କମିଛି ସିମେଣ୍ଟ ମୂଲ୍ୟ

ନୂଆଦିଲ୍ଲୀ: ଦେଶରେ ସିମେଣ୍ଟ ଚାହିଦା କମୁଥିବାରୁ ଏହାର ବିକ୍ରିରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ବିଶେଷ କରି ଅନିୟମିତ ମୌସୁମୀ ପାଇଁ ସିମେଣ୍ଟର ଚାହିଦା କମିଛି। ଫଳରେ ସିମେଣ୍ଟର ଆକାଶ ଛୁଆଁ ଦର ସାମାନ୍ୟ ଖସି ଆସିଛି। ମୁଖ୍ୟତଃ ନଭେମ୍ବର ମାସରେ ଫେଷ୍ଟିଭ୍‌ ସିଜିନ୍‌ ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିବା, ପୂର୍ବରେ ବାଲି ଲିଜ୍‌କୁ ନେଇ ବିବାଦୀୟ ପରିସ୍ଥିତି, ଦକ୍ଷିଣରେ ଲଗାତାର ଅନିୟମିତ ବର୍ଷା ଏବଂ ଶମ୍ରିକ ଅଭାବ କାରଣରୁ ସିମେଣ୍ଟ ବ୍ୟବସାୟ ଘାଟା ହୋଇଛି। ଚାହିଦା […]

Money

Tapas Behera
  • Published: Monday, 06 December 2021
  • , Updated: 06 December 2021, 05:02 PM IST

ନୂଆଦିଲ୍ଲୀ: ଦେଶରେ ସିମେଣ୍ଟ ଚାହିଦା କମୁଥିବାରୁ ଏହାର ବିକ୍ରିରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ବିଶେଷ କରି ଅନିୟମିତ ମୌସୁମୀ ପାଇଁ ସିମେଣ୍ଟର ଚାହିଦା କମିଛି। ଫଳରେ ସିମେଣ୍ଟର ଆକାଶ ଛୁଆଁ ଦର ସାମାନ୍ୟ ଖସି ଆସିଛି। ମୁଖ୍ୟତଃ ନଭେମ୍ବର ମାସରେ ଫେଷ୍ଟିଭ୍‌ ସିଜିନ୍‌ ପାଇଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିବା, ପୂର୍ବରେ ବାଲି ଲିଜ୍‌କୁ ନେଇ ବିବାଦୀୟ ପରିସ୍ଥିତି, ଦକ୍ଷିଣରେ ଲଗାତାର ଅନିୟମିତ ବର୍ଷା ଏବଂ ଶମ୍ରିକ ଅଭାବ କାରଣରୁ ସିମେଣ୍ଟ ବ୍ୟବସାୟ ଘାଟା ହୋଇଛି।

ଚାହିଦା କମିବାରୁ ନଭେମ୍ବରରେ ସିମେଣ୍ଟ ମୂଲ୍ୟ ପୂର୍ବ ମାସ ତୁଳନାରେ ୩ ପ୍ରତିଶତ ଖସିଛି ବୋଲି କୁହାଯାଇଛି। ଦକ୍ଷିଣରେ ପ୍ରବଳ ବର୍ଷା ଯୋଗୁ  ସିମେଣ୍ଟ କାରବାର ମାଇନସ ୪.୮ ଏବଂ ପୂର୍ବରେ ମାଇନସ ୩.୨ ପ୍ରତିଶତକୁ ଖସି ଆସିଥିଲା।  ସେହିପରି ଆଇଆଇଏଫଏଲ୍ ରିପୋର୍ଟ ଅନୁଯାୟୀ, ଅକ୍ଟୋବରରେ ଏକ୍ସିଟ୍‌ ମୂଲ୍ୟ ତୁଳନାରେ ନଭେମ୍ବରର ଏକ୍ସିଟ୍‌ ମୂଲ୍ୟ  5% ହ୍ରାସ ପାଇଛି। ବର୍ତ୍ତମାନ ୫୦ କେଜି ସିମେଣ୍ଟ ବ୍ୟାଗର ମୂଲ୍ୟ ୩୩୬ ଟଙ୍କା ରହିଛି।

ତେବେ କଷ୍ଟ ରେଟ୍‌  ଅଧିକ ରହୁଥିବାରୁ ଦର ଖସିବା ପରେ ସିମେଣ୍ଟ କମ୍ପାନୀ ଗୁଡ଼ିକ ଲାଭବାନ ହେଉ ନାହାନ୍ତି ବୋଲି କୁହାଯାଇଛି। ତେବେ ସ୍ଥିତି ସୁଧୁରିବା ପରେ ଆଗକୁ ସିମେଣ୍ଟ ଦର ବଢ଼ିପାରେ ବୋଲି କୁହାଯାଉଛି।

Related story