ଗାନ୍ଧି ପରିବାର ବିନା କଂଗ୍ରେସ ଶୂନ: ଦିଗବିଜୟ ସିଂହ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷପଦ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ ପୂର୍ବରୁ ଗାନ୍ଧି ପରିବାରକୁ ପ୍ରଂଶସାରେ ପୋତିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ସେ କହିଛନ୍ତି ଯେ, ନେହରୁ ଗାନ୍ଧି ପରିବାର ବିନା କଂଗ୍ରେସ କିଛି ନୁହଁ। ସେ କହିଛନ୍ତି ଯେ, ଗାନ୍ଧି ପରିବାର ବିନା କଂଗ୍ରେସ ଶୂନ। ବର୍ତ୍ତମାନ ଦଳରେ ଥିବା ଫାଟ ଓ ସଙ୍କଟକୁ ନେଇ ମତ ରଖିଛନ୍ତି  ଦିଗବିଜୟ। ସେ କହିଛନ୍ତି ପାର୍ଟି ଭିତରେ ଅତୀତରେ ଅନେଥର ଫାଟ ସୃଷ୍ଟି ହୋଇଛି। କିନ୍ତୁ […]

Digvijya-singh

  • Published: Thursday, 29 September 2022
  • , Updated: 29 September 2022, 10:30 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷପଦ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ ପୂର୍ବରୁ ଗାନ୍ଧି ପରିବାରକୁ ପ୍ରଂଶସାରେ ପୋତିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ। ସେ କହିଛନ୍ତି ଯେ, ନେହରୁ ଗାନ୍ଧି ପରିବାର ବିନା କଂଗ୍ରେସ କିଛି ନୁହଁ। ସେ କହିଛନ୍ତି ଯେ, ଗାନ୍ଧି ପରିବାର ବିନା କଂଗ୍ରେସ ଶୂନ। ବର୍ତ୍ତମାନ ଦଳରେ ଥିବା ଫାଟ ଓ ସଙ୍କଟକୁ ନେଇ ମତ ରଖିଛନ୍ତି  ଦିଗବିଜୟ। ସେ କହିଛନ୍ତି ପାର୍ଟି ଭିତରେ ଅତୀତରେ ଅନେଥର ଫାଟ ସୃଷ୍ଟି ହୋଇଛି। କିନ୍ତୁ ୯୯ ପ୍ରତିଶତ କଂଗ୍ରେସ ଲୋକେ ଗାନ୍ଧି ପରିବାରକୁ ସମର୍ଥନ କରିଛନ୍ତି। ସ୍ୱାଧୀନତା ପୂର୍ବରୁ ଗାନ୍ଧି ପରିବାର ହିଁ ଦେଶକୁ ବଞ୍ଚାଇଥିଲା। ଅଧ୍ୟକ୍ଷ ପଦ ନିର୍ବାଚନ ନେଇ ସେ କହିଛନ୍ତି ଯେ, ପିସିସିର ପ୍ରତ୍ୟେକ ସଦସ୍ୟ କଂଗ୍ରେସ ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ। ଦଳ ସମସ୍ତଙ୍କୁ ଆଗକୁ ଆସିବାର ସୁଯୋଗ ଦେଇଛି।

କଂଗ୍ରେସ ସଭାପତି ଦୌଡ଼ରେ ସାମିଲ ହୋଇଥିବା ଦିଗବିଜୟ ସିଂହ  ଆଜି ଦିଲ୍ଲୀ ଆସି ନାମାଙ୍କପତ୍ର ସଂଗ୍ରହ କରିଥିବା ବେଳେ ଆସନ୍ତାକାଲି ଦାଖଲ କରିବେ ବୋଲି କହିଛନ୍ତି।   ସଭାପତି ପଦ ପାଇଁ ନିର୍ବାଚନ ଲଢିବେ ବୋଲି ପୂର୍ବରୁ ଘୋଷଣା କରିଥିବା ଶଶୀ ଥରୁର ମଧ୍ୟ ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବା ସମ୍ଭାବନା ରହିଛି ।

ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ହେବାକୁ ଯାଉଥିବା ବେଳେ ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ସୂଚନା ଅନୁଯାୟୀ କଂଗ୍ରେସ ସଭାପତି ରେସରେ ସବୁଠୁ ଆଗରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି ।  କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ପରେ  ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଗେହଲଟ।  ବିଗତ କିଛି ଦିନର ଘଟଣାକ୍ରମକୁ ଦେଖି ନୈତିକତା ଦୃଷ୍ଟିରୁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଲଢିବେନି ବୋଲି  ସେ କହିଛନ୍ତି।

Related story