କେବେ ପ୍ରକାଶ ପାଇବ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ, ଉତ୍ତର ଦେଲେ ସଚିବ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷର ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି। ଏବେ ପୂର୍ବ ପରୀକ୍ଷାର ମାର୍କକୁ ଆଧାର କରି ରେଜଲ୍ଟ ପ୍ରକାଶ ପାଇବ ବୋଲି କୁହଯାଉଛି। କିନ୍ତୁ ରେଜଲ୍ଟ କେବେ ପ୍ରକାଶ ପାଇବ, ତା’କୁ ନେଇ ପିଲାମାନେ ଦ୍ୱନ୍ଦ୍ୱରେ ଥିବା ବେଳେ ସିବିଏସ୍‌ଇ ସଚିବ ଅନୁରାଗ ତ୍ରିପାଠୀ ଏହାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଉପଯୁକ୍ତ ମୂଲ୍ୟାଙ୍କନ ପରେ ଅଗଷ୍ଟ ପୂର୍ବରୁ ହିଁ ରେଜଲ୍ଟ ପ୍ରକାଶ ପାଇବ। ଉଚ୍ଚ […]

CBSE

Hemant Lenka
  • Published: Thursday, 03 June 2021
  • , Updated: 03 June 2021, 07:06 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷର ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଛି। ଏବେ ପୂର୍ବ ପରୀକ୍ଷାର ମାର୍କକୁ ଆଧାର କରି ରେଜଲ୍ଟ ପ୍ରକାଶ ପାଇବ ବୋଲି କୁହଯାଉଛି। କିନ୍ତୁ ରେଜଲ୍ଟ କେବେ ପ୍ରକାଶ ପାଇବ, ତା’କୁ ନେଇ ପିଲାମାନେ ଦ୍ୱନ୍ଦ୍ୱରେ ଥିବା ବେଳେ ସିବିଏସ୍‌ଇ ସଚିବ ଅନୁରାଗ ତ୍ରିପାଠୀ ଏହାର ଉତ୍ତର ଦେଇଛନ୍ତି।

ସେ କହିଛନ୍ତି, ଉପଯୁକ୍ତ ମୂଲ୍ୟାଙ୍କନ ପରେ ଅଗଷ୍ଟ ପୂର୍ବରୁ ହିଁ ରେଜଲ୍ଟ ପ୍ରକାଶ ପାଇବ। ଉଚ୍ଚ ଶିକ୍ଷା ଅନୁଷ୍ଠାନ ଓ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରାୟତଃ ଅଗଷ୍ଟ ମାସରେ ନାମଲେଖା ପ୍ରକ୍ରିୟା ଆରମ୍ଭ କରନ୍ତି। ତେଣୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଆମେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛୁ। ଏବେ ସିବିଏସ୍‌ଇ ମୂଲ୍ୟାଙ୍କନ ପଦ୍ଧତି ଉପରେ କାମ କରୁଛି। ୨ ସପ୍ତାହ ମଧ୍ୟରେ ଏହା ଉପରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷଣ କରୋନା ପାଇଁ ବାତିଲ କରାଯାଉଥିବା ଘୋଷଣା କରିଥିଲେ। ପିଲାଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପରୀକ୍ଷା ବାତିଲ କରାଯାଇଥିବା ସେ କହିଛନ୍ତି।

ପରୀକ୍ଷା ବାତିଲ ହୋଇଥିଲେ ହେଁ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ଚାହିଁବେ, ସେମାନେ ପରୀକ୍ଷା ଦେଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ପରୀକ୍ଷା ବାତିଲ ହୋଇଥିଲେ ହେଁ ଯେଉଁମାନେ ଚାହିଁବେ, ସେମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା ହେବ।

କରୋନା ସ୍ଥିତି ଦେଶରେ ସୁଧୁରିଲେ ଆଗ୍ରହୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ। ରେଜଲ୍ଟ ପ୍ରକାଶ କରିବାକୁ ଉଚିତ ବ୍ୟବସ୍ଥା କରାଯିବ। ନିର୍ଦ୍ଧାରିତ ସମୟରେ ସବୁ କିଛିକୁ ବିଚାରକୁ ନେଇ ରେଜଲ୍ଟ ପ୍ରକାଶ ପାଇବ। ରେଜଲ୍ଟକୁ ନେଇ ପିଲାମାନେ କିମ୍ବା ସେମାନଙ୍କର ଅଭିଭାବକମାନେ ଆଦୌ ବ୍ୟସ୍ତ ହେବା ଉଚିତ ନୁହେଁ ବୋଲି ସରକାର ଆଶ୍ୱସନା ଦେଇଛନ୍ତି।

Related story