ଦାଦା ମନ୍ତ୍ରୀ ପଦ ପାଇଲେ ପୁତୁରା ଯିବେ କୋର୍ଟ

ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣିଥରେ ଦାଦା-ପୁତୁରା ମଧ୍ୟରେ ବାକଯୁଦ୍ଧ ଜୋରଦାର ହୋଇଛି। ମଙ୍ଗଳବାର ଚିରାଗ ପାସୱାନ୍ ପ୍ରେସ୍ କନଫରେନ୍ସ କରି ଦାଦା ପଶୁପତି ପାରସଙ୍କ ଉପରେ ହମଲା କରିଛନ୍ତି। ଚିରାଗ କହିଛନ୍ତି, ମୁଁ ଚାହେଁ ଯେ ପଶୁପତି ପାରସ ମନ୍ତ୍ରୀ ହୁଅନ୍ତୁ। ଯଦି ସେ ନିଜର ବ୍ୟକ୍ତିଗତ ଅଭିଳାଷ ପାଇଁ ଏତେ ଖ୍ୟାତି ଅର୍ଜନ କରିଛନ୍ତି, ତେବେ ତାଙ୍କର ଇଚ୍ଛା ପୂରଣ ହେଉ। ଚିରାଗ କହିଛନ୍ତି, ପଶୁପତି ପାସୱାନ୍ ଏବେ ଏଲଜେପି କୋଟାରୁ ମନ୍ତ୍ରୀ ହୋଇପାରିବେ ନାହିଁ। […]

chirag-and-pasupati

chirag-and-pasupati

Ranjit Kumar Jena
  • Published: Tuesday, 06 July 2021
  • Updated: 06 July 2021, 05:02 PM IST

Sports

Latest News

ନୂଆଦିଲ୍ଲୀ: ବିହାର ରାଜନୀତିରେ ପୁଣିଥରେ ଦାଦା-ପୁତୁରା ମଧ୍ୟରେ ବାକଯୁଦ୍ଧ ଜୋରଦାର ହୋଇଛି। ମଙ୍ଗଳବାର ଚିରାଗ ପାସୱାନ୍ ପ୍ରେସ୍ କନଫରେନ୍ସ କରି ଦାଦା ପଶୁପତି ପାରସଙ୍କ ଉପରେ ହମଲା କରିଛନ୍ତି। ଚିରାଗ କହିଛନ୍ତି, ମୁଁ ଚାହେଁ ଯେ ପଶୁପତି ପାରସ ମନ୍ତ୍ରୀ ହୁଅନ୍ତୁ। ଯଦି ସେ ନିଜର ବ୍ୟକ୍ତିଗତ ଅଭିଳାଷ ପାଇଁ ଏତେ ଖ୍ୟାତି ଅର୍ଜନ କରିଛନ୍ତି, ତେବେ ତାଙ୍କର ଇଚ୍ଛା ପୂରଣ ହେଉ।

ଚିରାଗ କହିଛନ୍ତି, ପଶୁପତି ପାସୱାନ୍ ଏବେ ଏଲଜେପି କୋଟାରୁ ମନ୍ତ୍ରୀ ହୋଇପାରିବେ ନାହିଁ। ହୁଏତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ବିଷୟରେ ସୂଚନା ମିଳିନଥିବ, କାରଣ ସେ ବହୁତ ବ୍ୟସ୍ତ ଥିବେ। ପଶୁପତି ପାରସ ସ୍ୱାଧୀନ ମନ୍ତ୍ରୀ ହୋଇପାରିବେ। ଯଦି ସେ ଏଲଜେପି ନାଁରେ ମନ୍ତ୍ରୀ ହୁଅନ୍ତି, ତାହେଲେ ମୁଁ ଏହାର ବିରୋଧ କରିବି ଏବଂ କୋର୍ଟଙ୍କ ଦ୍ୱାରସ୍ଥ ହେବି। କିନ୍ତୁ ଯଦି ତାଙ୍କୁ ଜେଡିୟୁରେ ସାମିଲ୍ କରାଯାଇ ମନ୍ତ୍ରୀ କରାଯାଏ, ତାହେଲେ ମୋତେ କୌଣସି ଆପତ୍ତି ନାହିଁ। ହେଲେ ଏଲଜେପି କୋଟାରୁ ମନ୍ତ୍ରୀ ହେଲେ ନିଶ୍ଚୟ ଏହାର ବିରୋଧ କରିବି।

ଚିରାଗ କହିଛନ୍ତି, ଏବେ ପଶୁପତି ପାରସ ଏଲଜେପିର ସଦସ୍ୟ ନାହାନ୍ତି। ତାଙ୍କୁ ପାର୍ଟିରୁ ବହିଷ୍କାର କରାଯାଇଛି। ବିଦ୍ରୋହୀ ସାଂସଦ ଆମର ପ୍ରିୟ ରାମବିଳାସ ପାସୱାନଙ୍କ ବିଚାରକୁ ଧୂଳିସା କରି ନୂଆ ଦଳ କରିଛନ୍ତି। ଏଥିପାଇଁ କାର୍ଯ୍ୟକାରିଣୀ ପଶୁପତି ପାରସଙ୍କୁ ପାର୍ଟିରୁ ବହିଷ୍କାର କରିଛି।

ଆସନ୍ତା ବର୍ଷ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଅଦଳବଦଳ ହେବାର ସମ୍ଭାବନା ରହିଛି। ଏହି ଅଦଳବଦଳର ପ୍ରଭାବ ୨୦୨୪ରେ ହେବାକୁଥିବା ସାଧାରଣ ନିର୍ବାଚନ ଉପରେ ପଡ଼ିବ ବୋଲି କୁହାଯାଉଛି। ନୂଆ କ୍ୟାବିନେଟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସେନୋୱାଲଙ୍କୁ ସ୍ଥାନ ମିଳିବାର ଅଧିକ ସମ୍ଭାବନା ରହିଛି। ଏହାସହ ପଶୁପତି ପାରସଙ୍କୁ କ୍ୟାବିନେଟରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ପଶୁପତି ପାରସ ବର୍ତ୍ତମାନ ନା କେବଳ ଏଲଜେପିର ବିଦ୍ରୋହୀ ସଦସ୍ୟଙ୍କ ଅଧ୍ୟକ୍ଷ ଅଛନ୍ତି ବରଂ ଲୋକସଭାରେ ପାର୍ଟି ଦଳର ନେତା ମଧ୍ୟ ଅଛନ୍ତି। ହେଲେ ଅନ୍ୟ ପଟେ ଚିରାଗ ପାସୱାନ୍ ମଧ୍ୟ ନିଜକୁ ଏଲଜେପିର ଅଧ୍ୟକ୍ଷ କହିଆସୁଛନ୍ତି। କେବଳ ଏତିକି ନୁହେଁ, ସେ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ପଶୁପତି ପାରସଙ୍କ ଦଳକୁ ମାନ୍ୟତା ନଦେବା ପାଇଁ ଅନେକ ଚିଠି ଲେଖିସାରିଛନ୍ତି। ଗୋଟିଏ ଫଟେ ଚିରାଗ ଜେଡିୟୁ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଏଲଜେପିକୁ ଭାଙ୍ଗିବାର ଅଭିଯୋଗ ଲଗାଇଛନ୍ତି। ଅନ୍ୟପଟେ ପଶୁପତି ଆରମ୍ଭରୁ ହିଁ ନୀତୀଶ ଓ ଏନଡିଏର ପ୍ରଶଂସା କରିଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos