୨୪ ତାରିଖ ଯାଏ ଲକଡାଉନ, ସକାଳ ୬ରୁ ଦିନ ୧୦ ଯାଏ ଖୋଲିବ ମଦ ଦୋକାନ

ବେଙ୍ଗାଲୁରୁ: ସଂକ୍ରମଣ ରୋକିବାକୁ ପ୍ରଥମେ କରୋନା କର୍ଫ୍ୟୁ ଲାଗୁ କରାଯାଇଥିଲା। ହେଲେ ଏହା ସଂକ୍ରମଣ ହ୍ରାସ କରିବା ବଦଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟାକୁ ବୃଦ୍ଧି କରିଥିଲା। କରୋନା କର୍ଫ୍ୟୁ କାମ ନ ଦେବାରୁ ଏବେ କର୍ଣ୍ଣାଟକା ସରକାର ବାଧ୍ୟ ହୋଇ ପୂରା ରାଜ୍ୟରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ ଲାଗୁ କରିଛନ୍ତି। ଏହା ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ଆରମ୍ଭ ହୋଇ ୨୪ ତାରିଖ ସକାଳ ଯାଏ ବଳବତ୍ତର ରହିବ। ଲକଡାଉନ ବେଳେ ସକାଳ ୬ରୁ […]

Lockdown

Hemant Lenka
  • Published: Friday, 07 May 2021
  • , Updated: 07 May 2021, 09:01 PM IST

ବେଙ୍ଗାଲୁରୁ: ସଂକ୍ରମଣ ରୋକିବାକୁ ପ୍ରଥମେ କରୋନା କର୍ଫ୍ୟୁ ଲାଗୁ କରାଯାଇଥିଲା। ହେଲେ ଏହା ସଂକ୍ରମଣ ହ୍ରାସ କରିବା ବଦଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟାକୁ ବୃଦ୍ଧି କରିଥିଲା। କରୋନା କର୍ଫ୍ୟୁ କାମ ନ ଦେବାରୁ ଏବେ କର୍ଣ୍ଣାଟକା ସରକାର ବାଧ୍ୟ ହୋଇ ପୂରା ରାଜ୍ୟରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ ଲାଗୁ କରିଛନ୍ତି।

ଏହା ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ଆରମ୍ଭ ହୋଇ ୨୪ ତାରିଖ ସକାଳ ଯାଏ ବଳବତ୍ତର ରହିବ। ଲକଡାଉନ ବେଳେ ସକାଳ ୬ରୁ ଦିନ ୧୦ ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ସହ ମଦ ଦୋକାନ ଖୋଲା ରହିବ।

ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପା ଲକଡାଉନ ସମ୍ପର୍କରେ ଘୋଷଣା କରି କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କରୋନା କର୍ଫ୍ୟୁ ସଫଳ ହୋଇପାରିଲା ନାହିଁ। ଯେଉଁଥିପାଇଁ କର୍ଫ୍ୟୁ ଲାଗୁ କରାଯାଇଥିଲା, ତାହା ଠିକ୍‌ ଭାବେ କାମ ଦେଲାନି। ତେଣୁ ରାଜ୍ୟରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି।

ଲକଡାଉନ ବେଳେ ରାଜ୍ୟରେ ଥିବା ସମସ୍ତ ହୋଟେଲ, ପବ୍ସ ଓ ବାର ଗୁଡ଼ିକ ବନ୍ଦ ରହିବ। ରାସ୍ତା କଡ଼ ଖାଇବା ଦୋକାନ, ମାଂସ, ମାଛ, ଅଣ୍ଡା, ଗ୍ରୋସରୀ, ଏକାକୀ ଥିବା ମଦ ଦୋକାନ ଓ ପରିବା ଦୋକାନ ସକାଳ ୬ଟାରୁ ୧୦ଟା ଯାଏ ଖୋଲା ରହିବ। କେବଳ ମେଡିକାଲ କାମ ପାଇଁ ଗାଡ଼ି ଚଳାଚଳକୁ ଅନୁମତି ମିଳିବ ବୋଲି ସେ କହିଛନ୍ତି।

ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ ଲକଡାଉନ ଯୋଗୁ ବନ୍ଦ ରହିବ। ତେବେ ଅନଲାଇନରେ କ୍ଲାସ କରାଯାଇ ପାରିବ। ହୋଟେଲ ଓ ରେଷ୍ଟୁରାଣ୍ଟଗୁଡ଼ିକ ହୋମ ଡେଲିଭରୀ ସେବା ଯୋଗାଇ ପାରିବେ। ରେଷ୍ଟୁରାଣ୍ଟ ଓ ହୋଟେଲରୁ ଖାଦ୍ୟ ନେଉଥିବା ସାଧାରଣ ଲୋକ ଚାଲି ଚାଲି ହିଁ ଏହି ସେବାର ଉପଭୋଗ କରିପାରିବେ। ସେମାନଙ୍କୁ ଗାଡ଼ିର ବ୍ୟବହାର କରିବାକୁ ଅନୁମତି ମିଳିବ ନାହିଁ।

ହୋମ ଡେଲିଭରୀ କରୁଥିବା ରେଷ୍ଟୁରାଣ୍ଟ ଓ ହୋଟେଲ କର୍ମଚାରୀ ଗାଡ଼ିର ବ୍ୟବହାର ସ୍ୱତନ୍ତ୍ର ପାସ୍‌ ଆଣି କରିପାରିବେ। ସିନେମା ହଲ ଠାରୁ ଆରମ୍ଭ କରି ଜିମ ଓ ସମସ୍ତ ପ୍ରକାରର ସମାବେଶ ବନ୍ଦ ରହିବ। ସମସ୍ତ ଧାର୍ମିକ ଅନୁଷ୍ଠାନ ଲକଡାଉନ ବେଳେ ଲୋକଙ୍କ ପାଇଁ ବନ୍ଦ ରହିବ।

ଲକଡାଉନ ବେଳେ ଏକାକୀ ଥିବା ମଦ ଦୋକାନ ଓ ଆଉଟ ଲେଟ୍‌ ଗୁଡ଼ିକ ସକାଳ ୬ରୁ ଦିନ ୧୦ଟା ଯାଏ ଖୋଲା ରହିପାରିବ। ବୁଲିବୁଲି ଫଳ ଓ ପରିବା ବ୍ୟବସାୟ କରୁଥିବା ଲୋକମାନେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ନିଜର ସେବା ଯୋଗାଇ ପାରିବେ। ଆନ୍ତଃରାଜ୍ୟ ବସ୍‌ ଚଳାଚଳ କେବଳ ଜରୁରୀ କାଳୀନ ସ୍ଥିତିରେ ଚାଲି ପାରିବ।

Related story