ଟିକାର ଚାହିଦା ପୂରଣ ପାଇଁ ଦୁଇ କମ୍ପାନୀକୁ ୬୫ କୋଟି ଲେଖାଏ ଦେବେ ସରକାର

ନୂଆଦିଲ୍ଲୀ: ଦିନକୁ ଦିନ ସଂକ୍ରମଣ ବଢ଼ିବା ସହ ଦେଶରେ ଟିକାର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଟିକାର ଚାହିଦାକୁ ପୂରଣ କରିବା ପାଇଁ ଆଜି ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। କୋଭାକ୍ସିନ ଟିକା ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ୍‌କୁ ସରକାର ୬୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହା ସହ ଆଉ ଗୋଟିଏ କମ୍ପାନୀକୁ ମଧ୍ୟ ସରକାର ୬୫ କୋଟି ଟଙ୍କା ଦେବେ। ଭାରତ ସରକାରଙ୍କ ବାଓଟେକ୍ନୋଲଜି ବିଭାଗ […]

covaxin

Hemant Lenka
  • Published: Friday, 16 April 2021
  • , Updated: 16 April 2021, 08:54 PM IST

ନୂଆଦିଲ୍ଲୀ: ଦିନକୁ ଦିନ ସଂକ୍ରମଣ ବଢ଼ିବା ସହ ଦେଶରେ ଟିକାର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଟିକାର ଚାହିଦାକୁ ପୂରଣ କରିବା ପାଇଁ ଆଜି ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। କୋଭାକ୍ସିନ ଟିକା ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ୍‌କୁ ସରକାର ୬୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହା ସହ ଆଉ ଗୋଟିଏ କମ୍ପାନୀକୁ ମଧ୍ୟ ସରକାର ୬୫ କୋଟି ଟଙ୍କା ଦେବେ। ଭାରତ ସରକାରଙ୍କ ବାଓଟେକ୍ନୋଲଜି ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ବିବୃତି ଜାରି କରାଯାଇଛି।

କୋଭାକ୍ସିନକୁ ଭାରତ ବାୟୋଟେକ୍‌ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି କରିଛି। ଜାନୁଆରୀ ୧୬ରୁ ଏହା ଦେଶର ବିଭିନ୍ନ ସ୍ଥାନରେ ଲୋକଙ୍କୁ ପ୍ରଦାନ କରାଯାଉଛି। ଏବେ କେନ୍ଦ୍ର ସରକାର ‘ଆତ୍ମନିର୍ଭର ଭାରତ ୩.୦ ମିଶନ କୋଭିଡ୍‌ ସୁରକ୍ଷା’ ଜରିଆରେ ଏହି ଅର୍ଥ ପ୍ରଦାନ କରିବେ।

ସରକାର କହିଛନ୍ତି, କୋଭାକ୍ସିନର ଉତ୍ପାଦନ କ୍ଷମତା ମେ’-ଜୁନ୍ ବେଳକୁ ଦୁଇ ଗୁଣ ହୋଇଯିବ। ସେହିପରି ଜୁଲାଇ-ଅଗଷ୍ଟ ବେଳକୁ କ୍ଷମତା ୬ରୁ ୭ ଗୁଣ ବଢ଼ିବ। ଏହାର ଅର୍ଥ କୋଭାକ୍ସିନର ଉତ୍ପାଦନ କ୍ଷମତା ଏପ୍ରିଲରେ ୧ କୋଟି ଥିବା ବେଳେ ଜୁଲାଇ-ଅଗଷ୍ଟ ବେଳକୁ ୬ରୁ ୭ କୋଟିରେ ପହଞ୍ଚି ଯାଇଥିବ। ସେପ୍ଟେମ୍ବର ଶେଷ ବେଳକୁ ପାଖାପାଖି ୧୦ କୋଟି ଡୋଜ୍‌ ଉତ୍ପାଦନ ହେଉଥିବ ବୋଲି ସରକାର ଆଶା ରଖିଛନ୍ତି।

ଟିକାର ଉତ୍ପାଦନ ପାଇଁ ଭାରତ ସରକାର ଭାରତ ବାୟୋଟେକ୍‌ର ବେଙ୍ଗାଲୁରୁ କାରଖାନା ପାଇଁ ୬୫ କୋଟି ଟଙ୍କାର ସହାୟତା ଦେଉଛନ୍ତି। ଏହି ଅର୍ଥକୁ ବ୍ୟବହାର କରି ଭାରତ ବାୟୋଟେକ୍‌ ସେଠାରେ ଟିକାର ଉତ୍ପାଦନ କ୍ଷମତା ବୃଦ୍ଧି କରିବ। ଭାରତ ବାୟୋଟେକ୍‌ ବ୍ୟତୀତ କେନ୍ଦ୍ର ସରକାର ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ମୁମ୍ବାଇରେ କାମ କରୁଥିବା Haffkine Biopharmaceutical Corporation Ltd ପାଇଁ ମଧ୍ୟ ୬୫ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଏହି କମ୍ପାନୀରେ ମଧ୍ୟ ଟିକା ଉତ୍ପାଦନ ହେବାକୁ ଥିବାରୁ ସରକାର ଆର୍ଥିକ ସହାୟତା କରିଛନ୍ତି। ‌ଉତ୍ପାଦନ ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ କମ୍ପାନୀ ୧୨ ମାସର ସମୟ ମାଗିଥିଲା। ହେଲେ ସରକାର ୬ ମାସ ମଧ୍ୟରେ ପ୍ରସ୍ତୁତ ହେବାକୁ କହିଛନ୍ତି। ଏଠାରେ ମାସକୁ ୨୦ ନିୟୁତ କରୋନା ଟିକାର ଡୋଜ୍‌ ଉତ୍ପାଦନ ହେବ।

Indian Immunologicals Limited (IIL), Hyderabad  ଓ  Bharat Immunologicals and Biologicals Limited (BIBCOL), Bulandshahrକୁ ମଧ୍ୟ ଟିକା ଉତ୍ପାଦନ ପାଇଁ ପ୍ରସ୍ତୁତ ହେବାକୁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି। ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ମାସିକ ୧୦ରୁ ୧୫ ନିୟୁତ ଟିକାର ଡୋଜ୍‌ ଏହି କମ୍ପାନୀରେ ପ୍ରସ୍ତୁତ ହେବ।

Related story