ନୂଆଦିଲ୍ଲୀ: ଆଜି ସଂସଦରେ କଂଗ୍ରେସ ବିରୋଧରେ ପ୍ରବଳ ବର୍ଷିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଥିଲେ ଯେ, କଂଗ୍ରେସ ବ୍ରିଟିସରଙ୍କ ଡିଭାଇଡ୍ ଆଣ୍ଡ ରୁଲ(ବିଭାଜନ ଏବଂ ଶାସନ) ପଲିସିକୁ ଆପଣେଇ ନେଇଛି। ବ୍ରିଟିସର ମାନେ ଯେମିତି ବିବିଧତା ଭରା ଦେଶକୁ ଏକାଧିକ ସଂକୃତିରେ ବାଣ୍ଟି ଶାସନ କରୁଥିଲେ ସେହି ନୀତିକୁ ଆପଣେଇଛି କଂଗ୍ରେସ। ସଂଘୀୟ ବ୍ୟବସ୍ଥାକୁ ବିଜେପି ସରକାର ନଷ୍ଟ କରୁଥିବା ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ମନ୍ତବ୍ୟ ରଖିଛନ୍ତି ମୋଦି।
ସେ କହିଛନ୍ତି ଯେ, ବିଭାଜନ ମାନସିକତା ହେଉଛି କଂଗ୍ରେସର। ବ୍ରିଟିସରମାନେ ଚାଲିଗଲେଣି। କିନ୍ତୁ ଏବେ ବି ଡିଭାଇଡ୍ ଆଣ୍ଡ ରୁଲ ପଲିସି ରହିଛି। ତେଣୁ କଂଗ୍ରେସ ‘ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ’ର ନେତା ବୋଲି ମୋଦି ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, କରୋନା ଲକଡାଉନ ଚାଲିଥିବାବେଳେ କଂଗ୍ରେସ ସବୁ ସୀମା ଡେଇଁଗଲା। ଶ୍ରମିକମାନଙ୍କୁ ମାଗଣା ଟିକଟ ଦେଇ ସଂକ୍ରମଣ ବଢ଼ାଇଥିଲା। କରୋନା ମୋଦୀ ଛବିକୁ ମଳିନ କରିଦେବ ବୋଲି କିଛି ଲୋକ ଭାବି ଥିଲେ। କଂଗ୍ରେସର କେତେ ନେତା ଲୋକଙ୍କୁ ସତେତନ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି। ତେବେ ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନ ସାକାର ହେବା କଂଗ୍ରେସ ଚାହୁଁନି। ଆପଣଙ୍କ ବିରୋଧ ଦେଖିଲେ ଲାଗୁଛି ଆପଣମାନେ ମନସ୍ଥିର କରିଛନ୍ତି। ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ କ୍ଷମତାକୁ ନ ଆସିବାକୁ ମନ ସ୍ଥିର କରିଛନ୍ତି।
ଯଦି ଆପଣମାନେ ଏ କଥା ସ୍ଥିର କରିଛନ୍ତି ମୁଁ ବି ମନ ସ୍ଥିର କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଅଭିଭାଷଣରେ କଂଗ୍ରେସକୁ ସିଧା ନିଶାନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏତେ ପରାଜୟ ପରେ ବି କଂଗ୍ରେସ ତାର ଅହଙ୍କାର ଛାଡ଼ିପାରିନି। କଂଗ୍ରେସର ଅବସ୍ଥା ନେଇ ଲୋକସଭାରେ ମୋଦି ଆଜି କହିଛନ୍ତି ଯେ, ୧୯୯୫ ପରେ ଓଡ଼ିଶାରେ ଆଉ କଂଗ୍ରେସ ଜିତିପାରିନାହିଁ। ନାଗାଲାଣ୍ଡ, ଗୋଆରେ ବି ୨୮ ବର୍ଷ ହେଲା ଜିତିପାରିନି। ତାମିଲନାଡୁରେ ୧୯୬୨ ପରେ କଂଗ୍ରେସ ଆଉ କ୍ଷମତାକୁ ଫେରିନି। ଗୁଜରାଟ, ୟୁପି ଏବଂ ପଶ୍ଚିମବଙ୍ଗର ଉଦାହରଣ ମଧ୍ୟ ରଖିଥିଲେ ମୋଦି । କଂଗ୍ରସକକୁ ଟାର୍ଗେଟ କରି ଅନ୍ଧ ବିରୋଧ ଲୋକତନ୍ତ୍ରର ପରିପନ୍ଥୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।