ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କରୋନା

ଜୟପୁର: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର ରାତିରେ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇ ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଶନିବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ହାଇକୋର୍ଟ ପରିସରରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ହାଇକୋର୍ଟର ଅନ୍ୟ ବିଚାରପତି, ଅଧିକାରୀ ଓ ପ୍ରାୟ ୧୦୦ ଜଣ ଓକିଲ ମଧ୍ୟ ସାମିଲ ହୋଇଥିଲେ। ତେଣୁ ଏମାନଙ୍କୁ […]

highcourt

Jitendra Garnayak
  • Published: Sunday, 16 August 2020
  • , Updated: 16 August 2020, 08:09 AM IST

ଜୟପୁର: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର ରାତିରେ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦେଇ ଦ୍ରୁତ ଆରୋଗ୍ୟ କାମନା କରିଥିଲେ।

ଶନିବାର ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ ମହାନ୍ତି ହାଇକୋର୍ଟ ପରିସରରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏଥିରେ ହାଇକୋର୍ଟର ଅନ୍ୟ ବିଚାରପତି, ଅଧିକାରୀ ଓ ପ୍ରାୟ ୧୦୦ ଜଣ ଓକିଲ ମଧ୍ୟ ସାମିଲ ହୋଇଥିଲେ। ତେଣୁ ଏମାନଙ୍କୁ ସମସ୍ତଙ୍କୁ କୋଭିଡ-୧୯ ଟେଷ୍ଟ୍ କରାଇ ନେବାକୁ କୁହାଯାଇଛି। ଏକ ମେଡିକାଲ୍ ଟିମ୍ ଆଜି ରାଜସ୍ଥାନ ହାଇକୋର୍ଟ ବାର୍ ଅଫିସ୍‌ରେ ପହଞ୍ଚି ସମସ୍ତଙ୍କ ପରୀକ୍ଷା କରିବ।

ଏହା ପୂର୍ବରୁ ଶୁକ୍ରବାର ରାଜସ୍ଥାନ ହାଇକୋର୍ଟର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ରାଜସ୍ଥାନରେ ୫୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୮୪୬ ଜଣଙ୍କ ମୃତ୍ୟୁ ଘଟିଛି।

Related story