ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଅନେକ ଛକାପଞ୍ଝା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ଘୋଷଣା କରାଯାଇଛି। କଂଗ୍ରେସ ନେତା ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଏହାର ଘୋଷଣା କରିଛନ୍ତି ପଞ୍ଜାବ କଂଗ୍ରେସର ପ୍ରଭାରୀ ହରିଶ ରାୱତ। ଚଣ୍ଡିଗଡ଼ରେ ହୋଇଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ଚନ୍ନିଙ୍କ ନାଁ ଉପରେ ମୋହର ଲଗାଯାଇଛି। ଏହା ପୂର୍ବରୁ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ସୁପାରିସ୍ ହୋଇଥିବା […]

charanjit-singh-channi1

charanjit-singh-channi1

Ranjit Kumar Jena
  • Published: Sunday, 19 September 2021
  • Updated: 19 September 2021, 06:21 PM IST

Sports

Latest News

ଚଣ୍ଡିଗଡ଼: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଅନେକ ଛକାପଞ୍ଝା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ଘୋଷଣା କରାଯାଇଛି। କଂଗ୍ରେସ ନେତା ଚରଣଜିତ୍ ସିଂହ ଚନ୍ନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଏହାର ଘୋଷଣା କରିଛନ୍ତି ପଞ୍ଜାବ କଂଗ୍ରେସର ପ୍ରଭାରୀ ହରିଶ ରାୱତ। ଚଣ୍ଡିଗଡ଼ରେ ହୋଇଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ଚନ୍ନିଙ୍କ ନାଁ ଉପରେ ମୋହର ଲଗାଯାଇଛି।

ଏହା ପୂର୍ବରୁ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ନାଁ ମୁଖ୍ୟମନ୍ତ୍ରୀ ପାଇଁ ସୁପାରିସ୍ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଏହାର କେଇ ଘଣ୍ଟା ଭିତରେ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ହେବା ସମସ୍ତଙ୍କୁ ଚକିତ କରିଦେଇଛି। କିଛି ସମୟ ତଳେ କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେଣୁଗୋପାଳ ସୂଚନା ଦେଇଥିଲେ ଯେ ପର୍ଯ୍ୟବେକ୍ଷକଙ୍କ ବିଧାୟକଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚରଣଜିତ୍ ସିଂହ ଚନ୍ନି ସନ୍ଧ୍ୟା ୬.୩୦ରେ ରାଜ୍ୟପାଳଙ୍କୁ ଭେଟିବେ।

https://twitter.com/ANI/status/1439562866990796803?s=20

https://twitter.com/ANI/status/1439563569935257602?s=20

ଚରଣଜିତ୍ ସିଂହ ଚନ୍ନି ରାଜ୍ୟର ଚମକୌର ସାହିସ ଆସନରୁ କଂଗ୍ରେସର ବିଧାୟକ ଅଛନ୍ତି। ସେ ଦଳିତ ସମ୍ପ୍ରଦାୟରୁ ଆସିଛନ୍ତି। ଚରଣଜିତ୍ ସିଂହ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କ୍ୟାପଟେନ୍ ଅମରିନ୍ଦର ସିଂହଙ୍କର ଘୋର ବିରୋଧୀ ବୋଲି କୁହାଯାଉଛି।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରବଳ ଦାବିବାର କୁହାଯାଉଥିବା ସୁଖଜିନ୍ଦର ସିଂହ ରନ୍ଧାୱା ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି। ଏହାକୁ ମୁଁ ସ୍ୱାଗତ କରୁଛି। ଚନ୍ନି ମୋ ସାନ ଭାଇ ଭଳି। ମୁଁ ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ଆଦୌ ନିରାଶ ନୁହେଁ ବୋଲି ସୁଖଜିନ୍ଦର ସିଂହ କହିଛନ୍ତି।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ନାଁ ଉପରେ ଚର୍ଚ୍ଚା ଚାଲିଥିଲା। ସର୍ବପ୍ରଥମେ ରାହୁଲ୍ ଗାନ୍ଧିଙ୍କ ଅତି ଘନିଷ୍ଠ ଓ ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ୍ ଜାଖରଙ୍କ ନାଁ ସାମ୍ନାକୁ ଆସିଥିଲା। ଏହା ପରେ କଂଗ୍ରେସ ହାଇକମାଣ୍ଡ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅମ୍ବିକା ସୋନୀଙ୍କୁ ଆଉ କିଛି ଦିନ ପାଇଁ ଦାୟିତ୍ୱ ନେବାକୁ କହିଥିଲା। ହେଲେ ସେ ସିଧାସଳଖ ମନା କରିଦେଇଥିଲେ। ସୋନି କହିଥିଲେ ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଜଣେ ଶିଖ୍ ହେବା ଦରକାର ଏବଂ ଏହି କାରଣରୁ ସେ ଏହି ପଦବୀ ପାଇଁ ମନା କରିଦେଲେ।

ସୂଚନାଯୋଗ୍ୟ, ଶନିବାର କ୍ୟାପଟେନ୍ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଦଳୀୟ ଅସନ୍ତୋଷ କାରଣରୁ ସେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟପାଳ ଗ୍ରହଣ ମଧ୍ୟ କରିଥିଲେ। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସହ କଳହ ଯୋଗୁ ଅମରିନ୍ଦର ପଦ ଛାଡ଼ିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos