ଭାରତ ସହ ବଡ଼ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିଲା ଚାଇନା! ସ୍ୟାଟେଲାଇଟରୁ ମିଳିଲା ତଥ୍ୟ

ନୂଆଦିଲ୍ଲୀ: ଲଦାଖର ଏଲଏସିରେ ଚାଇନା ସହ ସୃଷ୍ଟି ହୋଇଥିବା ବିବାଦକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସୀମା ବିବାଦକୁ ଦୃଷ୍ଟିରେ ରଖି ଚାଇନା ସେନା ଭାରତ ସହ ବଡ଼ ଲଢ଼େଇ କରିବାକୁ ପ୍ରସ୍ତୁତ ହୋଇଥିଲେ। ଏଥିପାଇଁ ବିବାଦୀୟ ଅଞ୍ଚଳରେ ସେମାନେ ବଡ଼ବଡ଼ ବେସ୍‌ ନିର୍ମାଣ କରିବା ସହ ଅସ୍ତ୍ରଶସ୍ତ୍ର ଠୁଳ ମଧ୍ୟ କରିଥିଲେ। ହେଲେ ଦୁଇ ଦେଶ ମଧ୍ୟରେ ବୁଝାମଣା ଯୋଗୁ ବଡ଼ ବିପଦ ଟଳି ଯାଇଛି। ବିବାଦୀୟ ଅଞ୍ଚଳରେ ଚାଇନା ତିଆରି କରିଥିବା ବେସ୍‌ […]

,maxar

  • Published: Sunday, 18 September 2022
  • , Updated: 18 September 2022, 08:48 AM IST

ନୂଆଦିଲ୍ଲୀ: ଲଦାଖର ଏଲଏସିରେ ଚାଇନା ସହ ସୃଷ୍ଟି ହୋଇଥିବା ବିବାଦକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ସୀମା ବିବାଦକୁ ଦୃଷ୍ଟିରେ ରଖି ଚାଇନା ସେନା ଭାରତ ସହ ବଡ଼ ଲଢ଼େଇ କରିବାକୁ ପ୍ରସ୍ତୁତ ହୋଇଥିଲେ। ଏଥିପାଇଁ ବିବାଦୀୟ ଅଞ୍ଚଳରେ ସେମାନେ ବଡ଼ବଡ଼ ବେସ୍‌ ନିର୍ମାଣ କରିବା ସହ ଅସ୍ତ୍ରଶସ୍ତ୍ର ଠୁଳ ମଧ୍ୟ କରିଥିଲେ। ହେଲେ ଦୁଇ ଦେଶ ମଧ୍ୟରେ ବୁଝାମଣା ଯୋଗୁ ବଡ଼ ବିପଦ ଟଳି ଯାଇଛି।

ବିବାଦୀୟ ଅଞ୍ଚଳରେ ଚାଇନା ତିଆରି କରିଥିବା ବେସ୍‌ ଓ ଅନ୍ୟାନ୍ୟ ସାମଗ୍ରୀକୁ ଏବେ ହଟାଇ ଦେଇଥିବା ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ ଛବିରୁ ସ୍ପଷ୍ଟ ହୋଇଛି। ପୂର୍ବ ଲଦାଖର ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ୍ସରେ ଚାଇନାର ସୈନ୍ୟମାନଙ୍କ ପୂର୍ବ ସ୍ଥିତି ଠାରୁ ୩ କିମି ପଛକୁ ହଟିଯାଇଛନ୍ତି।

ଦୁଇ ଦେଶ ମଧ୍ୟରେ ହୋଇଥିବା ସେନା ପ୍ରତ୍ୟାହାର ଚୁକ୍ତି ଅନୁସାରେ ବେଜିଂ ପଛକୁ ହଟିଛି। ୨୦୨୦ ମସିହାରେ ଭାରତୀୟ ସେନା ଯେଉଁ ସ୍ଥାନରେ ପ୍ୟାଟ୍ରୋଲିଂ କରୁଥିଲେ, ତା’କୁ ଚାଇନା ବିରୋଧ କରିଥିଲା। ସେବେଠାରୁ ଉକ୍ତ ବିବାଦୀୟ ଅଞ୍ଚଳକୁ ଚାଇନା ସେନା କବଜା କରି ରଖିଥିଲା।


ମ୍ୟାକ୍ସର୍ ପକ୍ଷରୁ ମିଳିଥିବା ସ୍ୟାଟେଲାଇଟ ଛବିରେ ବର୍ତ୍ତମାନ ଓ ପୂର୍ବରୁ ସୀମାରେ ଚାଇନାର ସ୍ଥିତାବସ୍ଥା ଉପରେ ଫୋକସ କରାଯାଇଛି। ଚୁକ୍ତି ଅନୁସାରେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବଫର ଜୋନ ବା କେହି ଯିବାକୁ ଅନୁମତି ପାଇ ନଥିବା ଅଞ୍ଚଳକୁ ସ୍ୟାଟେଲାଇଟରେ ଉତ୍ତୋଳନ କରାଯାଇ ନାହିଁ। ବଫର ଜୋନରେ କୌଣସି ପ୍ରକାରର ପ୍ୟାଟ୍ରୋଲିଂକୁ ଅନୁମତି ଦିଆଯାଇ ନାହିଁ।

ଡିସଏନଗେଜମେଣ୍ଟ ପୂର୍ବରୁ ଅର୍ଥାତ ୨୦୨୧ ଅଗଷ୍ଟ ୧୨ରେ ସ୍ୟାଟେଲାଇଟ ଉଠାଇଥିବା ଛବି ଅନୁଯାୟୀ, ଚାଇନିଜ ଆର୍ମି ବିବାଦୀୟ ଅଞ୍ଚଳରେ ଗୋଟିଏ ବଡ଼ ବିଲଡିଂ ତିଆରି କରିଥିଲା। ଚାଇନାର ଅନୁପ୍ରବେଶ ପୂର୍ବରୁ ଭାରତୀୟ ସେନା ସୀମାନ୍ତର ଯେଉଁ ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିଲା, ତା’ ନିକଟରେ ହିଁ ବେଜିଂ ନିର୍ମାଣ କାମ କରିଥିଲା।

ଏହି ବିଲଡିଂ ଚାରିପାଖରେ ଅନେକ ପ୍ରକାରର ଛୋଟ ଛୋଟ ତମ୍ବୁ ରହିଥିଲା। ଏଥିସହ ବିଭିନ୍ନ ପ୍ରକାରର ଆକ୍ରମଣାତ୍ମକ ଘାଟି ତିଆରି କରାଯାଇଥିଲା। ଏହାର ଅର୍ଥ ବଡ଼ ଲଢ଼େଇ ପାଇଁ ଚାଇନା ପ୍ରସ୍ତୁତ ହେଉଥିଲା।


ତେବେ ସେପ୍ଟେମ୍ବର ୧୫ରେ ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ ଛବିରେ ଚାଇନା ତିଆରି କରିଥିବା ବିଲଡିଂକୁ ଭାଙ୍ଗି ଦିଆଯାଇଛି। ସେହିପରି ଏହାର ଧ୍ୱଂସାବଶେଷକୁ ବିବାଦୀୟ ସ୍ଥଳରୁ ଉତ୍ତର ପ୍ରାନ୍ତରେ ଥିବା ଅସ୍ଥାୟୀ ବେସ୍‌କୁ ସ୍ଥାନାନ୍ତର କରାଯାଇଛି। ଏବେ ବିବାଦୀୟ ସ୍ଥଳରେ ଭାରତ କିମ୍ବା ଚାଇନାର କୌଣସି ସେନା ନାହାନ୍ତି।

ଚଳିତ ବର୍ଷ ଜୁଲାଇ ୧୭ରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାରେ ଉଭୟ ପକ୍ଷ ଡିସଏନଗେଜମେଣ୍ଟ ପାଇଁ ରାଜି ହୋଇଥିଲେ। ଏହାପରେ ଗୁରୁତ୍ୱପୂର୍ଣ୍ଣ ଗୋଗ୍ରା- ହଟସ୍ପ୍ରିଙ୍ଗସରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୧୨ ତାରିଖ ସୁଦ୍ଧା ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଛି।

Related story