ବଟି ଆଦାୟ ମାମଲା, ହୋଟେଲ ମାଲିକଙ୍କ ବୟାନ ରେକର୍ଡ କଲା ସିବିଆଇ

ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ବଟି ଆଦାୟ କରିବା ପାଇଁ କହିଥିବା ଅଭିଯୋଗ ମାମଲାରେ ସିବିଆଇ ଜଣେ ହୋଟେଲ ତଥା ବାର ମାଲିକଙ୍କ ବୟାନ ରେକର୍ଡ କରିଛି। ମୁମ୍ୱାଇର ନର୍ଥ ଓ୍ୱେଷ୍ଟର୍ଣ୍ଣରେ ଥିବା ହୋଟେଲ ମାଲିକ ମହେଶ ସେଠୀଙ୍କ ବୟାନ ରେକର୍ଡ କରିଛି ସିବିଆଇ। ମହେଶ ସେଠୀ ନିଲମ୍ୱିତ ଏପିଆଇ ସଚିନ ବାଜେଙ୍କର ନିକଟତମ ବ୍ୟକ୍ତି ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ନର୍ଥ ଓ୍ୱେଷ୍ଟର୍ଣ୍ଣ ଏରିଆରେ ଥିବା ହୋଟେଲ ଗୁଡ଼ିକର କୌଣସି ଅସୁବିଧା […]

CBI

Subhransu Sekhar
  • Published: Saturday, 10 April 2021
  • , Updated: 10 April 2021, 08:44 AM IST

ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ବଟି ଆଦାୟ କରିବା ପାଇଁ କହିଥିବା ଅଭିଯୋଗ ମାମଲାରେ ସିବିଆଇ ଜଣେ ହୋଟେଲ ତଥା ବାର ମାଲିକଙ୍କ ବୟାନ ରେକର୍ଡ କରିଛି। ମୁମ୍ୱାଇର ନର୍ଥ ଓ୍ୱେଷ୍ଟର୍ଣ୍ଣରେ ଥିବା ହୋଟେଲ ମାଲିକ ମହେଶ ସେଠୀଙ୍କ ବୟାନ ରେକର୍ଡ କରିଛି ସିବିଆଇ। ମହେଶ ସେଠୀ ନିଲମ୍ୱିତ ଏପିଆଇ ସଚିନ ବାଜେଙ୍କର ନିକଟତମ ବ୍ୟକ୍ତି ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ନର୍ଥ ଓ୍ୱେଷ୍ଟର୍ଣ୍ଣ ଏରିଆରେ ଥିବା ହୋଟେଲ ଗୁଡ଼ିକର କୌଣସି ଅସୁବିଧା ହେଲେ ମହେଶ ନେତୃତ୍ୱ ନେଇ ସମସ୍ତ ସମସ୍ୟାର ସମାଧାନ କରୁଥିଲେ। ମୁଖ୍ୟତଃ ପୁଲିସ ସଂପର୍କିତ ମାମଲାର ସମାଧାନ କରୁଥିଲେ ମହେଶ ସେଠୀ। ହୋଟେଲ ଗୁଡ଼ିକରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମହେଶ ସେଠୀ ଅନେକ ଥର ମୁମ୍ୱାଇ ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ନିଲମ୍ୱିତ ଏପିଆଇ ସଚିନ ବାଜେ ଏବଂ ଏସିପି ସଞ୍ଜୟ ପାଟିଲଙ୍କ ସହିତ ଅନେକ ହୋଟେଲ ମାଲିକଙ୍କୁ ଚିହ୍ନା କରାଇଥିଲେ ମହେଶ ସେଠୀ।

ଏହାପୂର୍ବରୁ ଆଣ୍ଟିଲେଆରେ ବୋମା ଭର୍ତ୍ତି କାର ରଖିବା ମାମଲାରେ ଏବଂ କାର ମାଲିକ ମନସୁଖ ହିରେନ ମୃତ୍ୟୁ ମାମଲାରେ ଏନଆଇଏ ମହେଶ ସେଠୀଙ୍କର ବୟାନ ରେକର୍ଡ କରିସାରିଛି।

ଗୁରୁବାର ସିବିଆଇ ଟିମ୍ ଚାରି ଜଣଙ୍କୁ ବଟି ଆଦାୟ ମାମଲାରେ ଜେରା କରିଛି। ଯେଉଁଥିରେ ମୁମ୍ବାଇ ପୁଲିସର ସହକାରୀ ଇନ୍ସପେକ୍ଟର ସଚିନ୍ ବାଜେ, ମୁମ୍ବାଇ ପୁଲିସର ଏସିପି ସଞ୍ଜୟ ପାଟିଲ ଏବଂ ତାଙ୍କ ସହ ମୁମ୍ବାଇ ପୁଲିସର ପୂର୍ବତନ କମିଶନର ପରମବୀର ସିଂ ଏବଂ ଡେପୁଟି କମିଶନର ରାଜୁ ଭୁଜବଲ ରହିଛି। ସିବିଆଇ ଟିମ୍ ମଙ୍ଗଳବାର ମୁମ୍ବାଇରେ ପହଞ୍ଚି ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଆଗାମୀ ପନ୍ଦର ଦିନ ମଧ୍ୟରେ ତଦନ୍ତକାରୀ ଟିମ୍ ସିବିଆଇ ନିର୍ଦ୍ଦେଶକଙ୍କ ନିକଟରେ ଦାଖଲ କରିବ। ଯଦି ଅନୀଲ ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ ବୋଲି ପ୍ରମାଣିତ ହେବ ତାହାଲେ ସିବିଆଇ ଏଫଆଇଆର ରୁଜୁ କରିବ।

ସୂଚନାଯୋଗ୍ୟ, ପରମବୀର୍ ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ ଅଭିଯୋଗ କରିଥିଲେ ଯେ ଅନୀଲ ଦେଶମୁଖ ସଚିନ ବାଜେ ଏବଂ ପାଟିଲଙ୍କୁ ଡାକି ମୁମ୍ବାଇର ବାର୍ ଏବଂ ରେଷ୍ଟୁରାଣ୍ଟରୁ ମାସିକ ୧୦୦ କୋଟି ବଟି ଆଦାୟ କରିବାକୁ କହିଥିଲେ।

Related story