ବିଜେପି ଠାରୁ ହିମାଚଳ ପ୍ରଦେଶ ଛଡ଼ାଇ ଆଣିଲା କଂଗ୍ରେସ

ଶିମଲା: ଗୁଜରାଟରେ ଐତିହାସିକ ବିଜୟ ହାସଲ କରିଥିବା ବିଜେପିକୁ ହିମାଚଳ ପ୍ରଦେଶରେ ଶକ୍ତ ଝଟକା ଲାଗିଛି। ଏଠାରେ ବିଜେପି ଠାରୁ କ୍ଷମତା ଛଡ଼ାଇ ଆଣିଛି କଂଗ୍ରେସ। ୨୦୧୭ରେ ଏଠାରେ ବିଜେପି ବୃହତ ବିଜୟ ସହ ସରକାର ଗଠନ କରିଥିଲା। ହେଲେ ୨୦୨୨ରେ ସ୍ଥିତି ବଦଳି ଯାଇଛି। କଂଗ୍ରେସ ଏଠାରେ ସରକାର ଗଠନ କରିବାକୁ ଯାଉଛି। ହିମାଚଳ ପ୍ରଦେଶର ୬୮ଟି ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୫। ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା […]

congress

  • Published: Thursday, 08 December 2022
  • , Updated: 08 December 2022, 08:15 PM IST

ଶିମଲା: ଗୁଜରାଟରେ ଐତିହାସିକ ବିଜୟ ହାସଲ କରିଥିବା ବିଜେପିକୁ ହିମାଚଳ ପ୍ରଦେଶରେ ଶକ୍ତ ଝଟକା ଲାଗିଛି। ଏଠାରେ ବିଜେପି ଠାରୁ କ୍ଷମତା ଛଡ଼ାଇ ଆଣିଛି କଂଗ୍ରେସ। ୨୦୧୭ରେ ଏଠାରେ ବିଜେପି ବୃହତ ବିଜୟ ସହ ସରକାର ଗଠନ କରିଥିଲା। ହେଲେ ୨୦୨୨ରେ ସ୍ଥିତି ବଦଳି ଯାଇଛି। କଂଗ୍ରେସ ଏଠାରେ ସରକାର ଗଠନ କରିବାକୁ ଯାଉଛି।

ହିମାଚଳ ପ୍ରଦେଶର ୬୮ଟି ଆସନରୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୫। ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କଂଗ୍ରେସ ୪୦ଟି ଆସନରେ ଜିତିଛି। ଏହାର ଅର୍ଥ ଦଳ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିନେଇଛି।

ବିଜେପି ଏଠାରେ ୨୫ଟି ଆସନରେ ଜିତିଛି। ଏହା ମ୍ୟାଜିକ ନମ୍ବର ଠାରୁ ୧୦ କମ। ଆପ୍‌ ଏଠାରେ ନିଜର ଭାଗ୍ୟ ପରୀକ୍ଷା କରୁଥିଲେ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନି। ଅନ୍ୟାନ୍ୟ ଦଳର ପ୍ରାର୍ଥୀମାନେ ୩ଟି ଆସନରେ ଜିତିଛନ୍ତି।

ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପରାଜୟକୁ ସ୍ୱୀକାର କରିନେଇଛନ୍ତି। ଏଥିସହ ସେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫାପତ୍ର ମଧ୍ୟ ହସ୍ତାନ୍ତର କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ଯାଏ ଶ୍ରୀ ଠାକୁର ଏହି ପଦରେ ରହିବେ।

୨୦୧୭ ବିଜେପି ୪୪ଟି ଆସନ ଜିତିଥିବା ବେଳେ କଂଗ୍ରେସ ୨୧ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଜିତିଥିଲେ।

ହିମାଚଳ ପ୍ରଦେଶରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧି ଟ୍ୱିଟ କରି ଦଳ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବ ବୋଲି କହିଛନ୍ତି। ସେ କହିଛନ୍ତି, “ଏହି ନିର୍ଣ୍ଣାୟକ ବିଜୟ ପାଇଁ ହିମାଚଳବାସୀଙ୍କୁ ହୃଦୟରୁ ଧନ୍ୟବାଦ। ସମସ୍ତ କଂଗ୍ରେସ କର୍ମୀ ଓ ନେତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣମାନଙ୍କ ପରିଶ୍ରମ ଓ ସମର୍ପଣ ଏହି ବିଜୟର ଅସଲି ହକଦାର। ପୁଣିଥରେ କହୁଛି, ଲୋକଙ୍କୁ ଦିଆଯାଇଥିବା ସବୁ ପ୍ରତିଶ୍ରୁତି ପୂରଣ ହେବ।”

Related story