ପ୍ରୋଟୋକଲ୍ ଭାଙ୍ଗି ସିଧା କରୋନା ରୋଗୀଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ମୁରାଦାବାଦ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ନିଆରା କାମ ପାଇଁ ବେଶ୍ ଚର୍ଚ୍ଚିତ । ମୁଖ୍ୟମନ୍ତ୍ରୀ ଯୋଗୀ ଶନିବାର ମୁରାଦାବାଦ ଗସ୍ତରେ ପ୍ରୋଟୋକଲ ଭାଙ୍ଗିଛନ୍ତି ଏବଂ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଛାଡ଼ି ଜନତାଙ୍କ ପାଖରେ ପହଞ୍ଚିଛନ୍ତି । ସେ ସାଧାରଣ ନାଗରିକଙ୍କ କଥା ବୁଝିଛନ୍ତି । କୋଭିଡ୍‌-୧୯ ସଂକ୍ରମଣର ପ୍ରଶାସନିକ ଉପାୟ ଜାଣିବା ଓ ସମୀକ୍ଷା କରିବା ପାଇଁ ସିଏମ ଯୋଗୀ ଶନିବାର ମୁରାଦାବାଦ ଓ ବରେଲୀ ଗସ୍ତ କରିଥିଲେ । ସିଏମ ଯୋଗୀ ପ୍ରଥମେ […]

CM-Yogi-Adityanath

Ranjit Kumar Jena
  • Published: Saturday, 08 May 2021
  • , Updated: 09 May 2021, 12:00 AM IST

ମୁରାଦାବାଦ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ନିଆରା କାମ ପାଇଁ ବେଶ୍ ଚର୍ଚ୍ଚିତ । ମୁଖ୍ୟମନ୍ତ୍ରୀ ଯୋଗୀ ଶନିବାର ମୁରାଦାବାଦ ଗସ୍ତରେ ପ୍ରୋଟୋକଲ ଭାଙ୍ଗିଛନ୍ତି ଏବଂ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଛାଡ଼ି ଜନତାଙ୍କ ପାଖରେ ପହଞ୍ଚିଛନ୍ତି । ସେ ସାଧାରଣ ନାଗରିକଙ୍କ କଥା ବୁଝିଛନ୍ତି । କୋଭିଡ୍‌-୧୯ ସଂକ୍ରମଣର ପ୍ରଶାସନିକ ଉପାୟ ଜାଣିବା ଓ ସମୀକ୍ଷା କରିବା ପାଇଁ ସିଏମ ଯୋଗୀ ଶନିବାର ମୁରାଦାବାଦ ଓ ବରେଲୀ ଗସ୍ତ କରିଥିଲେ ।

ସିଏମ ଯୋଗୀ ପ୍ରଥମେ ମୁରାଦାବାଦ ପହଞ୍ଚିଲେ, ଯେଉଁଠାରେ ସେ ପ୍ରଥମେ ଇଣ୍ଟିଗ୍ରେଟେଡ୍ କୋଭିଡ୍ କମାଣ୍ଡ ସେଣ୍ଟରକୁ ଯାଇଥିଲେ । ଏହା ପରେ ସର୍କିଟ୍ ହାଉସରେ ଅଧିକାରୀ ଓ ଜନପ୍ରତିନିଧିଙ୍କ ସହ ବୈଠକ କରିଥିଲେ । ପରେ ମୁରାଦାବାଦ ମଣ୍ଡଳର ଅନ୍ୟ ଅଧିକାରୀଙ୍କ ସହ ଭର୍ଚୁଆଲ୍ ବୈଠକ କରିଥିଲେ । ଏସବୁ କାର୍ଯ୍ୟକ୍ରମ ସିଏମ ପ୍ରୋଟୋକଲ୍ ଅନୁରୂପ ନିର୍ଦ୍ଧାରିତ ଥିଲା ।

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଦ୍ୱିପହର ୨ଟା ପର୍ଯର୍୍ୟନ୍ତ ସିଏମଙ୍କର ଅଧିକାରୀଙ୍କ ସହ ସଂଳାପ କାର୍ଯ୍ୟକ୍ରମ ଥିଲା । ଏହା ପରେ ତାଙ୍କୁ ବରେଲୀ ଅଭିମୁଖେ ଯିବାର ଥିଲା । କିନ୍ତୁ ମୁରାଦାବାଦରେ ନିଜ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ପରେ ସିଏମ୍ ଅଚାନକ ଜିଲ୍ଲାର ମନୋହରପୁର ଗାଁର ନିରୀକ୍ଷଣ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କଲେ । ଏହି କାର୍ଯ୍ୟକ୍ରମ ଅପ୍ରତ୍ୟାଶିତ ଥିଲା, ଯାହା ଅଧିକାରୀମାନଙ୍କୁ ଜଣା ନଥିଲା । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ କନଭୟ ମନୋହରପୁର ପହଞ୍ଚିଥିଲା । ମନୋହରପୁରରେ ଅଚାନକ ସିଏମ୍ ପହଞ୍ଚିବା ଦେଖି ଲୋକଙ୍କ ଭିଡ଼ ହୋଇଥିଲା । ଲୋକଙ୍କୁ ଦେଖି ସିଏମ୍ ଯୋଗୀ ଗାଡ଼ିରୁ ଓହ୍ଲାଇ ଗାଁର ଗଳି ରାସ୍ତା ଧରିଥିଲେ ।

ଗାଁ ରାସ୍ତାରେ ଚାଲି ଚାଲି ସେ ଲୋକଙ୍କ ଘରେ ପହଞ୍ଚିଥିଲେ । ସେ ସ୍ଥାନୀୟ ଲୋକଙ୍କ ହାଲଚାଲ ପଚାରିଥବଲେ । ସିଏମ୍ ଲୋକଙ୍କ ପଚାରିଥିଲେ ଯେ ମେଡିସିନ୍ ଠିକ୍ ଠାକ୍ ମିଳୁଛି । କରୋନାକୁ ରୋକିବା ପାଇଁ ଆପଣମାନେ ପଦକ୍ଷେପ ନେଉଛନ୍ତି । ପ୍ରଶ୍ନ ପଚାରୁଥିବା ସମୟରେ ସିଏମ୍ ଲଗାତର ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଉଥିଲେ ।

Related story