ଚାଇନାର ନୂଆ ଷଡ଼ଯନ୍ତ୍ର! ସୀମାରେ ତିଆରି କରୁଛି କଂକ୍ରିଟ୍‌ କ୍ୟାମ୍ପ

ନୂଆଦିଲ୍ଲୀ: ଚାଇନା ସହ ଲଦାଖ ଓ ସିକ୍କିମ ସୀମାରେ ବିବାଦ ଚାଲିଥିବା ବେଳେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଭାରତକୁ ସୀମାନ୍ତରେ ଚେକ୍‌ ଦେବାକୁ ଚାଇନା ପକ୍ଷରୁ ନୂଆ ଷଡ଼ଯନ୍ତ୍ର କରାଯାଉଛି। ଉଭୟ ଲଦାଖ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ନିକଟ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଚାଇନା ନିଜର ଯବାନମାନଙ୍କ ପାଇଁ ସ୍ଥାନୀୟ କଂକ୍ରିଟ କ୍ୟାମ୍ପ ବା ଶିବିର ତିଆରି କରୁଛି। ଏହି କ୍ୟାମ୍ପ ଦ୍ୱାରା ଯବାନମାନେ ଖୁବ ଅଳ୍ପ ସମୟରେ ଏଲଏସିରେ ପହଞ୍ଚି […]

China

Hemant Lenka
  • Published: Thursday, 15 July 2021
  • , Updated: 15 July 2021, 07:25 PM IST

ନୂଆଦିଲ୍ଲୀ: ଚାଇନା ସହ ଲଦାଖ ଓ ସିକ୍କିମ ସୀମାରେ ବିବାଦ ଚାଲିଥିବା ବେଳେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଭାରତକୁ ସୀମାନ୍ତରେ ଚେକ୍‌ ଦେବାକୁ ଚାଇନା ପକ୍ଷରୁ ନୂଆ ଷଡ଼ଯନ୍ତ୍ର କରାଯାଉଛି। ଉଭୟ ଲଦାଖ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ନିକଟ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଚାଇନା ନିଜର ଯବାନମାନଙ୍କ ପାଇଁ ସ୍ଥାନୀୟ କଂକ୍ରିଟ କ୍ୟାମ୍ପ ବା ଶିବିର ତିଆରି କରୁଛି। ଏହି କ୍ୟାମ୍ପ ଦ୍ୱାରା ଯବାନମାନେ ଖୁବ ଅଳ୍ପ ସମୟରେ ଏଲଏସିରେ ପହଞ୍ଚି ପାରିବେ ବୋଲି କୁହାଯାଉଛି।

ସୀମାନ୍ତ ଅଞ୍ଚଳରେ ଚାଇନା ଆରମ୍ଭ କରିଥିବା ସାମରିକ କ୍ୟାମ୍ପ ସମ୍ପର୍କରେ ଭାରତୀୟ ସୁରକ୍ଷାକର୍ମୀ ନଜର ରଖିଛନ୍ତି। ଏପରି ଏକ ସିମେଣ୍ଟର ସ୍ଥାୟୀ କ୍ୟାମ୍ପ ଉତ୍ତର ସିକ୍କିମର ନାକୁ ଲା ସୀମାନ୍ତରେ ଠାବ କରାଯାଇଛି। ଏହା ଭାରତୀୟ ସୀମା ଠାରୁ ମାତ୍ର ଅଳ୍ପ ଦୂରରେ ରହିଛି। ପୂର୍ବ ଲଦାଖ ଓ ଅରୁଣାଚଳ ପ୍ରଦେଶ ସୀମା ନିକଟରେ ମଧ୍ୟ ଚାଇନା ସମାନ ଧରଣର କ୍ୟାମ୍ପ ତିଆରି କରିଛି।

ସୀମାନ୍ତ ଅଞ୍ଚଳରେ ରାସ୍ତା ଭିତ୍ତିଭୂମିକୁ ମଧ୍ୟ ଚାଇନା ବିଗତ କିଛି ମଧ୍ୟରେ ଅଧିକ ସଶକ୍ତ କରିଛି। ଯଦି ଏଲଏସିରେ କୌଣସି ସମସ୍ୟା ଉପୁଜେ, ତା’ହେଲେ ଏହି ଉନ୍ନତ ରାସ୍ତାଗୁଡ଼ିକ ଜରିଆରେ ଚାଇନିଜ ଯବାନମାନେ ତୁରନ୍ତ ସେଠାକୁ ପଠାଇ ପାରିବ। ଏବେ ଚାଇନା ସୀମାନ୍ତ ଅଞ୍ଚଳରେ ସ୍ଥାୟୀ କ୍ୟାମ୍ପ ନିର୍ମାଣ କରୁଥିବାରୁ ନୂଆ ବିବାଦର ଆଶଙ୍କା ପ୍ରକାଶ ପାଇଛି।

ଫରୱାର୍ଡ ଅଞ୍ଚଳରେ ଅତ୍ୟଧିକ ବରଫପାତ ବେଳେ ଚାଇନିଜ ଯବାନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ସୀମାନ୍ତ ଅଞ୍ଚଳରେ ଏପରି ସ୍ଥାୟୀ ସିମେଣ୍ଟର କ୍ୟାମ୍ପ ଦ୍ୱାରା ସେମାନେ ଉକ୍ତ ସମସ୍ୟାରୁ ମୁକୁଳି ପାରିବେ। ସୀମାନ୍ତ ଅଞ୍ଚଳରେ କ୍ୟାମ୍ପ ତିଆରି ହେଉଥିବାରୁ ଯବାନମାନେ ଦରକାର ବେଳେ ଶୀଘ୍ର ବିବାଦୀୟ ସ୍ଥାନରେ ପହଞ୍ଚିବାକୁ ସକ୍ଷମ ହେବେ। ଅତ୍ୟାଧୁନିକ ଶୈଳୀରେ ଓ ପୂରା କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହାକୁ ତିଆରି କରାଯାଉଥିବା ଜଣାପଡ଼ିଛି।

Related story