁ ଯାଇଛନ୍ତି।   ସେଠାକାର କର୍ମଚାରୀଙ୍କୁ ପଚରା ଉଚରା କରିବା ସହିତ ସିସିଟିଭି ଯାଞ୍ଚ କରିଛନ୍ତି।  ଏହା ସହିତ ଜିଲ୍ଲା ପୋଲିସ ସହିତ ଆଲୋଚନା ମଧ୍ୟ କରିଛନ୍ତି।  ମୁଖ୍ୟତଃ ପାଭେଲ ଆନ୍ତୋଭଙ୍କ ମୃତ୍ୟୁକୁ ନେଇ ନାନା ପ୍ରଶ୍ନ ଉଠିଛି ।  ପ୍ରଥମେ ଭ୍ଲାଦିମିର ବିଦେନୋଭଙ୍କ ମୃତ୍ୟୁ ହୋଇଥିଲା ।  ପରେ ପାଭେଲଙ୍କ ମୃତ୍ୟୁ ହୋଇଥିଲା ।  କିନ୍ତୁ ତରବରିଆ ଭାବେ ପାଭେଲଙ୍କ  ମୃତଦେହ ପୋଡ଼ି ଦିଆଯାଇଛି।  ତାଙ୍କର ଭିସେରାର ନମୁନା ମଧ୍ୟ ରଖାଯାଇନାହିଁ । ଏହାକୁ ନେଇ ଉଠିଛି ନାନା ପ୍ରଶ୍ନ ।

ଗତ ସୋମବାର ଅପରାହ୍ନ ୪ଟାରେ ରାୟଗଡ଼ା ପୁଲିସ ପାଭେଲ ମୃତଦେହକୁ ସଂରକ୍ଷଣ ଗୃହରୁ ବାହାର କରି ବ୍ୟବଚ୍ଛେଦ କରିଥିଲା।  ସଂଧ୍ୟା ୭ଟାରେ ମୃତଦେହକୁ ପୋଡ଼ି ଦିଆଯାଇଥିଲା ।  ସିରିଗୁଡ଼ା ଶ୍ମଶାନରେ  ଏହି ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରାୟଗଡ଼ା ତହସିଲଦାର ଓ ପୋଲିସ ଉପସ୍ଥିତ ଥିଲେ।   ପ୍ରଶ୍ନ ଉଠୁଛି, ପାଭେଲଙ୍କ ମୃତଦେହ ପୋଡ଼ିବା ପାଇଁ କିଏ ଅନୁମତି ଦେଇଥିଲା ? ପରିବାର ଲୋକେ ହଁ କହିଥିଲେ କି ନାହିଁ  ଏଥିପାଇଁ କାହାର ଚାପ ପଡ଼ିଥିଲା କି ?  ଖ୍ରୀଷ୍ଟୀୟ ପରମ୍ପରା ଅନୁସାରେ ମୃତଦେହକୁ ଦାହ କରାଯାଏ ନାହିଁ, କବର ଦିଆଯାଏ ।  ତେଣୁ କେମିତି ତରବରିଆ ଭାବେ ପାଭେଲଙ୍କ ମୃତଦେହ ପୋଡ଼ାଗଲା ବୋଲି ପ୍ରଶ୍ନ ଉଠିଛି ।  ରୁଷ ଦୂତାବାସ ନିର୍ଦ୍ଦେଶରେ ଶେଷକୃତ୍ୟ କରାଯାଇଥିବା ପୁଲିସ କହୁଥିବା ବେଳେ କେଉଁ କାରଣ ପାଇଁ ପାଭେଲଙ୍କ ମୃତଦେହ ପୋଡ଼ି ଦିଆଗଲା, ସେ ସଂପର୍କରେ କେହି ମୁହଁ ଖୋଲୁ ନାହାନ୍ତି।   ଆଶ୍ଚର୍ୟର ତାଙ୍କ ଭିସେରାକୁ ସଂରକ୍ଷିତ ରଖାଯାଇ ନାହିଁ  । କିନ୍ତୁ ପ୍ରାୟତଃ ବିବାଦ ନ ଥିବା ଅନ୍ୟତମ ରୁଷୀୟ ପଯର୍ୟଟକ ଭ୍ଲାଦିମିର ବିଦେନୋଭଙ୍କ ଭିସେରା ସଂରକ୍ଷିତ ରଖାଯାଇଛି।

Related story