୨୩ ହଜାର କୋଟି ବ୍ୟାଙ୍କ ଠକେଇ ମାମଲା: ଏବିଜି ଶିପୟାର୍ଡ ମୁଖ୍ୟ ଗିରଫ

ନୂଆଦିଲ୍ଲୀ: ଭାରତୀୟ ଇତିହାସର ସବୁଠାରୁ ବଡ଼ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ଫସିଥିବା ଏବିଜି ଶିପୟାର୍ଡର ମୁଖ୍ୟ ଆରକେ ଅଗ୍ରୱାଲଙ୍କୁ ଶେଷରେ ଗିରଫ କରିଛି ସିବିଆଇ। ୨୩ ହଜାର କୋଟି ବ୍ୟାଙ୍କ ଦୁର୍ନୀତି ମାମଲାରେ ଆଜି ସିବିଆଇ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ସିବିଆଇ ଶ୍ରୀ ଅଗ୍ରୱାଲଙ୍କ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର, ବିଶ୍ୱାସ ଭଙ୍ଗ ଓ ପଦବୀର ଅପବ୍ୟବହାର ଆଦି ଦଫାରେ ମାମଲା ରୁଜୁ କରାଯାଇଥିଲା। ଆଇପିସିର ବିଭିନ୍ନ ଦଫା […]

abg

abg

Hemant Lenka
  • Published: Wednesday, 21 September 2022
  • Updated: 21 September 2022, 06:50 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଇତିହାସର ସବୁଠାରୁ ବଡ଼ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ଫସିଥିବା ଏବିଜି ଶିପୟାର୍ଡର ମୁଖ୍ୟ ଆରକେ ଅଗ୍ରୱାଲଙ୍କୁ ଶେଷରେ ଗିରଫ କରିଛି ସିବିଆଇ। ୨୩ ହଜାର କୋଟି ବ୍ୟାଙ୍କ ଦୁର୍ନୀତି ମାମଲାରେ ଆଜି ସିବିଆଇ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି।

ସିବିଆଇ ଶ୍ରୀ ଅଗ୍ରୱାଲଙ୍କ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର, ବିଶ୍ୱାସ ଭଙ୍ଗ ଓ ପଦବୀର ଅପବ୍ୟବହାର ଆଦି ଦଫାରେ ମାମଲା ରୁଜୁ କରାଯାଇଥିଲା। ଆଇପିସିର ବିଭିନ୍ନ ଦଫା ଓ ଦୁର୍ନୀତି ନିରୋଧ ଆଇନ ଅନୁସାରେ ସମସ୍ତଙ୍କ ନାଁରେ ମାମଲା ହୋଇଥିଲା।

ଏକଦା ଭାରତର ସର୍ବବୃହତ୍ତ ଜାହାଜ ନିର୍ମାଣକାରୀ ଘରୋଇ ସଂସ୍ଥାର ମାନ୍ୟତା ପାଇଥିବା ଏବିଜି ଶିପୟାର୍ଡ ଦେଶର ପ୍ରାୟ ୨୮ଟି ବ୍ୟାଙ୍କରୁ ୨୨,୮୪୨ କୋଟି ଟଙ୍କାର ଋଣ ଜାଲିଆତି କରିଥିବା ଜଣାପଡ଼ିଛି। ଏଥିପାଇଁ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏବିଜି ଶିପୟାର୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ଅନ୍ୟ ୨୭ଟି ବ୍ୟାଙ୍କକୁ ଚୁନ ଲଗାଇଛି। ଏପ୍ରିଲ ୨୦୧୨ରୁ ଜୁଲାଇ ୨୦୧୭ ମଧ୍ୟରେ ଏସ୍‌ବିଆଇରୁ ୨୯୨୫ କୋଟି, ICICIରୁ ୭୦୮୯ କୋଟି, ବ୍ୟାଙ୍କ ଅଫ୍ ବରୋଦାରୁ ୧୬୧୪ କୋଟି, ପିଏନ୍‌ବିରୁ ୧୨୪୪ କୋଟି, IDBIରୁ ୩,୬୩୯ କୋଟି ଓ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କରୁ ୧,୨୨୮ କୋଟି ଟଙ୍କା ଠକେଇ ହୋଇଛି।

ଇର୍ଣ୍ଣନେଷ୍ଟ ଓ ୟଙ୍ଗ ପକ୍ଷରୁ କରାଯାଇଥିବା ଫରେନ୍ସିକ ଅଡିଟରୁ ଜଣାପଡ଼ିଥିଲା ଯେ ୨୦୧୨ରୁ ୨୦୧୭ ମଧ୍ୟ ପରସ୍ପର ସହ ଯୋଗାଯୋଗ କରି ଅଭିଯୁକ୍ତମାନେ ବେଆଇନ କାମ କରିଥିଲା। ସେମାନେ ଆର୍ଥିକ ହେରଫେର କରିବା ସହ ଋଣ ଅର୍ଥକୁ ବେଆଇନ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ଏଥିପାଇଁ ସିବିଆଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ବେଳେ ଏବିଜି ଶିପୟାର୍ଡର ନିର୍ଦ୍ଦେଶକ ଓ ପ୍ରମୋଟର୍ସମାନେ ଦେଶ ଛାଡ଼ିବାର ଆଶଙ୍କା ଥିବାରୁ ସିବିଆଇ ସବୁ ସୀମାନ୍ତ ଅଧିକାରୀଙ୍କୁ ଆଲର୍ଟରେ ରହିବାକୁ କହିଥିଲା। ସିବିଆଇ ପକ୍ଷରୁ ଜାରି ହୋଇଥିବା ଲୁକ ଆଉଟ ନୋଟିସରେ ଋଷି କମଲେଶ ଅଗ୍ରୱାଲ, ଏସ୍‌ ମୁଥସ୍ୱାମୀ, ଅଶ୍ୱିନୀ କୁମାର, ସୁନୀଲ କୁମାର ଅଗ୍ରୱାଲ ଓ ରବି ବିମଳ ନିଭେତିଆଙ୍କ ନାଁ ରହିଥିଲା। ଏବେ ସିବିଆଇ କେବଳ ଅଗ୍ରୱାଲଙ୍କୁ ଗିରଫ କରିଛି। ଆଗକୁ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଗିରଫ ହୋଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story