କାହିଁକି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଛ? କଂଗ୍ରେସର ଖାଡଗେଙ୍କ ପାଖକୁ ଆସିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାଡଗେଙ୍କ ପାଖକୁ ଆସିଛି ଧମର୍କପୂର୍ଣ୍ଣ ଫୋନ କଲ। ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଥିଲେ। ଏହି ସମୟରେ କୃଷି ଠାରୁ ଆରମ୍ଭ କରି ଦେଶର ବିକାଶ ପ୍ରସଙ୍ଗରେ ସେ ଅନେକ ମତ ରଖିଥିଲେ ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ। ମୋଦିଙ୍କ ବୟାନ ପରେ ଖାଡଗେ ପ୍ରେସ କନଫରେନ୍ସିଂ କରି ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଏହି ସମାଲୋଚନା ତାଙ୍କୁ ମହଙ୍ଗା ପଡ଼ିଛି। କେହି ଅଜଣା ବ୍ୟକ୍ତି […]

Kharge

Hemant Lenka
  • Published: Monday, 08 February 2021
  • , Updated: 10 February 2021, 01:27 PM IST

ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାଡଗେଙ୍କ ପାଖକୁ ଆସିଛି ଧମର୍କପୂର୍ଣ୍ଣ ଫୋନ କଲ। ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଥିଲେ। ଏହି ସମୟରେ କୃଷି ଠାରୁ ଆରମ୍ଭ କରି ଦେଶର ବିକାଶ ପ୍ରସଙ୍ଗରେ ସେ ଅନେକ ମତ ରଖିଥିଲେ ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ।

ମୋଦିଙ୍କ ବୟାନ ପରେ ଖାଡଗେ ପ୍ରେସ କନଫରେନ୍ସିଂ କରି ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଏହି ସମାଲୋଚନା ତାଙ୍କୁ ମହଙ୍ଗା ପଡ଼ିଛି। କେହି ଅଜଣା ବ୍ୟକ୍ତି ତାଙ୍କୁ ଫୋନ କରି ଧମକ ଦେଇଛନ୍ତି। କଂଗ୍ରେସ ଓ ଖାଡଗେ ସବୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରୁଥିବାରୁ ଫୋନ କରିଥିବା ବ୍ୟକ୍ତି ଜଣଙ୍କ ଭୀଷଣ କ୍ଷୁବ୍ଧ ହୋଇଛନ୍ତି।

ଏହି କାରଣରୁ ସେ ଖାଡଗେଙ୍କୁ ଫୋନ କରି ଧମକ ଦେଇଛନ୍ତି। ଏଥିସହ ସବୁବେଳେ କାହିଁକି ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଛ ବୋଲି କଡ଼ା ସ୍ୱରରେ ପ୍ରଶ୍ନ ମଧ୍ୟ କରିଛନ୍ତି। ଖାଡଗେଙ୍କୁ ଧମକ ପୂର୍ଣ୍ଣ କଲ ଆସିଥିବା କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି। ହେଲେ ଏଯାଏ ଏହା ବିରୋଧରେ ଖାଡଗେ କିମ୍ବା କଂଗ୍ରେସ ବିଧିବଦ୍ଧ ଭାବେ ପୁଲିସ୍‌ରେ ଅଭିଯୋଗ ଦାଖଲ କରିନାହାନ୍ତି।

ଅନ୍ୟପକ୍ଷରେ ଆଜି ରାଜ୍ୟସଭାରେ ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏପରି କି ସେ କୃଷି ଆଇନ ପ୍ରସଙ୍ଗରେ ଯୁକ୍ତି ରଖିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାଁ ମଧ୍ୟ ନେଇଥିଲେ। ମୋଦି କହିଥିଲେ, କୃଷି ଆଇନ୍ ସଂଶୋଧନ ଉପରେ କଂଗ୍ରେସ ଅଚାନକ ୟୁ ଟର୍ଣ୍ଣ ନେଇଥିଲା। କଂଗ୍ରେସ ପାର୍ଟି ମୋ କଥା ମାନନ୍ତୁ କି ନ ମାନନ୍ତୁ, କିନ୍ତୁ ଥରେ ମନମୋହନ ସିଂହଙ୍କ କଥା ତ ମାନନ୍ତୁ। ମନମୋହନ ସିଂହ ଚାଷୀଙ୍କୁ ଫସଲ ବିକ୍ରି କରିବା ପାଇଁ ସ୍ୱାଧୀନତା ଦେବା କଥା କହିଥିଲେ। ଯାହା ମନମୋହନ ସିଂହ ଚାହୁଁଥିଲେ, ତାହା ମୁଁ କରିଦେଲି।

ଯେତେବେଳେ ରାଜନୀତି ଭାରି ପଡ଼େ, ସେତେବେଳେ ଜଣେ ନିଜର ବିଚାର ହରାଇ ବସିଥାଏ। ମୁଁ ମନମୋହନ ସିଂହଙ୍କ ଏକ ବିବୃତ୍ତିକୁ ପୁନରାବୃତ୍ତି କରିବାକୁ ଚାହୁଁଛି। ମନମୋହନ ସିଂହ ଚାଷୀଙ୍କୁ ଫସଲ ବିକ୍ରି କରିବା ପାଇଁ ସ୍ୱାଧୀନତା ଦେବା ଓ ଭାରତକୁ ଏକ ବଡ଼ କୃଷି ମାର୍କେଟ ଭାବେ ଛିଡ଼ା କରିବା କଥା କହିଥିଲେ।

ଏବେ ସମସ୍ତେ ଗର୍ବ କରିବା ଦରକାର ଯେ ଯାହା ମନମୋହନ ସିଂହ କହିଥିଲେ, ତାହା ମୋଦିଙ୍କୁ କରିବାକୁ ପଡୁଛି। ଦୁଗ୍ଧ କର୍ମଚାରୀ ହୁଅନ୍ତୁ କି ପଶୁପାଳକ କିମ୍ବା ଅନ୍ୟାନ୍ୟ କାମ କରୁଥିବା ଶ୍ରମିକଙ୍କ ପାଇଁ ସବୁ ସ୍ୱାଧୀନତା ରହିଛି। କିନ୍ତୁ ଚାଷୀଙ୍କୁ କାହିଁକି ଏହି ସ୍ୱାଧୀନତା ମିଳିନାହିଁ ବୋଲି ମୋଦି କହିଥିଲେ।

 

Related story