ବ୍ୟାଙ୍କରୁ ୧୧ କୋଟି ଟଙ୍କାର କଏନ ଗାଏବ: ୨୫ଟି ସ୍ଥାନରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ: ରାଜସ୍ଥାନର କରୌଲି ସ୍ଥିତି ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ର ଷ୍ଟ୍ରଙ୍ଗରୁମରୁ ୧୧ କୋଟି ଟଙ୍କାର କଏନ ଗାଏବ ହେବା ଘଟଣାରେ ଧରପଗଡ଼ ଆରମ୍ଭ କରିଛି ସିବିଆଇ। ଆଜି ସିବିଆଇ ଏହି ଘଟଣାରେ ୨୫ଟି ସ୍ଥାନରେ ଏକକାଳୀନ ରେଡ୍‌ କରିଛି। ଏଥିସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଛି। କଏନ ଗାଏବ ଘଟଣା ତଦନ୍ତ ସିବିଆଇ ଦ୍ୱାରା କରିବାକୁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଚଳିତ ବର୍ଷ ଏପ୍ରିଲ ୧୩ରେ ସିବିଆଇ ମାମଲା ରୁଜୁ କରି […]

CBI

  • Published: Thursday, 18 August 2022
  • , Updated: 18 August 2022, 09:13 PM IST

ନୂଆଦିଲ୍ଲୀ: ରାଜସ୍ଥାନର କରୌଲି ସ୍ଥିତି ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ର ଷ୍ଟ୍ରଙ୍ଗରୁମରୁ ୧୧ କୋଟି ଟଙ୍କାର କଏନ ଗାଏବ ହେବା ଘଟଣାରେ ଧରପଗଡ଼ ଆରମ୍ଭ କରିଛି ସିବିଆଇ। ଆଜି ସିବିଆଇ ଏହି ଘଟଣାରେ ୨୫ଟି ସ୍ଥାନରେ ଏକକାଳୀନ ରେଡ୍‌ କରିଛି। ଏଥିସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଛି।

କଏନ ଗାଏବ ଘଟଣା ତଦନ୍ତ ସିବିଆଇ ଦ୍ୱାରା କରିବାକୁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଚଳିତ ବର୍ଷ ଏପ୍ରିଲ ୧୩ରେ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଏହିକ୍ରମରେ ଆଜି ସିବିଆଇର ଏକାଧିକ ଟିମ୍‌ ଦିଲ୍ଲୀ, ଜୟପୁର, ଦଉସା, କରୌଲି, ସୱାଇ ମାଧୋପୁର, ଅଲୱାର, ଉଦୟପୁର ଓ ଭିଲୱାରାର ୨୫ଟି ସ୍ଥାନରେ ରେଡ୍‌ କରିଥିଲେ। ୧୫ ଜଣ ପୂର୍ବତନ ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କ ସହ ଜଡ଼ିତ ଲୋକଙ୍କ ଠିକଣାରେ ଏହି ରେଡ୍‌ କରାଯାଇଛି। ଏହି ସମୟରେ ଘଟଣା ସହ ଲିଙ୍କ ରହିଥିବା ଏକାଧିକ ଦସ୍ତାବିଜ ଜବତ କରାଯାଇଥିବା ଜଣାପଡ଼ିଛି।

କଏନ ଗାଏବ ହେବା ପରେ ଏସ୍‌ବିଆଇ ପକ୍ଷରୁ ସିବିଆଇ ତଦନ୍ତ ଦାବି କରି ରାଜସ୍ଥାନ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଗାଏବ କଏନର ମୂଲ୍ୟ ୩ କୋଟିରୁ ଅଧିକ ହୋଇଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିୟମ ଅନୁସାରେ ତଦନ୍ତ କରିବା କଥା। ଏହାକୁ ଆଧାର କରି ଏସ୍‌ବିଆଇ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲା।

ହାଇକୋର୍ଟ ମଧ୍ୟ ଏହି ଆବେଦନକୁ ଗ୍ରହଣ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାଜସ୍ଥାନ ପୁଲିସ୍‌ ରୁଜୁ କରିଥିବା ଏଫଆଇଆରକୁ ସିବିଆଇ ନିଜ ପାଖକୁ ସ୍ଥାନାନ୍ତର କରି ମାମଲା କରିଥିଲା। ଏଥିସହ ଘଟଣାର ଛାନଭିନ ଆରମ୍ଭ କରିଥିଲା।

Related story