ଜେଇଇ ପରୀକ୍ଷାରେ ଅନିୟମିତତା, ୬ଟି ରାଜ୍ୟରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଜେଇଇ(ମେନ୍ସ) ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ଆକ୍ସନ ମୁଡ୍‌ରେ ସିବିଆଇ। ଆଜି ସିବିଆଇର ଏକାଧିକ ଟିମ୍‌ ଦିଲ୍ଲୀ-ଏନସିଆର, ଇନ୍ଦୋର, ପୁଣେ, ବେଙ୍ଗାଲୁରୁ ଓ ଜାମସେଦପୁ ଭଳି ୬ଟି ରାଜ୍ୟର ୧୯ଟି ସ୍ଥାନରେ ରେଡ୍‌ କରିଛି। ଦେଶର ବିଭିନ୍ନ ଇଞ୍ଜିନୟରିଂ କଲେଜରେ ନାଁ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥାଏ। ଅନିୟମିତତା ଅଭିଯୋଗ ଆସିବା ପରେ ସିବିଆଇ Affinity Education Private Limited ସମେତ ଏହାର ନିର୍ଦ୍ଦେଶକ ସିଦ୍ଧାର୍ଥ […]

CBI

Hemant Lenka
  • Published: Thursday, 02 September 2021
  • , Updated: 02 September 2021, 09:55 PM IST

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଜେଇଇ(ମେନ୍ସ) ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ଆକ୍ସନ ମୁଡ୍‌ରେ ସିବିଆଇ। ଆଜି ସିବିଆଇର ଏକାଧିକ ଟିମ୍‌ ଦିଲ୍ଲୀ-ଏନସିଆର, ଇନ୍ଦୋର, ପୁଣେ, ବେଙ୍ଗାଲୁରୁ ଓ ଜାମସେଦପୁ ଭଳି ୬ଟି ରାଜ୍ୟର ୧୯ଟି ସ୍ଥାନରେ ରେଡ୍‌ କରିଛି। ଦେଶର ବିଭିନ୍ନ ଇଞ୍ଜିନୟରିଂ କଲେଜରେ ନାଁ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥାଏ।

ଅନିୟମିତତା ଅଭିଯୋଗ ଆସିବା ପରେ ସିବିଆଇ Affinity Education Private Limited ସମେତ ଏହାର ନିର୍ଦ୍ଦେଶକ ସିଦ୍ଧାର୍ଥ କ୍ରିଷ୍ଣା, ବିଶ୍ୱମ୍ବର ମଣି ତ୍ରିପାଠୀ ଓ ଗୋବିନ୍ଦ ଭିଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ଇନିଷ୍ଟିଚ୍ୟୁସନ ଓ ଏହାର କର୍ମଚାରୀମାନେ ଜେଇଇ(ମେନ୍ସ) ପରୀକ୍ଷାରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି।

ଏଫଆଇଆର ଅନୁସାରେ, ଅଭିଯୁକ୍ତମାନେ ଅନଲାଇନ ଜେଇଇ(ମେନ୍ସ) ପରୀକ୍ଷାରେ ହେରଫେର କରିଥିଲେ ଓ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଏନଆଇଟିଗୁଡ଼ିକରେ ଆଡମିଶନ କରିବାରେ ସହାୟତା କରିଥିଲେ। ହରିଆଣାର ସୋନେପତରେ ଥିବା ଗୋଟିଏ ପରୀକ୍ଷା କେନ୍ଦ୍ରରୁ ଏମାନେ ରିମୋଟ ଦ୍ୱାରା ପ୍ରଶ୍ନଗୁଡ଼ିକ ସମାଧାନ କରି ପରୀକ୍ଷାର୍ଥୀଙ୍କୁ ସବୁ ପ୍ରକାରର ସହାୟତା କରିଥିଲେ।

ଏହାବାଦ୍‌ ସିକ୍ୟୁରିଟି ବାବଦକୁ ଅଭିଯୁକ୍ତମାନେ ଆଶାୟୀଙ୍କ ଦଶମ, ଦ୍ୱାଦଶ ଶ୍ରେଣୀ ମାର୍କଶିଟ୍‌, ୟୁଜର ଆଇଡି, ପାସୱାର୍ଡ ଓ କିଛି ଆଗକୁ ତାରିଖ ଥିବା ଚେକ୍‌ଗୁଡ଼ିକୁ ନିଜ ପାଖରେ ରଖୁଥିଲେ। ପିଲାମାନଙ୍କ ନାଁ ଲେଖା ହୋଇଯିବା ପରେ ସେମାନେ ଏହା ବଦଳରେ ଜଣଙ୍କ ପିଛା ୧୨ରୁ ୧୫ ଲକ୍ଷ ଟଙ୍କା ଆଦାୟ କରୁଥିଲେ।

ଆଜି ସିବିଆଇ ପକ୍ଷରୁ ୬ଟି ରାଜ୍ୟର ୧୯ଟି ସ୍ଥାନରେ ରେଡ୍‌ କରାଯାଇଛି। ଏହି ସମୟରେ ୧୫ଟି ଲ୍ୟାପଟପ୍‌, ୭ଟି ପିସି, ୩୦ଟି ଆଗୁଆ ତାରିଖ ଥିବା ଚେକ୍‌ ଓ ବିଭିନ୍ନ ପ୍ରକାରର କାଗଜପତ୍ର ଜବତ କରାଯାଇଛି। ସିବିଆଇ ପକ୍ଷରୁ ଅନେକ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।

Related story