ପ୍ରଶାସନର କୋଭିଡ୍ ନିୟମକୁ ଫୁ କରି ମହାପଞ୍ଚାୟତ କଲେ ରାକେଶ ଟିକାୟତ

ଚଣ୍ଡିଗଡ଼: ଦିଲ୍ଲୀ ଓ ହରିଆଣା ସମେତ ବିଭିନ୍ନ ରାଜ୍ୟରେ ବେକାବୁ ହୋଇଛି କରୋନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସଂପୃକ୍ତ ରାଜ୍ୟ ସରକାର ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି। ହେଲେ ସମସ୍ତ ଆଇନକୁ ଜଳାଞ୍ଜଳି ଦେଇ ଚାଷୀ ନେତା ରାକେଶ ଟିକାୟତ ହରିଆଣାର ଏକ ଗାଁରେ ଶହ ଶହ ଚାଷୀଙ୍କୁ ଏକାଠି କରି ସମାବେଶ କରିଛନ୍ତି। କୋଭିଡ୍ ମହାମାରୀ ନେଇ ସମାବେଶ ଉପରେ ବାରଣ ରହିଥିବା ବେଳେ ରାକେଶ ଟିକାୟତ କିନ୍ତୁ ସମସ୍ତ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ […]

Rakesh-Tikait

Subhransu Sekhar
  • Published: Sunday, 02 May 2021
  • , Updated: 02 May 2021, 05:58 PM IST

ଚଣ୍ଡିଗଡ଼: ଦିଲ୍ଲୀ ଓ ହରିଆଣା ସମେତ ବିଭିନ୍ନ ରାଜ୍ୟରେ ବେକାବୁ ହୋଇଛି କରୋନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସଂପୃକ୍ତ ରାଜ୍ୟ ସରକାର ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି। ହେଲେ ସମସ୍ତ ଆଇନକୁ ଜଳାଞ୍ଜଳି ଦେଇ ଚାଷୀ ନେତା ରାକେଶ ଟିକାୟତ ହରିଆଣାର ଏକ ଗାଁରେ ଶହ ଶହ ଚାଷୀଙ୍କୁ ଏକାଠି କରି ସମାବେଶ କରିଛନ୍ତି।

କୋଭିଡ୍ ମହାମାରୀ ନେଇ ସମାବେଶ ଉପରେ ବାରଣ ରହିଥିବା ବେଳେ ରାକେଶ ଟିକାୟତ କିନ୍ତୁ ସମସ୍ତ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ହରିଆଣା ପୁଲିସ ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି। ଯେଉଁଥିରେ ଟିକାୟତଙ୍କ ସମେତ ୧୨ ଜଣ ଚାଷୀ ନେତା ରହିଛନ୍ତି। ଶନିବାର ଅମ୍ବାଲା କ୍ୟାଣ୍ଟନମେଣ୍ଟ ନିକଟ ଏକ ଗାଁରେ ଏହି ସମାବେଶ ହୋଇଥିଲା। ମାମଲା ଦାୟର ହୋଇଥିବା ଅନ୍ୟ ନେତା ହେଲେ ରତନ ମନ ସିଂ, ବଳଦେବ ସିଂ ଏବଂ ଜସମେର ସାଇନି। ମହାମାରୀକୁ ରୋକିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ କ୍ରାଇମବ୍ରାଞ୍ଚର ଧାରା ୧୪୪ ଅନୁଯାୟୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ନିୟମ ଅନୁଯାୟୀ ଗୋଟିଏ ସ୍ଥାନରେ ଚାରିରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ।

ଏହି ରାଲିକୁ ସମ୍ବୋଧନ କରି ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ କହିଥିଲେ କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଜାରି ରହିବ। ସେ ଦୀର୍ଘ ସମୟ ପାଇଁ ନିଜକୁ ପ୍ରସ୍ତୁତ ରହିବାକୁ ଚାଷୀଙ୍କୁ କହିଥିଲେ। କୋଭିଡ ସଙ୍କଟର ମୁକାବିଲା ପାଇଁ ବି.କେ.ୟୁ ନେତା ମଧ୍ୟ ସରକାରଙ୍କ ଉପରେ ଚାପ ପକାଇ କହିଛନ୍ତି ଯେ ଦେଶର ବିଭିନ୍ନ ଡାକ୍ତରଖାନାରେ ଅକ୍ସିଜେନର ଅଭାବ ରହିଛି। ଏହାର ମୁକାବିଲା ଠିକ୍ ଭାବରେ କରିବା ଦରକାର।

Related story