କାଶ୍ମୀରରେ କଳା ବରଫ ପଡିଲେ ବିଜେପିରେ ସାମିଲ ହେବି: ଗୁଲାମ

ନୂଆଦିଲ୍ଲୀ: ଯେଉଁ ଦିନ କାଶ୍ମୀରରେ କଳା ବରଫ ପଡିବ, ସେହିଦିନ ମୁଁ ବିଜେପିରେ ସାମିଲ ହେବି। କେବଳ ବିଜେପି କାହିଁକି, ସେହି ଦିନ ମୁଁ ଅନ୍ୟ ଦଳରେ ମଧ୍ୟ ସାମିଲ ହୋଇଯିବି। ରାଜ୍ୟସଭାରୁ ଅବସର ନେବା ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଅଜାଦ କିଛି ଏଭଳି କିହିଛନ୍ତି। ରାଜ୍ୟସଭାରୁ ଅବସର ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ତେବେ ତାଙ୍କୁ ଅବସର ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇପଡିଥିଲେ। […]

ghulam nabi azad

ghulam nabi azad

Madhupriya Mistry
  • Published: Friday, 12 February 2021
  • Updated: 12 February 2021, 12:07 PM IST

Sports

Latest News

ନୂଆଦିଲ୍ଲୀ: ଯେଉଁ ଦିନ କାଶ୍ମୀରରେ କଳା ବରଫ ପଡିବ, ସେହିଦିନ ମୁଁ ବିଜେପିରେ ସାମିଲ ହେବି। କେବଳ ବିଜେପି କାହିଁକି, ସେହି ଦିନ ମୁଁ ଅନ୍ୟ ଦଳରେ ମଧ୍ୟ ସାମିଲ ହୋଇଯିବି। ରାଜ୍ୟସଭାରୁ ଅବସର ନେବା ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଅଜାଦ କିଛି ଏଭଳି କିହିଛନ୍ତି।

ରାଜ୍ୟସଭାରୁ ଅବସର ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। ତେବେ ତାଙ୍କୁ ଅବସର ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇପଡିଥିଲେ।  ପ୍ରଧାନମନ୍ତ୍ରୀ, ଗୁଲାମ ନବୀ ଆଜାଦଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି କହି ପ୍ରଶଂସା କରିଥିଲେ। ଏହାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ଲାଗି ରହିଛି। ଆଜାଦ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ହୁଏତ ମୋଦି ତାଙ୍କୁ କିଛି ଗୁରୁ ଦାୟିତ୍ୱ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ହେଉଛି।

ତେବେ ନିକଟରେ ଗୁଲାମ ନବୀ ଆଜାଦ ନିଜେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି। ଏକ ସାକ୍ଷାତକାରରେ ବିଜେପିରେ ଯୋଗଦେବା ସମ୍ପର୍କରେ ସେ କହିଛନ୍ତି ଯେ, କାଶ୍ମୀରରେ କଳା ବରଫ ପଡିଲେ ମୁଁ ବିଜେପିରେ ଯୋଗଦେବି। ବିଜେପି କାହିଁକି, ସେଦିନ ମୁଁ ଅନ୍ୟ କୌଣସି ଦଳରେ ମଧ୍ୟ ଯୋଗଦେବି। ଯେଉଁମାନେ ଏହି ଗୁଜବ ପ୍ରଚାର କରିଛନ୍ତି, ସେମାନେ ମୋତେ ଜାଣନ୍ତି ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ଧମକ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଆଜାଦ କହିଛନ୍ତି, ୯୦ ଦଶକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସେ ପରସ୍ପରକୁ ଜାଣିଛନ୍ତି। ଯେତେବେଳେ ଦୁହେଁ ସାଧାରଣ ସଚିବ ଥିଲେ, ବିଭିନ୍ନ ଟିଭି ବିତର୍କରେ ଆସୁଥିଲେ। ବିତର୍କରେ ମଧ୍ୟ ଲଢ଼େଇ କରୁଥିଲୁ, କିନ୍ତୁ ପରେ ଦୀର୍ଘ ସମୟ ଧରି ପରସ୍ପର ସହ କଥା ହେଉଥିଲୁ ବୋଲି ଆଜାଦ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos