ଅହମ୍ମଦାବାଦ: ନାବାଳିକାକୁ ଫସାଇ ସାଙ୍ଗରେ ଆଣି ଇଜ୍ଜତ ଲୁଟିଲେ। ପରେ ଅଭିଯୁକ୍ତମାନେ ହୋଟେଲ ଗଲେ। କାର ଭିତରେ ଯୁବତୀଙ୍କୁ ଛାଡ଼ି ହୋଟେଲରେ ଖାଉଥିବା ବେଳେ ମାଲିକଙ୍କ ନଜର ପଡ଼ିଲା। ଆଉ ଧରାପଡ଼ିଗଲେ ଅଭିଯୁକ୍ତ। ଏମିତି ଏକ ଜଣେ ୧୫ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗର ପୁଲିସ ତ୍ୱରିତ ପଦକ୍ଷେପ ନେଇଛି। ଅଭିଯୁକ୍ତ ଗିରଫ ହେବାର ୨୪ ଘଣ୍ଟାରେ ପୁଲିସ ଚାର୍ଜସିଟ୍ ଦାଖଲ କରିଛି। ଗୁଜରାଟର ଭାବାନଗରରେ ଜଣେ ୧୫ ବର୍ଷୀୟ ନାବାଳିକାକୁ ୩ ଜଣ ଗଣ ଦୁଷ୍କର୍ମ କରିଥିଲେ। ଭାବାନଗର-ଅଲଙ୍ଗ ରାଜପଥରେ ଏକ କାରରରେ ସମ୍ପୃକ୍ତ ୩ ଜଣ ନାବାଳିକାଙ୍କ ଇଜ୍ଜତ ଲୁଟିଥିଲେ। ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏଥିସହ ଗିରଫର ୨୪ ଘଣ୍ଟା ମଧ୍ୟରେ ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଗତ ଶୁକ୍ରବାର ରାତି ୧୦ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୀଡ଼ିତାଙ୍କ ସମ୍ପର୍କୟୀ ବୋଲି ଜଣାପଡ଼ିଛି। ସେ ହେଉଛି ମନସୁଖ ସୋଲାଙ୍କି।
ସୋଲାଙ୍କି ଏବଂ ତାଙ୍କର ଆଉ ଜଣେ ବନ୍ଧୁ ସଞ୍ଜୟ ମାକୱନା ଯୁବତୀ ଜଣକୁ ଏକ ସର୍ଟ ଡ୍ରାଇଭ ପାଇଁ ମନାଇ କାରରେ ନେଇ ଯାଇଥିଲେ। ତେବେ ଅଭିଯୁକ୍ତମାନେ ମୁସ୍ତଫା ଶେଖ ନାମକ ଆଉ ଜଣେ ବନ୍ଧୁଙ୍କୁ ତ୍ରାପାଜ ଗାଁ ପାଖରେ ଥିବା ଏକ ନିର୍ମାଣାଧୀନ ପୋଲ ନିନଟକୁ ଡାକିଥିଲେ। ଭାବାନଗର ଜାତୀୟ ରାଜପଥରେ ଉକ୍ତ ସ୍ଥାନକୁ ଯୁବତୀ ଜଣଙ୍କୁ ନେଇଯାଇଥିଲେ। ସେଠାରେ ୩ ଜଣ ମିଶି ସମ୍ପୃକ୍ତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ଅପରରାଧ ପରେ ଘଟଣାସ୍ଥଳରୁ ଶେଖ୍ ଫେରାର ହୋଇ ଯାଇଥିଲେ।
କିନ୍ତୁ ସୋଲାଙ୍କି ଏବଂ ମାକୱାନା ଝିଅଟକୁ କାରରେ ନେଇ ଭାବାନଗରରେ ଅଟକିଥିଲେ। ସେଠାରେ ଏକ ରାସ୍ତାକଡ଼ ହୋଟେଲରେ ଅଭିଯୁକ୍ତ ୨ ଜଣ ସ୍ନାକସ ଏବଂ ଅନ୍ୟାନ୍ୟ ଖାଦ୍ୟ ଅର୍ଡ଼ର କରି ଖାଉଥିଲେ। ଏହି ସମୟରେ ହୋଟେଲ ମାଲିକ ଜଣକ କାରରେ ଜଣେ ନାବାଳିକା ଅସ୍ୱାଭାବିକ ଅବସ୍ଥାରେ ଥିବା ଥିବା ନଜର କରିଥିଲେ। ସେତେବେଳକୁ ରାତି ଗୋଟାଏ ୩୦ ହେବ। ହୋଟେଲ ମାଲିକ ଜଣକ ସଙ୍ଗେ ସଙ୍ଗେ ଅଲଙ୍ଗ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ୨ ଅଭିଯୁକ୍ତଙ୍କୁ ଧରିଥିଲା। ପରେ ପୁଲିସ ଅଭିଯୁକ୍ତଙ୍କୁ ଜେରା କରି ତୃତୀୟ ଜଣଙ୍କୁ ଗିରଫ କରିଥିଲା।