ମାଡ଼ିଗଲା ଟ୍ରେନ୍, ଚାଲିଗଲା ୫ ଜୀବନ

ଲକ୍ଷ୍ନୌ: ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରେକ, ଗାଡ଼ି ଓ କାର ରେଲଓ୍ୱେ କ୍ରସିଂ ଫାଟକ ପାରି ହେଉଥିବା ବେଳେ ଟ୍ରେନ୍ ସହ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ଶାହଜହାଁପୁରରେ। ରେଲଓ୍ୱେ ଫାଟକ ଖୋଲାଥିବା ବେଳେ ଗାଡ଼ିଟି ପାରି ହେଉଥିବା ଜଣାପଡ଼ିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହିତ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର […]

accident

Subhransu Sekhar
  • Published: Thursday, 22 April 2021
  • , Updated: 22 April 2021, 01:16 PM IST

ଲକ୍ଷ୍ନୌ: ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରେକ, ଗାଡ଼ି ଓ କାର ରେଲଓ୍ୱେ କ୍ରସିଂ ଫାଟକ ପାରି ହେଉଥିବା ବେଳେ ଟ୍ରେନ୍ ସହ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ଶାହଜହାଁପୁରରେ। ରେଲଓ୍ୱେ ଫାଟକ ଖୋଲାଥିବା ବେଳେ ଗାଡ଼ିଟି ପାରି ହେଉଥିବା ଜଣାପଡ଼ିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହିତ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଥାନା ଅଧିକାରୀ ସଞ୍ଜୀବ ବାଜପେୟୀ କହିଛନ୍ତି, ଚଣ୍ଡିଗଡ଼ ଏକ୍ସପ୍ରେସ ମିରାନପୁର କାଟ୍ରା ରେଲଓ୍ୱେ ଷ୍ଟେସନ ପାଖରେ ପହଞ୍ଚିବାକୁ ଅଳ୍ପ ସମୟ ଥିଲା। ଏହା ପୂର୍ବରୁ ଏକ ରେଲଓ୍ୱେ କ୍ରସିଂ ପାଖରେ ଗୋଟିଏ ଗାଡ଼ି ସହ ଧକ୍କା ହୋଇଥିଲା। ଏହି ସମୟରେ ଫାଟକ ଖୋଲା ଥିଲା। ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି।

ସୂଚନାଅନୁସାରେ ଚଣ୍ଡିଗଡ଼ ଏକ୍ସପ୍ରେସ ଟ୍ରେନ୍ ଦୁଇଟି ଟ୍ରକ୍, ଗୋଟିଏ କାର୍ ଏବଂ ଗୋଟିଏ ମୋଟର ସାଇକେଲକୁ ଧକ୍କା ଦେବାରୁ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ କିଛି ଆହତ ହୋଇଛନ୍ତି। ବଡ଼ ଦୁର୍ଘଟଣା ହୋଇଥିବାରୁ ମୃତଦେହ ଖଣ୍ଡ ବିଖଣ୍ଡିତ ହୋଇ ଏଣେତେଣେ ପଡ଼ିଥିବା ସୂଚନା ରହିଛି। ଏବେ ପୁଲିସ ଦୁର୍ଘଟଣା ବାବଦରେ ତଦନ୍ତ କରୁଛି। ଟ୍ରେନ ଯାଉଥିବା ବେଳେ କିଭଳି ରେଳ ଫାଟକ ଖୋଲା ଥିଲା ଏହାର ତଦନ୍ତ କରୁଛି ପୁଲିସ।

https://twitter.com/AHindinews/status/1385095017409122306?s=20

Related story