ତୁଟୁନି କଂଗ୍ରେସ କଳି: ପଞ୍ଜାବ ପରେ ହରିଆଣାରେ ତେଜିଲା ଦଳୀୟ ଅସନ୍ତୋଷ

ନୂଆଦିଲ୍ଲୀ: ଦେଶର ସବୁଠାରୁ ପୁରୁଣା ରାଜନୀତିକ ଦଳ କଂଗ୍ରେସରେ ଦଳୀୟ କନ୍ଦଳ ଥମିବାର ନାଁ ଧରୁନି। ପଞ୍ଜାବରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ଏହାର ପଦଧ୍ୱନୀ ହରିଆଣାରେ ଦେଖିବାକୁ ମିଳିଛି। ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁଡ୍ଡାଙ୍କ ସମର୍ଥିତ ବିଧାୟକମାନେ ଏବେ ନେତୃତ୍ୱ ବଦଳାଇବା ଦାବି କରିଛନ୍ତି। ବର୍ତ୍ତମାନ ହରିଆଣା କଂଗ୍ରେସ ମୁଖ୍ୟ ଭାବେ କୁମାରୀ ଶେଲଜା କାମ କରୁଛନ୍ତି। କିନ୍ତୁ ହୁଡ୍ଡାଙ୍କ ସମର୍ଥକମାନେ ତାଙ୍କୁ ହଟାଇବାକୁ ଦାବି କରିବା ଆରମ୍ଭ କରିଛନ୍ତି। […]

Selja

Hemant Lenka
  • Published: Monday, 05 July 2021
  • , Updated: 05 July 2021, 08:13 PM IST

ନୂଆଦିଲ୍ଲୀ: ଦେଶର ସବୁଠାରୁ ପୁରୁଣା ରାଜନୀତିକ ଦଳ କଂଗ୍ରେସରେ ଦଳୀୟ କନ୍ଦଳ ଥମିବାର ନାଁ ଧରୁନି। ପଞ୍ଜାବରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଅସନ୍ତୋଷର ନିଆଁ ଜଳୁଥିବା ବେଳେ ଏହାର ପଦଧ୍ୱନୀ ହରିଆଣାରେ ଦେଖିବାକୁ ମିଳିଛି। ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ହୁଡ୍ଡାଙ୍କ ସମର୍ଥିତ ବିଧାୟକମାନେ ଏବେ ନେତୃତ୍ୱ ବଦଳାଇବା ଦାବି କରିଛନ୍ତି।

ବର୍ତ୍ତମାନ ହରିଆଣା କଂଗ୍ରେସ ମୁଖ୍ୟ ଭାବେ କୁମାରୀ ଶେଲଜା କାମ କରୁଛନ୍ତି। କିନ୍ତୁ ହୁଡ୍ଡାଙ୍କ ସମର୍ଥକମାନେ ତାଙ୍କୁ ହଟାଇବାକୁ ଦାବି କରିବା ଆରମ୍ଭ କରିଛନ୍ତି। ଶେଲଜାଙ୍କ ବଦଳରେ ହୁଡ୍ଡାଙ୍କୁ ରାଜ୍ୟରେ ଗୁରୁଦାୟିତ୍ୱ ଦେବାକୁ ସେମାନେ ହାଇକମାଣ୍ଡଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ଏହି ଦାବିକୁ ନେଇ ଅସନ୍ତୋଷ ତେଜୁଥିବା ବେଳେ ହୁଡ୍ଡାଙ୍କ ସମର୍ଥିତ ୧୯ ଜଣ ବିଧାୟକ କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଲଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ଶୁକ୍ରବାର ଏହି ବିଧାୟକମାନେ ହରିଆଣାର କଂଗ୍ରେସ ଇନଚାର୍ଜ ବିବେକ ବଂଶଲଙ୍କୁ ଦିଲ୍ଲୀରେ ଭେଟିଥିଲେ।

ସୂତ୍ର ଅନୁସାରେ, କଂଗ୍ରେସ ଆଗକୁ ସାଂଗଠନିକ ସ୍ତରରେ ପରିବର୍ତ୍ତନ କରିବାକୁ ଯାଉଛି। ଏହି କାରଣରୁ ବିଧାୟକମାନେ ଶେଲଜାଙ୍କୁ ହରିଆଣାର ପିସିସି ସଭାପତି ପଦରୁ ହଟାଇ ହୁଡ୍ଡାଙ୍କୁ ଗରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଦାବି କରିଛନ୍ତି। ଶେଲଜା ଓ ସଂଗଠନ ପକ୍ଷରୁ ବିଧାୟକମାନଙ୍କୁ ଅଣଦେଖା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।

ସେହିପରି ଦୀର୍ଘ ୮ ବର୍ଷ ହେଲା ଦଳ କୌଣସି ଜିଲ୍ଲା ସଭାପତି ନିଯୁକ୍ତି କରିନି। ଏହି କାରଣରୁ ତୃଣମୂଳସ୍ତରରେ ସଂଗଠନକୁ ସଂପ୍ରସାରଣ କରାଯାଇ ପାରୁନି ବୋଲି ସେମାନେ ଭେନୁଗୋପାଲ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଜଣାଇଛନ୍ତି।

ଅନ୍ୟପକ୍ଷରେ କୁମାରୀ ଶେଲଜା ଏହି ବିବାଦରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ଦଳୀୟ ବିଧାୟକମାନେ ଯଦି ରାଜ୍ୟ ଇନଚାର୍ଜଙ୍କୁ ଭେଟିବାକୁ ଗଲେ ଓ କିଛି କଥା କହିଲେ, ଏଥିରେ କୌଣସି ପ୍ରକାରର ବିଶୃଙ୍ଖଳା ହୋଇଛି ବୋଲି ଭାବିବା ଭୁଲ। ଏହା ସେମାନଙ୍କର ଅଧିକାର। ବଂଶଲ ଶାହେବ ମୋତେ ମିଟିଂ ସମ୍ପର୍କରେ ସବୁ କିଛି କହିଛନ୍ତି। ଏହାକୁ ନେଇ ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି ସେ କହିଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଶେଲଜାଙ୍କୁ ହରିଆଣା ମୁଖ୍ୟ କରିଥିଲା। ହେଲେ ଦଳ ରାଜ୍ୟର ୯୦ଟି ବିଧାନସଭା ଆସନରୁ ୩୧ଟିରେ ଜିତିବାକୁ ସକ୍ଷମ ହୋଇଥିଲା।

Related story