ଚଣ୍ଡିଗଡ଼ ୟୁନିର୍ଭସିଟି ଭିଡିଓ ଲିକ୍ ଘଟଣା: ୭ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଚଣ୍ଡିଗଡ:  ଚଣ୍ଡିଗଡ଼ ୟୁନିର୍ଭସିଟି ଭିଡିଓ ଲିକ୍ ଘଟଣାରେ ୩ ଗିରଫ। ଏମାନଙ୍କ ମଧ୍ୟରେ ଅଛନ୍ତି ଭିଡିଓ ଭାଇରାଲ କରିଥିବା ହଷ୍ଟେଲ ଛାତ୍ରୀ, ହିମାଚଳ ପ୍ରଦେଶରେ ରହୁଥିବା ତାଙ୍କ ବୟଫ୍ରେଣ୍ଡ ଏବଂ ଆଉ ଜଣେ ୩୧ ବର୍ଷୀୟ ଯୁବକ। ଏମାନଙ୍କୁ ଗିରଫ କରାଯିବା ପରେ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। କୋର୍ଟ ରୁମରେ ଅଭିଯୁକ୍ତ ଛାତ୍ରୀଙ୍କ ବୟ ଫ୍ରେଣ୍ଡ ସନ୍ନି ମେହେତାଙ୍କୁ ହାଜର କରିଥିଲା ପୁଲିସ । ଏହି ସମୟରେ ପୁଲିସ ସହିତ […]

Chandigarh University row

Madhupriya Mistry
  • Published: Tuesday, 20 September 2022
  • , Updated: 20 September 2022, 01:37 PM IST

ଚଣ୍ଡିଗଡ:  ଚଣ୍ଡିଗଡ଼ ୟୁନିର୍ଭସିଟି ଭିଡିଓ ଲିକ୍ ଘଟଣାରେ ୩ ଗିରଫ। ଏମାନଙ୍କ ମଧ୍ୟରେ ଅଛନ୍ତି ଭିଡିଓ ଭାଇରାଲ କରିଥିବା ହଷ୍ଟେଲ ଛାତ୍ରୀ, ହିମାଚଳ ପ୍ରଦେଶରେ ରହୁଥିବା ତାଙ୍କ ବୟଫ୍ରେଣ୍ଡ ଏବଂ ଆଉ ଜଣେ ୩୧ ବର୍ଷୀୟ ଯୁବକ। ଏମାନଙ୍କୁ ଗିରଫ କରାଯିବା ପରେ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି।

କୋର୍ଟ ରୁମରେ ଅଭିଯୁକ୍ତ ଛାତ୍ରୀଙ୍କ ବୟ ଫ୍ରେଣ୍ଡ ସନ୍ନି ମେହେତାଙ୍କୁ ହାଜର କରିଥିଲା ପୁଲିସ । ଏହି ସମୟରେ ପୁଲିସ ସହିତ ଯୁକ୍ତିତର୍କ କରୁଥିଲେ ସନ୍ନି । ଏଥିରେ ବିଚାରପତି ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଭିଯୁକ୍ତ ଛାତ୍ରୀ ହଷ୍ଟେଲରେ କେଉଁ ଉଦ୍ଦେଶ୍ୟରେ ଅନ୍ୟ ଛାତ୍ରୀଙ୍କ ବାଥରୁମ ଭିତରର ଭିଡିଓ ଶୁଟିଂ କରୁଥିଲେ ଏବଂ କେଉଁ କ୍ୟାମେରାରେ ରେକର୍ଡିଂ କରୁଥିଲେ, ତା'ର ଯାଞ୍ଚ ଚାଲିଛି। ତେବେ ପ୍ରାଥମିକ ତଦନ୍ତରୁ ମହିଳା ଛାତ୍ରୀ ଜଣକ ବାଥରୁମ ଭିଡିଓ ରେକର୍ଡିଂ କରି ଅନ୍ୟ ଛାତ୍ରୀଙ୍କୁ ବ୍ଲାକମେଲ୍‌ କରୁଥିବା ଜଣାପଡିଛି।

ହଷ୍ଟେଲର ୬୦ରୁ ଅଧିକ ଛାତ୍ରୀଙ୍କ ବାଥୁରମ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ପୁଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିବା କହୁଛନ୍ତି। ପଞ୍ଜାବ ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଗତକାଲି ୩ ଜଣିଆ ସଦସ୍ୟ ବିଶିଷ୍ଟ ଏସ୍ଆଇଟି ଗଠନ ହୋଇଛି। ଏସ୍ଆଇଟିର ୩ ଜଣ ଯାକ ସଦସ୍ୟ ମହିଳା। ଟିମ୍‌ ନେତୃତ୍ୱ ନେଉଛନ୍ତି ବରିଷ୍ଠ ଆଇପିଏସ୍ ଗୁରୁପ୍ରୀତ କୌର ଦେଓ।

ସେପଟେ ଘଟଣାରେ ହଷ୍ଟେଲର ୨ ଜଣ ଓ୍ୱାର୍ଡେନଙ୍କୁ ସସପେଣ୍ଡ କରାଯାଇଛି। ଅନ୍ୟ ୱାର୍ଡେନଙ୍କୁ ମଧ୍ୟ ବଦଳି କରାଯାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆସନ୍ତା ୬ ଦିନ ଅର୍ଥାତ ୨୪ ତାରିଖ ଯାଏ ସମସ୍ତ କ୍ଲାସ୍ ବାତିଲ କରିଛନ୍ତି।

Related story