ସୀମାରେ ସଂଘର୍ଷ ପରେ ସାଟେଲାଇଟ୍‌ରେ ଆସିଲା ଡ୍ରାଗନ୍ ପ୍ରସ୍ତୁତିର ଚିତ୍ର

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସୀମାରେ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଉପଗ୍ରହ ମାଧ୍ୟମରେ ଆଶ୍ଚର୍ଯ୍ୟଜନକ ଚିତ୍ର ସବୁ ଆସିଛି। ଭାରତ ବିପକ୍ଷରେ ଚାଇନାର ପିଏଲଏର ବ୍ୟାପକ ସଜବଜାଜର ଚିତ୍ର ଏନଡିଟିଭି ହାତରେ ଲାଗିଛି। ତୱାଙ୍ଗ ସୀମାରେ ଚାଇନା ସେନା କେମିତି ଅସ୍ତ୍ରସସ୍ତ୍ର ଠୁଳ କରିବା କରିବା ସହ ଏକାଧିକ ଡ୍ରୋନ୍‌, ଫାଇଟର ଜେଟ୍‌ ମୁତୟନ କରିଛି ତାର ଦୃଶ୍ୟ ସାଟେଲାଇଟ୍‌ରେ କଏଦ ହୋଇଛି।  ଏହି ଫାଇଟର ଜେଟ୍‌ ଗୁଡ଼ିକୁ ଚାଇନା ତିବତ୍ତ ଏୟାର […]

790

  • Published: Monday, 19 December 2022
  • , Updated: 19 December 2022, 03:29 PM IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସୀମାରେ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଉପଗ୍ରହ ମାଧ୍ୟମରେ ଆଶ୍ଚର୍ଯ୍ୟଜନକ ଚିତ୍ର ସବୁ ଆସିଛି। ଭାରତ ବିପକ୍ଷରେ ଚାଇନାର ପିଏଲଏର ବ୍ୟାପକ ସଜବଜାଜର ଚିତ୍ର ଏନଡିଟିଭି ହାତରେ ଲାଗିଛି। ତୱାଙ୍ଗ ସୀମାରେ ଚାଇନା ସେନା କେମିତି ଅସ୍ତ୍ରସସ୍ତ୍ର ଠୁଳ କରିବା କରିବା ସହ ଏକାଧିକ ଡ୍ରୋନ୍‌, ଫାଇଟର ଜେଟ୍‌ ମୁତୟନ କରିଛି ତାର ଦୃଶ୍ୟ ସାଟେଲାଇଟ୍‌ରେ କଏଦ ହୋଇଛି।  ଏହି ଫାଇଟର ଜେଟ୍‌ ଗୁଡ଼ିକୁ ଚାଇନା ତିବତ୍ତ ଏୟାର ବେସ୍‌ରେ ରଖିଥିବା ଜଣାପଡ଼ିଛି। ମାକ୍ସର ପଠାଥିବା ଛବି ଅନୁଯାୟୀ, ଭାରତୀୟ ସେନା ମଧ୍ୟ ଶତ୍ରୁ ରାଷ୍ଟ୍ରକୁ ମୁକାବିଲା ପାଇଁ ପ୍ରସ୍ତୁତିରେ କମ ନଥିବା ଜଣାପଡ଼ିଛି।

ଭାରତୀୟ ସେନା ପକ୍ଷରୁ ସୀମାରେ କମ୍ବାଟ ଏୟାର ପାଟ୍ରୋଲ ମୁତୟନ କରିଛି। ଗତ କିଛି ଦିନ ହେବ ଏୟାର ପାଟ୍ରୋଲିଂକୁ ଜୋରଦାର କରିଛି ଭାରତୀୟ ବାୟୁସେନା।  ଅରୁଣାଚଳ ପ୍ରଦେଶରେ ଭାରତୀୟ ଏୟାର ସ୍ପେସ୍‌ରେ ଚାଇନାର ବଦମାସୀ ଉଦ୍ୟମ ଜଣାପଡ଼ିବା ପରେ ଭାରତୀୟ ସେନା ଅଧିକ ସତର୍କ ହୋଇଛି। ଶତ୍ରୁ ରାଷ୍ଟ୍ରର ସାମରିକ ଉଡ଼ାଣ ଉପରେ ଟିକନିକ୍ ନିଘା ରଖିଛି।  ଅରୁଣାଚଳ ପ୍ରଦେଶର ସୀମାରୁ ୧୫୦ କିଲୋମିଟର ଉତ୍ତର-ପୂର୍ବର ଚାଇନାର ବାଙ୍ଗଡା ଏୟାରବେସର ଚିତ୍ର ସାଟେଲାଇଟ୍‌ରେ  କଏଦ ହୋଇଛି।

ଏହି ବେସ୍‌ରେ ଚାଇନା ତାର ଅତ୍ୟାଧୁନିକ WZ-7 'ସୋରିଙ୍ଗ ଡ୍ରାଗନ୍' ଡ୍ରୋନ୍‌ ରଖିଥିବା ଜଣାପଡ଼ିଛି। ୨୦୨୧ ମସିହାରେ ପ୍ରଥମ ଥର ପାଇଁ ଏହି ଡ୍ରୋନ୍‌ ଉନ୍ମୋଚିତ ହୋଥିଲା। ଏହି  ଡ୍ରୋନ୍‌ ୧୦ ଘଣ୍ଟା ପର୍ଯ୍ୟନ୍ତ ନନ୍-ଷ୍ଟପ୍ ଉଡିପାରିବାର କ୍ଷମତା ରହିଛି। ଗୋଇନ୍ଦା ଉଦ୍ଦେଶ୍ୟରେ ତିଆରି ହୋଥିବା ଏହି ଡ୍ରୋନ୍‌ ନୀରିକ୍ଷଣ ଏବଂ ତଥ୍ୟ ହାସଲ କରିବାରେ ବେଶ ପାରଙ୍ଗମ। ସେହିପରି ଚାଇନାକୁ ଜବାବ ଦେବାକୁ ଭାରତ ପକ୍ଷରୁ  ଆସାମ, ବେଙ୍ଗଲ, ତେଜପୁର, ମିସାମାରି, ଜୋରହାଟ, ହାସିମାରା ଏବଂ ବାଗଡୋଗ୍ରା ସମେତ ଅନ୍ୟ ପ୍ରମୁଖ ଏୟାରବେସ୍‌କୁ ସଜାଗ ରଖାଯାଇଛି।  

Related story