ସିଜେଆଇଙ୍କ ଶେଷ ଦିନରେ ଶୁଣାଣିର ସିଧାପ୍ରସାରଣ: ମାଗଣା ଯୋଜନାର ବିଚାର କରିବେ ୩ ଜଣିଆ ବେଞ୍ଚ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ କୌଣସି ମାମଲାର ଶୁଣାଣିକୁ ସିଧାପ୍ରସାରଣ କରାଯାଇଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ୟକାଳର ଶେଷ ଦିନ। ଆଜି ସେ ଅବସର ନେବେ। ଏହାପୂର୍ବରୁ ପ୍ରଥମଥର ପାଇଁ ଐତିହାସିକ ନିଷ୍ପତ୍ତିକ୍ରମେ ୨୦ଟି ମାମଲାର ଶୁଣାଣିର ଲାଇଭ ଷ୍ଟ୍ରମିଙ୍ଗ କରାଯାଉଛି। ଏହା ମଧ୍ୟରେ ଫ୍ରିବ୍ସି ବା ମାଗଣା ଯୋଜନା ରହିଥିଲା। ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ବିଭିନ୍ନ ମାଗଣା ପ୍ରତିଶ୍ରୁତି ଓ ଯୋଜନା […]

sc

  • Published: Friday, 26 August 2022
  • , Updated: 26 August 2022, 12:33 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ପ୍ରଥମଥର ପାଇଁ କୌଣସି ମାମଲାର ଶୁଣାଣିକୁ ସିଧାପ୍ରସାରଣ କରାଯାଇଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ୟକାଳର ଶେଷ ଦିନ। ଆଜି ସେ ଅବସର ନେବେ। ଏହାପୂର୍ବରୁ ପ୍ରଥମଥର ପାଇଁ ଐତିହାସିକ ନିଷ୍ପତ୍ତିକ୍ରମେ ୨୦ଟି ମାମଲାର ଶୁଣାଣିର ଲାଇଭ ଷ୍ଟ୍ରମିଙ୍ଗ କରାଯାଉଛି। ଏହା ମଧ୍ୟରେ ଫ୍ରିବ୍ସି ବା ମାଗଣା ଯୋଜନା ରହିଥିଲା।

ନିର୍ବାଚନ ବେଳେ ରାଜନୀତିକ ଦଳଗୁଡ଼ିକ ଲୋକଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ବିଭିନ୍ନ ମାଗଣା ପ୍ରତିଶ୍ରୁତି ଓ ଯୋଜନା ଘୋଷଣା କରୁଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ପୂର୍ବରୁ ସୁପ୍ରିମକୋର୍ଟ ମାଗଣା ଯୋଜନା ଅର୍ଥନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି କହିଥିଲେ। ଏବେ ଏହି ମାମଲାର ଅଧିକ ବିଚାର କରିବା ପାଇଁ ସିଜେଆଇ ଜଷ୍ଟିସ ରମନ୍ନା ଏହାକୁ ୩ ଜଣିଆ ଖଣ୍ଡପୀଠଙ୍କ ପାଖକୁ ପଠାଇ ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ଏହା ଉପରେ ମତ ରଖିବା ପାଇଁ ବିଶେଷଜ୍ଞ କମିଟି ଗଠନ କରିବାକୁ କହିଛନ୍ତି। ସେହିପରି ସର୍ବଦଳୀୟ ବୈଠକ ଡାକି କେନ୍ଦ୍ର ସରକାର ଏହା ଉପରେ ଆଲୋଚନା କରନ୍ତୁ ବୋଲି ବିଦାୟୀ ସିଜେଆଇ ଜଷ୍ଟିସ ରମନ୍ନା ପରାମର୍ଶ ଦେଇଛନ୍ତି।

ଜଷ୍ଟିସ ରମନ୍ନାଙ୍କ ବ୍ୟତୀତ ଏହି ଖଣ୍ଡପୀଠରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲି ମଧ୍ୟ ରହିଥିଲେ। ଖଣ୍ଡପୀଠ କହିଛନ୍ତି ଯେ ନିର୍ବାଚନୀ ଗଣତନ୍ତ୍ରରେ ପ୍ରକୃତ କ୍ଷମତା ଭୋଟରଙ୍କ ହାତରେ ରହିଥାଏ ବୋଲି କେହି ମନା କରୁ ନାହାନ୍ତି। ସେହିପରି ଭୋଟର ହିଁ ଜଣେ ପ୍ରାର୍ଥୀ ଓ ଦଳର ବିଚାର କରିଥାଏ। ସିଜେଆଇ କହିଛନ୍ତି, “ସଲିସିଟର ଜେନେରାଲ, ଭାରତୀୟ ନିର୍ବାଚନ କମିଶନ ଓ ଅନ୍ୟ ରାଜନୀତିକ ଦଳଗୁଡ଼ିକ କହିଛନ୍ତି ଯେ ଫ୍ରିବ୍ସି ଏମିତି ସ୍ଥିତି ସୃଷ୍ଟି କରିପାରେ, ଯାହାକୁ ଭରଣ କରିବା ରାଜ୍ୟଗୁଡ଼ିକ ପକ୍ଷରେ ସମ୍ଭବ ହେବନି। ଟିକସ ଦାତାଙ୍କ ଅର୍ଥରେ ଫ୍ରିବ୍ସି ଦିଆଯାଇ ରାଜନୀତିକ ଦଳଗୁଡ଼ିକ ଲୋକପ୍ରିୟତା ହାସଲ କରୁଛନ୍ତି। ଆମେ ସବୁ ଦିଗରୁ ଏହାକୁ ବିଚାର କରିଛୁ। ସବୁ କିଛି ଭୋଟରଙ୍କ ଉପରେ ହିଁ ନିର୍ଭର କରେ। ଭୋଟର ରାଜନୀତିକ ଦଳର ପ୍ରଦର୍ଶନକୁ ବିଚାର କରିଥାଏ।”

ସିଜେଆଇ ଆହୁରି କହିଛନ୍ତି, ଏକାଧିକ ଦିଗର ବିଚାର କରାଯିବା ଦରକାର। ୨୦୧୩ ବାଲାଜୀ ମାମଲାରେ କୁହାଯାଇଥିଲା ଯେ ଟିଭି ଓ ଅନ୍ୟାନ୍ୟ ଜିନିଷ ବାଣ୍ଟିବା ହାତଗୁଞ୍ଜା ନୁହେଁ ବରଂ ଏକ ଜନକଲ୍ୟାଣ ଯୋଜନା। ଏବେ ଏହାର ବିଚାର ଗଠନ ହେବାକୁ ଥିବା ୩ ଜଣିଆ ବେଞ୍ଚ ବିଚାର କରିବେ।

ଆମ ମତ ହେଉଛି, ଫ୍ରିବ୍ସି ଉପରେ ବିଶେଷଜ୍ଞ କମିଟି ବିଚାର କରିବା ଦରକାର। ସେହିପରି ଗତ ଶୁଣାଣିରେ ଆମେ କେନ୍ଦ୍ର ସରକାରଙ୍କୁ ସର୍ବଦଳୀୟ ବୈଠକ ଡାକି ଏ ବିଷୟରେ କଥା ହେବାକୁ ମଧ୍ୟ କହିଥିଲୁ ବୋଲି ସିଜେଆଇ ଆଜି କହିଛନ୍ତି।

Related story