ଅହମ୍ମଦାବାଦ: ଗୁଜରାଟରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସରିଲା ପ୍ରଚାର ପର୍ବ। ଶେଷ ଦିନରେ ୩ ପ୍ରମୁଖ ଦଳ କ୍ୟାମ୍ପେନିଂକୁ ଆହୁରି ଜୋରଦାର କରିଥିଲେ । ଡିସେମ୍ବର ୫ରେ ହେବ ଦ୍ୱିତୀୟ ତଥା ଅନ୍ତିମ ଚରଣ ମତଦାନ । ମୋଟ ୧୮୨ ସିଟ୍ ବିଶିଷ୍ଟ ବିଧାନସଭା ଆସନ ମଧ୍ୟରୁ ୯୩ଟି ସିଟରେ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏଥିରେ ୮୩୩ ପ୍ରାର୍ଥୀଙ୍କ ଭାଗ୍ୟ ର୍ନିଦ୍ଧାରଣ କରିବେ ଭୋଟର। ପ୍ରଥମ ପର୍ଯ୍ୟାୟରେ ୮୯ଟି ସିଟ୍ ପାଇଁ ଭୋଟ୍ ଗ୍ରହଣ ସରିଛି ।
ଡିସେମ୍ବର ୮ରେ ହେବ ଭୋଟ୍ ଗଣତି। ସେପଟେ ଆସନ୍ତାକାଲି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ୍ ପାଇଁ ହେବ ଭୋଟ୍ ଗ୍ରହଣ। ୨୫୦ଟି ଓ୍ୱାର୍ଡରେ ଭୋଟିଂ ପାଇଁ ୧୩ ହଜାର ୬୩୮ ପୋଲିଂ ବୁଥ୍ ସ୍ଥାପନ ହୋଇଛି । ଏଥିସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଡିସେମ୍ବର ୭ରେ ଭୋଟ୍ ଗଣତି ହେବ। ଭୋଟିଂକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦିଲ୍ଲୀରେ ସମସ୍ତ ଖୁଚୁରା ଓ ହୋଲ୍ସେଲ୍ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଚ୍ୟାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ।