ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୨ ଲକ୍ଷ ଯାଏ ଋଣ ଛାଡ଼

ଚଣ୍ଡିଗଡ଼: ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ପଞ୍ଜାବ ସରକାର। ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ଯାଏ ଋଣ ଛାଡ଼ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ଚାଷୀଙ୍କ ପାଖରେ ୫ ଏକରରୁ କମ ଜମି ରହିଛି, ସେମାନଙ୍କୁ ୨ ଲକ୍ଷ ଟଙ୍କା ଯାଏ ଋଣ ଛାଡ଼ କରାଯିବ। ଯେଉଁ ଚାଷୀଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କା ଯାଏ […]

Farmers

Hemant Lenka
  • Published: Friday, 24 December 2021
  • , Updated: 24 December 2021, 03:08 PM IST

ଚଣ୍ଡିଗଡ଼: ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ପଞ୍ଜାବ ସରକାର। ଚାଷୀମାନଙ୍କୁ ୨ ଲକ୍ଷ ଟଙ୍କା ଯାଏ ଋଣ ଛାଡ଼ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁ ଚାଷୀଙ୍କ ପାଖରେ ୫ ଏକରରୁ କମ ଜମି ରହିଛି, ସେମାନଙ୍କୁ ୨ ଲକ୍ଷ ଟଙ୍କା ଯାଏ ଋଣ ଛାଡ଼ କରାଯିବ। ଯେଉଁ ଚାଷୀଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କା ଯାଏ ଋଣ ରହିଛି, ସେଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଛାଡ଼ କରାଯିବ।

ସେହିପରି ଭୂମିହୀନ ଚାଷୀଙ୍କ ଋଣ ମଧ୍ୟ ଛାଡ଼ ହେବ। ଋଣ ନେଇଥିବା ଚାଷୀଙ୍କ ଖାତାରେ ପଞ୍ଜାବ ସରକାର ୧୦ରୁ ୧୫ ଦିନ ମଧ୍ୟରେ ଏଥିପାଇଁ ୨ ହଜାର କୋଟି ଟଙ୍କା ଜମା କରିବେ। ପଞ୍ଜାବ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି। ଏଥିସହ ଜମି ବନ୍ଧା ରଖିଥିବା ଚାଷୀଙ୍କୁ ମଧ୍ୟ ଋଣ ଛାଡ଼ କରାଯିବ। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ଋଣ ବି ମାଫ କରାଯିବ। ଏହାବାଦ ଆଗକୁ ଚାଷୀଙ୍କ ସବୁ ଋଣ ଛାଡ଼ କରିବାକୁ ପଞ୍ଜାବ କ୍ୟାବିନେଟ ଚିନ୍ତା କରୁଥିବା ସେ କହିଛନ୍ତି।

ପଞ୍ଜାବ ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ୧.୫ ଲକ୍ଷ ଚାଷୀଙ୍କୁ ଫାଇଦା ମିଳିବ। ଏହାପୂର୍ବରୁ ରାଜ୍ୟ ସରକାର ୫.୬୩ ଲକ୍ଷ ଚାଷୀଙ୍କର ୪ ହଜାର ୬୧୦ କୋଟି ଟଙ୍କାର ଋଣ ମାଫ କରିଥିଲେ। ସେମାନଙ୍କ ମଧ୍ୟରେ ଥିବା ୧.୩୪ ଲକ୍ଷ ଛୋଟ ଚାଷୀଙ୍କୁ ୯୮୦ କୋଟି ଟଙ୍କାର ଆଶ୍ୱସ୍ତି ମିଳିଥିଲା।

ଋଣ ଛାଡ଼ ବ୍ୟତୀତ ପଞ୍ଜାବ ସରକାର ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ୩୧ ଡିସେମ୍ବର ସୁଦ୍ଧା ପଞ୍ଜାବ ପୁଲିସ୍‌ ଚାଷୀଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ ମାମଲା ରଦ୍ଦ କରିବ ବୋଲି ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ଚନ୍ନି ପଞ୍ଜାବୀ ଫିଲ୍ମ ଓ ସଂଗୀତ ଇଣ୍ଡଷ୍ଟ୍ରୀ ପ୍ରତି ଅଧିକ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ କ୍ୟାବିନେଟ କିଛି ନିଷ୍ପତ୍ତି ନେଇଥିବା କହିଛନ୍ତି। ସେ କହିଛନ୍ତି, “ପଞ୍ଜାବୀ ଫିଲ୍ମୀ ଓ ମ୍ୟୁଜିକ ସାରା ବିଶ୍ୱରେ ପରିଚିତ। ଏହାକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ଫିଲ୍ମ ଆଣ୍ଡ ଡେଭଲପମେଣ୍ଟ କାଉନସିଲ ଗଠନ ହେବ। ଫିଲ୍ମ ଅଭିନେତା, ଅଭିନେତ୍ରୀ, ପ୍ରମୋଟର ଓ ନିର୍ଦ୍ଦେଶକଙ୍କୁ ଇଣ୍ଡଷ୍ଟ୍ରୀ ପାଇଁ କାମ କରିବାକୁ ସବୁ ପ୍ରକାରର ସହାୟତା ଦିଆଯିବ।”

ପଞ୍ଜାବ ସରକାର ଭାଗବତ ଗୀତା ଓ ରାମାୟଣ ଉପରେ ଅଧ୍ୟୟନ କରିବାକୁ ଷ୍ଟଡି ସେଣ୍ଟର ତିଆରି କରିବେ ବୋଲି ଚନ୍ନି କହିଛନ୍ତି।

Related story