ଚୀନ୍ର ଦୋମୁହାଁ ନୀତି: ଏପଟେ ଶାନ୍ତି ଆଲୋଚନା, ସେପଟେ ସମରାଭ୍ୟାସ

ନୂଆଦିଲ୍ଲୀ: ସୁଧୁରୁନି ଡ୍ରାଗନ୍। ପୁଣି ଚାଲାକି ଦେଖାଇଛି ଚୀନ, ଆପଣାଇଛି ଦୋମୁହାଁ ନୀତି। ଗୋଟିଏ ପଟେ ଏଲ୍ଏସିରେ ଶାନ୍ତି ପାଇଁ ଆଲୋଚନା ଚାଲିଥିବା ବେଳେ ଆଉ ଗୋଟିଏ ପଟେ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ସମରାଭ୍ୟାସ ଚଳାଇଛି ଡ୍ରାଗନ୍।
ଭାରତ ଓ ଚୀନ୍ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସିରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛ। ଏହାକୁ କମ୍ କରିବା ପାଇଁ ଉଭୟ ଦେଶ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ କମାଣ୍ଡରସ୍ତରୀୟ ଆଲୋଚନା ମଧ୍ୟ ହୋଇଛି। ଏହାରି ଭିତରେ ଚୀନ କିନ୍ତୁ ବିବାଦ ବଢାଇବାକୁ ଚାହୁଁଥିବା ଭଳି ମନେହେଉଛି। କାରଣ ଡ୍ରାଗନ୍ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ସମାରାଭ୍ୟାସ ଆରମ୍ଭ କରିଛି। ଯାହାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି। ଏହାପରେ ଅସଲମୁଖା ଧରାପଡିଛି।
No headway during India-China talks, Meanwhile After concluding 16th Corps Commander level talks with India, PLA troops carried out a military exercise over Pangong Lake, Ladhak. pic.twitter.com/YvZLJqRJYf
— Manish Pangotra🇮🇳 (@ManishPangotra5) July 19, 2022
ଚୀନ ସେନାର ଅଭ୍ୟାସ ଭିଡିଓ କମାଣ୍ଡରସ୍ତରୀୟ ଆଲୋଚନା ପରେ ସାମ୍ନାକୁ ଆସିଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ, ଚୀନର ପିପୁଲ୍ସ ଲିବରେସନ ଆର୍ମୀ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ସମରାଭ୍ୟାସ କରୁଛନ୍ତି। ଚୀନ ହେଲିକପ୍ଟର ମଧ୍ୟ ଆକାଶରେ ଚକ୍କର କାଟୁଛି।
ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଭିଡିଓ ନୂଆ ବୋଲି କୁହାଯାଉଛି। ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମୀର ଯବାନମାନେ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ଗତ କିଛି ଦିନ ତଳେ ହିଁ ଏହି ଅଭ୍ୟାସ କରିଛନ୍ତି। ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ପରେ ଏଭଳି ଭିଡିଓ ରିଲିଜ୍ ହେବା ଦ୍ୱାରା ଚୀନ୍ କିଭଳି ଦୋମୁହାଁ ନୀତି ଆପଣାଇ ସାମରିକ ପ୍ରସ୍ତୁତି ଜାରି ରଖିଥିବା ତାହା ସାମ୍ନାକୁ ଆସିଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଉଭୟ ଦେଶ ମଧ୍ୟରେ ଥିବା ବିବାଦକୁ ଅଧିକ ଘନୀଭୂତ ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ସୂଚନାଯୋଗ୍ୟ, ଦୁଇଦିନ ତଳେ ଭାରତ ଓ ଚୀନ ଅଧିକାରୀ ମୋଲଦୋରେ କମାଣ୍ଡରସ୍ତରୀୟ ଆଲୋଚନା କରିଥିଲେ । ଉଭୟ ଦେଶ ମଧ୍ୟରେ ୧୬ ଥର କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା। ହେଲେ ୧୨ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହା ପାରିନଥିବା ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।