ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କୁ ସ୍ମରଣ କରିବା ସହ ହିନ୍ଦୁତ୍ୱ ଏଜେଣ୍ଡା ଚଳାଉଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଗାନ୍ଧିଜୀଙ୍କୁ ଗୁଳି ଚଳାଇଥିବା ବ୍ୟକ୍ତି ହେଉଛନ୍ତି ଜଣେ ହିନ୍ଦୁତ୍ୱବାଦୀ। ସେ କହିଛନ୍ତି ଯେ, ସମସ୍ତ ହିନ୍ଦୁତ୍ୱବାଦୀମାନେ ଭାବନ୍ତି ଗାନ୍ଧୀ ଆଉ ଜୀବିତ ନୁହଁନ୍ତି। କିନ୍ତୁ ସେ ଆଜି ମଧ୍ୟ ଜୀବିତ ବୋଲି ରାହୁଲ କହିଛନ୍ତି। ଟ୍ୱିଟ୍ କରି ରାହୁଲ ଲେଖିଛନ୍ତି ଯେ, ଗାନ୍ଧୀଜୀଙ୍କୁ ଜଣେ ହିନ୍ଦୁତ୍ୱବାଦୀ ଗୁଳି ଚଳାଇଥିଲା। ସମସ୍ତ ହିନ୍ଦୁତ୍ୱବାଦୀ ଭାବନ୍ତି ଯେ ଗାନ୍ଧୀଜୀ ଆଉ ନାହାଁନ୍ତି। ହେଲେ ଯେଉଁଠାରେ ସତ୍ୟ ଅଛି, ବାପୁ ସେଠାରେ ବଞ୍ଚିଛନ୍ତି।
https://twitter.com/RahulGandhi/status/1487612545158504450?s=20&t=zARugPWCyn1njYRjFNby7Q
୧୯୪୮ ଜାନୁଆରୀ ୩୦ ସନ୍ଧ୍ୟା ୫ଟା୧୭ରେ ନୂଆଦିଲ୍ଲୀର ବିର୍ଲା ହାଉସରେ ପ୍ରାର୍ଥନା ବାହାରି ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଏହି ସମୟରେ ନାଥୁରାମ ଗଡ଼ସେ ସେଠାରେ ପହଞ୍ଚି ପ୍ରଥମେ ବାପୁଙ୍କ ପାଦକୁ ଛୁଇଁଥିଲେ। ତାଙ୍କ ସହ ଠିଆ ହୋଇଥିବା ମହିଳାଙ୍କୁ ହଟାଇ ଦେଇଥିଲେ । ପରେ ସେମି ଅଟୋମେଟିକ୍ ପିସ୍ତଲରେ ୩ଟି ଗୁଳି ଚଳାଇ ତାଙ୍କୁ ହତ୍ୟା କରିଥିଲେ।