ପୁଣି ଡ୍ରାଗନର ଦାଦାଗିରି: ବିବାଦୀୟ ସୀମାରେ ସେତୁ ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ: ପୁଣି ବିବାଦୀୟ ସୀମାରେ ଚୀନର ଦାଦାଗିରି। ଏଲଏସିରେ ପାଙ୍ଗୋଙ୍ଗ ହ୍ରଦରେ ସେତୁ ନିର୍ମାଣ କରୁଛି ଚୀନ। ଏହି ସେତୁ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପଟକୁ ଯୋଗାଯୋଗ କରିବା। ଏହି ସେତୁଟି ଚୀନ ତା’ନିଜ ପଟରେ ନିର୍ମାଣ କରୁଥିଲେ ମଧ୍ୟ ଏହା ଏଲଏଏସିଠାରୁ ବେଶୀ ଦୂର ନୁହଁ।  ଯେଉଁ ଅଞ୍ଚଳକୁ  ଭାରତ ତାର ନିଜ ଇଲାକାଭାବେ  ଦାବି କରୁଛି ସେଠାରେଅ ଏହି ହ୍ରଦ ନିର୍ମାଣ ହେଉଥିବା ଚର୍ଚ୍ଚା ହେଉଛି। ଏବେ ଏହି ସେତୁର ଫଟୋ ଉପଗ୍ରହ […]

China land border law

Tapas Behera
  • Published: Monday, 03 January 2022
  • , Updated: 03 January 2022, 09:35 PM IST

ନୂଆଦିଲ୍ଲୀ: ପୁଣି ବିବାଦୀୟ ସୀମାରେ ଚୀନର ଦାଦାଗିରି। ଏଲଏସିରେ ପାଙ୍ଗୋଙ୍ଗ ହ୍ରଦରେ ସେତୁ ନିର୍ମାଣ କରୁଛି ଚୀନ। ଏହି ସେତୁ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପଟକୁ ଯୋଗାଯୋଗ କରିବା। ଏହି ସେତୁଟି ଚୀନ ତା’ନିଜ ପଟରେ ନିର୍ମାଣ କରୁଥିଲେ ମଧ୍ୟ ଏହା ଏଲଏଏସିଠାରୁ ବେଶୀ ଦୂର ନୁହଁ।  ଯେଉଁ ଅଞ୍ଚଳକୁ  ଭାରତ ତାର ନିଜ ଇଲାକାଭାବେ  ଦାବି କରୁଛି ସେଠାରେଅ ଏହି ହ୍ରଦ ନିର୍ମାଣ ହେଉଥିବା ଚର୍ଚ୍ଚା ହେଉଛି। ଏବେ ଏହି ସେତୁର ଫଟୋ ଉପଗ୍ରହ ମାଧ୍ୟମରେ ଉତ୍ତୋଳନ ହୋଇଛି।

ପ୍ରାୟ ୨ ମାସ ହେଲେ ଚୀନ ଏଠାରେ ସେତୁ ନିର୍ମାଣ  କରୁଥିବା ସୂଚନା ମିଳିଛି। ଏଲଏଏସିର ୨୫ରୁ ୩୦ କମି ଦୂରରେ ଏହି ସେତୁ ନିର୍ମାଣ  କରୁଛି ଡ୍ରାଗନ। ଏହି ସେତୁ ନିର୍ମାଣ ହେଲେ ଉଭୟପଟକୁ  ଚୀନ ସୈନିକଙ୍କ ପାଇଁ ଗମନାଗମନ ସହଜ ହୋଇଯିବ। ଏଥିସହ ଯୁଦ୍ଧାସ୍ତ୍ର ପରବିହନରେ ମଧ୍ୟ ଖୁବ୍ ସରଳ  ହୋଇଯିବ।

ହ୍ରଦର ଦକ୍ଷିଣପଟ କୈଳାସ ରେଞ୍ଜର ଉଚ୍ଚ ଭାଗର ପ୍ରମୁଖ ଅଂଶକୁ ଭାରତ ଅକ୍ତିଆର କରିଛି । ୨୦୨୦ ଅଗଷ୍ଟରୁ ଏଠାରେ ସେନା ନିୟୋଜିତ କରିଛି ଭାରତ। ଚୀନର ଗିତିବିଧିକୁ ନୀରିକ୍ଷଣ ଏବଂ ମୁକାବିଲା ପାଇଁ ଭାରତ ଏଠାରେ ସେନା ନିୟୋଜିତ କରିଛି । ଏହା ପରେ ଶତ୍ରୁ ରାଷ୍ଟ୍ର ଚୀନ ସେଠାରେ ପ୍ରାଧାନ୍ୟ ବିସ୍ତାର କରି ପାନଗଙ୍ଗ ହଦ୍ରରେ ସେତୁ ନିର୍ମାଣ କରୁଥିବା ଜଣାପଡ଼ିଛି।

୨୦୨୦ ପରଠାରୁ  ଭାରତ ଏବଂ ଚୀନ୍ ପକ୍ଷରୁ ପୂର୍ବ ଲଦାଖରେ ୫୦,୦୦୦ ସୈନ୍ୟ ମୁତୟନ କରାଯାଇଛି। ୨୦୨୦ ଜୁନ୍‌ ୨୦ରେ ଗଲୱାନ ଘାଟିରେ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଥିଲା।  ଚୀନର ୪୦ ଜଣ ସୈନିକ ନିହତ ହୋଇଥିଲେ। ଏହାର ବର୍ଷେ ପରେ ଗତ ବର୍ଷ ଜୁଲାଇ ମାସରେ ଭାରତ ଏବଂ ଚୀନ୍ ସଂଘର୍ଷ ସ୍ଥଳରୁ ୨ କିଲୋମିଟର ପଛକୁ ହଟିବାକୁ  ରାଜି ହୋଇଥିଲେ।

Related story