କେହି ନିଜର ଲକ୍ଷ୍ମଣରେଖା ଭୁଲି ଯିବା ଉଚିତ୍ ନୁହଁ : ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦାୟିତ୍ୱ ନିର୍ବାହ ସମୟରେ ଜଶେ ତାର ‘ଲକ୍ଷ୍ମଣରେଖା’ ବିଷୟରେ ଭଲଭାବେ ଅବଗତ ହେବା ଉଚିତ। ଏହା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା । ଉଭୟ ମୁଖ୍ୟମନ୍ତ୍ରୀ ଏବଂ ହାଇକକୋର୍ଟର ପ୍ରଧାନବିଚାରପତିଙ୍କ ଯୁଗ୍ମସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ଏନଭି ରମଣ। ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ।  ପ୍ରଧାନ ବିଚାରପତି ଏନଭି ରମଣ କହିଛନ୍ତି ଯେ, ଗଣତନ୍ତ୍ରର ୩ଟି ସ୍ତମ୍ବକୁ ବିଭକ୍ତ କରି ସମ୍ବିଧାନ କ୍ଷମତା […]

NV-RAMANNA

Tapas Behera
  • Published: Saturday, 30 April 2022
  • , Updated: 30 April 2022, 02:15 PM IST

ନୂଆଦିଲ୍ଲୀ: ଦାୟିତ୍ୱ ନିର୍ବାହ ସମୟରେ ଜଶେ ତାର ‘ଲକ୍ଷ୍ମଣରେଖା’ ବିଷୟରେ ଭଲଭାବେ ଅବଗତ ହେବା ଉଚିତ। ଏହା କହିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା । ଉଭୟ ମୁଖ୍ୟମନ୍ତ୍ରୀ ଏବଂ ହାଇକକୋର୍ଟର ପ୍ରଧାନବିଚାରପତିଙ୍କ ଯୁଗ୍ମସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ଏନଭି ରମଣ। ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ।  ପ୍ରଧାନ ବିଚାରପତି ଏନଭି ରମଣ କହିଛନ୍ତି ଯେ, ଗଣତନ୍ତ୍ରର ୩ଟି ସ୍ତମ୍ବକୁ ବିଭକ୍ତ କରି ସମ୍ବିଧାନ କ୍ଷମତା ପ୍ରଧାନ ବିଚାରପତି କହିଛନ୍ତି ।

ଗଣତନ୍ତ୍ରକୁ ମଜଭୁତ ଏବଂ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରି କାମ କରିବାର ତରିକା ସମ୍ବିଧାନରେ ବୁଝାରଇ ଦିଆଯାଇଛି। ତେଣୁ ଯେତେବେଳେ ଜଣେ ଦାୟିତ୍ୱ ନିର୍ବାହ କରୁଛି, ସେ ତାଙ୍କର ଳକ୍ଷ୍ମଣରେଖା ଭୁଲିଯିବା ଉଚିତ ନୁହଁ। ଏହି ବୈଠରେ ପ୍ରଧାନ ବିଚାରପତି ଜନ ସ୍ୱାର୍ଥ୍ୟ ମାମଲାରେ ଅପବ୍ୟବହାର ହେଉଥିବା ଆଲୋକପାତ କରି  ଚିନ୍ତାପ୍ରକଟ କରିଥିଲେ। କିଛି ଲୋକେ ପିଆଇଏଲକୁ ପର୍ସନାଲ ଇଣ୍ଟେରେଷ୍ଟ ତଥା ବ୍ୟକ୍ତିଗତ ସ୍ୱାର୍ଥ୍ୟରେ ବ୍ୟବହାର କରୁଥିବା ସେ କହିଛନ୍ତି।

ସମସ୍ତଙ୍କୁ ଅଲଗା ଅଲଗା କ୍ଷମତା ଦିଆଯାଇଛି। ହେଲେ କର୍ତ୍ତବ୍ୟ ସମ୍ପାଦନ କରିବା ବେଳେ ତିନିଟି ସ୍ତମ୍ବ ନିଜ ଲକ୍ଷ୍ମଣରେଖା ପ୍ରତି ସତର୍କ ରହିବା ଉଚିତ। ଅର୍ଥାତ କେହି କାହା କାର୍ଯ୍ୟ କ୍ଷେତ୍ରରେ ହସ୍ତକ୍ଷେପ ନକରିବା ଉଚିତ। ତିନି ଅଙ୍ଗ ମଧ୍ୟରେ ସମନ୍ୱୟ ରହୁ ହେଲେ କେହି କାହାକୁ ଟପି ଯାଇ ଅନାବଶ୍ୟକ ଭାବରେ ହସ୍ତକ୍ଷେପ ନକରନ୍ତୁ। ଯଦି ଏପରି ହୁଏ ତେବେ ଗଣତନ୍ତ୍ର ଦୁର୍ବଳ ହେବ ବୋଲି ସେ କହିଛନ୍ତି।

ସମ୍ମିଳନୀରେ କୋଭିଡ-୧୯ ମହାମାରୀ ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ଦ୍ୱାରା ନ୍ୟାୟିକ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନାକୁ ନେଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଶ୍ରୀ ରମଣା ପ୍ରଶଂସା କରିଥିଲେ। ଖାଲି ବିଚାରପତି ପଦ ପୂରଣ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିମାନେ ନାମ ସୁପାରିସ କରି ପଠାଇବା ପାଇଁ ସେ ଅନୁରୋଧ କରିଥିଲେ। ସମ୍ମିଳନୀରେ ଏପ୍ରିଲ ୨୦୧୬ର ପ୍ରସ୍ତାବଗୁଡ଼ିକର କାର୍ଯ୍ୟକାରୀତାକୁ ନେଇ ସମୀକ୍ଷା କରାଯାଇଥିଲା। ଦେଶରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ କି ଭଳି ଆହୁରି ସୁଦୃଢ଼ କରାଯାଇପାରିବ ସେ ନେଇ ବ୍ୟାପକ ବିଚାରବିମର୍ଶ ହୋଇଥିଲା।

Related story