ରେଳ ଷ୍ଟେସନରୁ ଚୋରି ହୋଇଥିବା ଶିଶୁ ବିଜେପି ନେତାଙ୍କ ଘରୁ ମିଳିଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଥୁରା ରେଳ ଷ୍ଟେସନରୁ ଚୋରି ହୋଇଯାଇଥିବା ୭ ମାସର ଶିଶୁପୁତ୍ରର ପତ୍ତା ମିଳିଛି। ରାଜ୍ୟର କ୍ଷମତାସୀନ ବିଜେପିର ଜଣେ ନେତାଙ୍କ ଘରୁ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗତ ସପ୍ତାହରେ ଶିଶୁପୁତ୍ରଟି ତା’ ବାପା ମା’ଙ୍କ କୋଳରେ ଶୋଇଥିବାରୁ ଜଣେ ବ୍ୟକ୍ତି ତାକୁ ଉଠାଇ ନେଇ ଯାଇଥିଲେ। ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହି ଦୃଶ୍ୟ ସାମ୍ନାକୁ ଆସିଥିଲା। ସେବେଠାରୁ ପୁଲିସ୍‌ ଘଟଣାର ଯାଞ୍ଚ କରୁଥିବା ବେଳେ ମଥୁରା ଠାରୁ ୧୦୦ […]

Child

  • Published: Monday, 29 August 2022
  • , Updated: 29 August 2022, 08:52 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଥୁରା ରେଳ ଷ୍ଟେସନରୁ ଚୋରି ହୋଇଯାଇଥିବା ୭ ମାସର ଶିଶୁପୁତ୍ରର ପତ୍ତା ମିଳିଛି। ରାଜ୍ୟର କ୍ଷମତାସୀନ ବିଜେପିର ଜଣେ ନେତାଙ୍କ ଘରୁ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗତ ସପ୍ତାହରେ ଶିଶୁପୁତ୍ରଟି ତା’ ବାପା ମା’ଙ୍କ କୋଳରେ ଶୋଇଥିବାରୁ ଜଣେ ବ୍ୟକ୍ତି ତାକୁ ଉଠାଇ ନେଇ ଯାଇଥିଲେ।

ଷ୍ଟେସନରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହି ଦୃଶ୍ୟ ସାମ୍ନାକୁ ଆସିଥିଲା। ସେବେଠାରୁ ପୁଲିସ୍‌ ଘଟଣାର ଯାଞ୍ଚ କରୁଥିବା ବେଳେ ମଥୁରା ଠାରୁ ୧୦୦ କିମି ଦୂର ଫିରୋଜାବାଦରେ ଥିବା ବିଜେପିର ଜଣେ କର୍ପୋରେଟରଙ୍କ ଘରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଏଥିସହ ବିଭିନ୍ନ ସ୍ଥାନରୁ ପିଲା ଚୋରି ବିକ୍ରି କରୁଥିବା ଗୋଟିଏ ରାକେଟକୁ ମଧ୍ୟ ପୁଲିସ୍‌ ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛି।

ବିଜେପିର ବୀନିତା ଅଗ୍ରୱାଲ ଓ ତାଙ୍କ ସ୍ୱାମୀ ଏହି ଶିଶୁପୁତ୍ରକୁ ଦୁଇ ଜଣ ଡାକ୍ତରଙ୍କ ଠାରୁ ୧.୮ ଲକ୍ଷ ଟଙ୍କାରେ କିଣିଥିବା କହିଛନ୍ତି। ସେମାନଙ୍କର ଗୋଟିଏ ଝିଅ ରହିଛି। ହେଲେ ସେମାନେ ପୁଅ ଚାହୁଁଥିଲେ। ଏଥିପାଇଁ ସେମାନେ ପିଲା ଚୋରି ଗ୍ୟାଙ୍ଗରେ ସାମିଲ ଥିବା ଦୁଇ ଜଣ ଡାକ୍ତରଙ୍କ ଠାରୁ ରେଳ ଷ୍ଟେସନରୁ ଚୋରି ହୋଇଥିବା ଶିଶୁପୁତ୍ରକୁ କିଣି ନେଇଥିଲେ।

ପୁଲିସ୍‌ କହିଛି ଯେ ଏହି ଘଟଣାରେ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଘଟଣା ଦିନ ପ୍ଲାଟଫର୍ମରୁ ଶିଶୁପୁତ୍ରକୁ ଉଠାଇ ନେଇଥିବା ବ୍ୟକ୍ତି ଜଣକ ମଧ୍ୟ ରହିଛି। ପୁଲିସ୍‌ର ସାମ୍ବାଦିକ ସମ୍ମିଳନୀ ବେଳେ ମଥୁରାର ରେଳବାଇ ପୁଲିସ ପ୍ରସ୍ତୁତ କରୁଥିବା ଭିଡିଓକୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଶିଶୁପୁତ୍ରକୁ ତାର ପ୍ରକୃତ ବାପାମା’ଙ୍କୁ ହସ୍ତାନର କରୁଥିବା ବେଳର ଦୃଶ୍ୟ ରହିଥିଲା। ଆଉ ଗୋଟିଏ ଭିଡିଓରେ ଦୁଇ ଡାକ୍ତରଙ୍କ ପାଖରୁ ପୁଲିସ୍‌ ଜବତ କରିଥିବା ଗୋଟିଏ ବିଡ଼ା ୫୦୦ ଟଙ୍କିଆ ନୋଟ ରହିଥିଲା।

ବରିଷ୍ଠ ପୁଲିସ୍‌ ଅଧିକାରୀ ମହମ୍ମଦ ମୁସ୍ତାକ କହିଛନ୍ତି, ଏହା ପଛରେ ଗୋଟିଏ ଗ୍ୟାଙ୍ଗ ରହିଥିଲା। ସେମାନେ ଟଙ୍କା ପାଇଁ ଏମିତି ଚୋରି କରୁଥିଲେ। ଘଟଣାଦିନ ଶିଶୁଟିକୁ ଦୀପକ କୁମାର ନାମକ ଜଣେ ବ୍ୟକ୍ତି ଉଠାଇ ନେଇଥିଲା। ସେ ପିଲା ଚୋରି ଗ୍ୟାଙ୍ଗର ସଦସ୍ୟ। ଗ୍ୟାଙ୍ଗରେ ଦୁଇ ଜଣ ଡାକ୍ତର ରହିଛନ୍ତି। ସେମାନଙ୍କର ଗୋଟିଏ ହସ୍ପିଟାଲ ପଡ଼ୋଶୀ ହାଥରସ ଜିଲ୍ଲାରେ ରହିଛି।

କିଛି ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଏଥିରେ ସାମିଲ ଥିବା ଜଣାପଡ଼ିଛି। ଯାହାଙ୍କ ଘରୁ ପିଲାଟି ମିଳିଛି, ସେମାନଙ୍କୁ ମଧ୍ୟ ଜେରା କରାଯାଇଥିଲା। ସେମାନଙ୍କର ଗୋଟିଏ ଝିଅ ଥିବାରୁ ସେମାନେ ଗ୍ୟାଙ୍ଗର ସଦସ୍ୟମାନଙ୍କ ସହ ଡିଲ୍‌ କରିଥିଲେ ବୋଲି ସ୍ୱୀକାର କରିଛନ୍ତି।

ତେବେ ଗିରଫ କର୍ପୋରେଟର କିମ୍ବା ବିଜେପି ପକ୍ଷରୁ ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିନାହିଁ।

Related story