ସ୍ତ୍ରୀର ସୁନାଗହଣା ନେଇ ପ୍ରେମିକାକୁ ଉପହାର ଦେଇ ସ୍ୱାମୀ ଗିରଫ

ଚେନ୍ନାଇ: ପତ୍ନୀର ସୁନାଗହଣାକୁ ଚୋରି କରି  ସ୍ୱାମୀ ତାର ପ୍ରେମିକାକୁ ଉପହାର ଦେଇଦେଲା । ନିଜ ସ୍ତ୍ରୀର ସୁନାଗହଣାକୁ ନେଇ ପ୍ରେମିକାକୁ ଉପହାର ଦେବା ଅଭିଯୋଗରେ ପୁଲିସ ଜଣେ ୪୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଚେନ୍ନାଇରୁ ଆସିଛି ଏଭଳି ଅଦ୍ଭୁତ ଖବର। ସମ୍ପୃକ୍ତ ଯୁବକ ଜଣକର ଜଣେ ୨୨ ବଷୀୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ହୋଇଯାଇଥିଲା। ଏହା ପରେ ଲୁଚାଲୁଚି କରି ପ୍ରେମିକାକୁ ସେ ଅନେକ ଉପହାର ଦେଇଛନ୍ତି। ଅଭିଯୁକ୍ତ ହେଲେ ଶେଖର। ସେ […]

gold

  • Published: Monday, 08 August 2022
  • , Updated: 08 August 2022, 06:09 PM IST

ଚେନ୍ନାଇ: ପତ୍ନୀର ସୁନାଗହଣାକୁ ଚୋରି କରି  ସ୍ୱାମୀ ତାର ପ୍ରେମିକାକୁ ଉପହାର ଦେଇଦେଲା । ନିଜ ସ୍ତ୍ରୀର ସୁନାଗହଣାକୁ ନେଇ ପ୍ରେମିକାକୁ ଉପହାର ଦେବା ଅଭିଯୋଗରେ ପୁଲିସ ଜଣେ ୪୦ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଚେନ୍ନାଇରୁ ଆସିଛି ଏଭଳି ଅଦ୍ଭୁତ ଖବର। ସମ୍ପୃକ୍ତ ଯୁବକ ଜଣକର ଜଣେ ୨୨ ବଷୀୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ହୋଇଯାଇଥିଲା। ଏହା ପରେ ଲୁଚାଲୁଚି କରି ପ୍ରେମିକାକୁ ସେ ଅନେକ ଉପହାର ଦେଇଛନ୍ତି। ଅଭିଯୁକ୍ତ ହେଲେ ଶେଖର। ସେ ତାଙ୍କ ଭାଇ ରାଜେଶଙ୍କ ପରିବାର ଏବଂ ନିଜ ମାଙ୍କ ସହ ଚେନ୍ନାଇରେ ପୁନାମାଲିରେ ରୁହନ୍ତି।

ବିବାହ ପରେ ଶେଖରଙ୍କ ସହ ମନୋମାଳିନ୍ୟ ଘଟିବାରୁ ତାଙ୍କ ପତ୍ନୀ ଶାଶୁ ଘର ଛାଡ଼ି ୨ ବର୍ଷ ତଳେ ବାପ ଘରକୁ ପଳାଇଯାଥିଲା। ନିକଟରେ ସେ ତାଙ୍କ ଶୂଶୁର ଘରକୁ ନିଜର ସୁନାଗହଣା ନେବାକୁ ଫେରିଥିଲେ।

ତେବେ ତାଙ୍କର କୌଣସି  ସୁନାଗହଣା ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଥିଲେ। ଏହା ପରେ ସେ ପୁଲିସରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରି ସ୍ୱାମୀ ଶେଖର ୫୫୦ ଗ୍ରାମର ସୁନାଗହଣା ତାଙ୍କ ପ୍ରେମିକାକୁ ଦେଇଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଉକ୍ତ ସୁନାଗହଣାକୁ ଜବତ କରିଛି।

Related story