ବାଦଲଫଟା ବର୍ଷା, ମାଟି ତଳେ ଦବି ରହିଛନ୍ତି ଅନେକ ଲୋକ!

ଡେରାଡୁନ: ପ୍ରକୃତିର କରାଳ ରୂପ। ତାଣ୍ଡବ ରଚୁଛି ପ୍ରକୃତି। ଉତ୍ତରଖଣ୍ଡରେ ବର୍ଷା ବିଭିଷିକା। ନେନିତାଲରେ ବଦଲଫଟା ବର୍ଷା। ନେନିତାଲର ରାମଗଡ ଅଞ୍ଚଳର ଏକ ଗାଁରେ ବାଦଲଫଟା ବର୍ଷା ଯୋଗୁଁ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଲୋକେ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୁଲିସ ଏବଂ ପ୍ରଶାସନ ପହଞ୍ଚି ଯାଂଚ କରୁଛି। ଲୋକେ ମାଟି ତଳେ ଦବି ରହିଛନ୍ତି ନା ନାହିଁ ସେନେଇ ଖୋଜାଖୋଜି ଚାଲିଛି। ନେନିତାଲ ଏସଏସ୍‌ପି ପ୍ରୀତି ପ୍ରିୟଦର୍ଶିନୀଙ୍କ […]

cloudbrust in Nainital

Madhupriya Mistry
  • Published: Tuesday, 19 October 2021
  • , Updated: 19 October 2021, 11:55 AM IST

ଡେରାଡୁନ: ପ୍ରକୃତିର କରାଳ ରୂପ। ତାଣ୍ଡବ ରଚୁଛି ପ୍ରକୃତି। ଉତ୍ତରଖଣ୍ଡରେ ବର୍ଷା ବିଭିଷିକା। ନେନିତାଲରେ ବଦଲଫଟା ବର୍ଷା। ନେନିତାଲର ରାମଗଡ ଅଞ୍ଚଳର ଏକ ଗାଁରେ ବାଦଲଫଟା ବର୍ଷା ଯୋଗୁଁ ଭୂସ୍ଖଳନ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଲୋକେ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୁଲିସ ଏବଂ ପ୍ରଶାସନ ପହଞ୍ଚି ଯାଂଚ କରୁଛି। ଲୋକେ ମାଟି ତଳେ ଦବି ରହିଛନ୍ତି ନା ନାହିଁ ସେନେଇ ଖୋଜାଖୋଜି ଚାଲିଛି।

ନେନିତାଲ ଏସଏସ୍‌ପି ପ୍ରୀତି ପ୍ରିୟଦର୍ଶିନୀଙ୍କ କହିବାକୁ ମୁତାବକ, କିଛି ଲୋକେ ଆହତ ହୋଇଛନ୍ତି। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି, କିନ୍ତୁ ପ୍ରକୃତରେ କେତେଜଣ ଆହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଜିଲ୍ଲାର ନଦୀଗୁଡିକରେ ଜଳସ୍ତର ବଢ଼ିବା ଯୋଗୁଁ ବନ୍ୟା ସୃଷ୍ଟି ହୋଇଛି। ନଦୀ ପାଣି ସହର ଭିତରେ ପଶିବା ଯୋଗୁଁ ରାସ୍ତାଘାଟ ଜଳମଗ୍ନ ହେବା ସହ ଘରଗୁଡିକରେ ପଶିଛି। ଫଳରେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି।

ସୋମବାର ଦିନ ପ୍ରବଳ ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ନେପାଳର ୩ଜଣଙ୍କ ଶ୍ରମିତଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣ ଆହତ ହୋଇଛି। ସେପଟେ ସ୍ଥିତିରେ ସୁଧାର ଆସିବା ଯାଏଁ ସରକାର ଚାରିଧାମ ଯାତ୍ରା ଉପରେ ରୋକ ଲଗାଇଛନ୍ତି।

ପାଣିପାଗ ବିଭାଗ ଉତ୍ତରାଖଣ୍ଡର ସମସ୍ତ ୧୩ ଜିଲ୍ଲା ପାଇଁ ଆସନ୍ତା ୩ ଦିନ ପାଇଁ ରେର୍ଡ ଆଲର୍ଟ ଜାରି କରିଛି। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ, କୁଆପଥର ଏବଂ ପ୍ରବଳ ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି ଆଇଏମ୍‌ଡି।

https://twitter.com/ANI/status/1450330704521302021?s=20

Related story