ଝୁଲାଇ ନରଖି ତୁରନ୍ତ ଚାର୍ଜଶିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ମାମଲାର ଚାର୍ଜଶିଟ୍ ଦାଖଲ ହେବାରେ ବିଳମ୍ୱ ହେଉଛି। ଏଭଳି ନକରି ତୁରନ୍ତ ଚାର୍ଜଶିଟ୍ ଦାଖଲ କରିବା ଦରକାର। ବୁଧବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି ରମନ୍ନା ଇଡି ଏବଂ ସିବିଆଇକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଚାର୍ଜଶିଟ୍ ଦାଖଲ କରିବା ବେଳେ ଧିମା ପ୍ରକ୍ରିୟାକୁ ନେଇ ପ୍ରଧାନ ବିଚାରପତି ଇଡି ଏବଂ ସିବିଆଇକୁ ସମାଲୋଚନା କରିଛନ୍ତି। ହାଇକୋର୍ଟଙ୍କୁ ଏହି ସବୁ ପଡି ରହିଥିବା ପ୍ରସଙ୍ଗରେ ନିଜ ଆଡୁ […]

sc

sc

Subhransu Sekhar
  • Published: Wednesday, 25 August 2021
  • Updated: 25 August 2021, 06:37 PM IST

Sports

Latest News

ନୂଆଦିଲ୍ଲୀ: ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ମାମଲାର ଚାର୍ଜଶିଟ୍ ଦାଖଲ ହେବାରେ ବିଳମ୍ୱ ହେଉଛି। ଏଭଳି ନକରି ତୁରନ୍ତ ଚାର୍ଜଶିଟ୍ ଦାଖଲ କରିବା ଦରକାର। ବୁଧବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି ରମନ୍ନା ଇଡି ଏବଂ ସିବିଆଇକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଚାର୍ଜଶିଟ୍ ଦାଖଲ କରିବା ବେଳେ ଧିମା ପ୍ରକ୍ରିୟାକୁ ନେଇ ପ୍ରଧାନ ବିଚାରପତି ଇଡି ଏବଂ ସିବିଆଇକୁ ସମାଲୋଚନା କରିଛନ୍ତି। ହାଇକୋର୍ଟଙ୍କୁ ଏହି ସବୁ ପଡି ରହିଥିବା ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କରିବାକୁ ପୂର୍ବରୁ କୁହାଯାଇଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଅନେକ ମାମଲା ୧୦ରୁ ୧୫ ବର୍ଷ ହେବ ପଡ଼ି ରହିଛି ବୋଲି କୋର୍ଟ କହିଛନ୍ତି। ହେଲେ ତଦନ୍ତକାରୀ ସଂସ୍ଥାର ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ଅନେକ ମାମଲାର ତଦନ୍ତ ପାଇଁ ଅନ୍ୟ ଦେଶକୁ ଯିବା ପାଇଁ ପଡ଼ୁଛି ତଦନ୍ତକାରୀ ସଂସ୍ଥାଙ୍କୁ। ଯେଉଁଥିପାଇଁ ମାମଲାରେ ଚାର୍ଜଶିଟ୍ ବିଳମ୍ୱ ହେଉଛି।

ତେବେ ପ୍ରଧାନ ବିଚାରପତି କହିଛନ୍ତି, ଏବେ ତଦନ୍ତକାରୀ ସଂସ୍ଥା ସିବିଆଇ ଏବଂ ଇଡି ଉପରେ ଅନେକ ତଦନ୍ତ ଭାର ରହିଛି। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। କିନ୍ତୁ ତଦନ୍ତ ପ୍ରକ୍ରିୟାକୁ ଯେଉଁ ମାନବ ସମ୍ୱଳର ଆବଶ୍ୟକତା ରହିଛି ସେଥିରେ ଘୋର ଅଭାବ ରହିଛି। ତେଣେ ତଦନ୍ତକାରୀ ସଂସ୍ଥାଙ୍କ ଉପରେ ଅନେକ ବୋଝ ରହିଛି ବୋଲି କୋର୍ଟ କହିଛନ୍ତି। ଧୀମା ଚାର୍ଜଶିଟ୍ ବାବଦରେ କୋର୍ଟ ସମାଲୋଚନା କରି ତଦନ୍ତକାରୀ ସଂସ୍ଥାର ମନୋବଳକୁ ଭାଙ୍ଗିବା କୋର୍ଟର ଉଦ୍ଦେଶ୍ୟ ନୁହେଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି ରମନ୍ନା, ଡି.ଓ୍ୱାଇ ଚନ୍ଦ୍ରଚୁଡ ଏବଂ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି, ଏବେ ଶତାଧିକ ମାମଲା ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ରହିଛି। ଏଥିମଧ୍ୟରୁ କିଛି ସାଂସଦ ଏବଂ ବିଧାୟକ ଏବେ  ପୂର୍ବତନ ହୋଇସାରିଛନ୍ତି। ଏହି ସବୁ ମାମଲା ସିବିଆଇ ଏବଂ ଇଡି ଦ୍ୱାରା ତଦନ୍ତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos