ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରାଉ କରିବ କଂଗ୍ରେସ!

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ବଡ଼ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ। ଆସନ୍ତା ଅଗଷ୍ଟ ୫ ତାରିଖରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ  ଆନ୍ଦୋଳନ କରାଯିବ। ଏହି ବଡ଼ ଆନ୍ଦୋଳନ ସମୟରେ ଦଳ ସଂସଦରୁ ରାଷ୍ଟ୍ରପତି ଭବନ ଯାଏ ଶୋଭାଯାତ୍ରା କରିବ। ସେହିପରି କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ମଧ୍ୟ ଘେରାଉ କରିବାକୁ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଘେରାଉରେ କଂଗ୍ରେସ ୱାର୍କିଂ କମିଟି ଓ ବରିଷ୍ଠ ସଦସ୍ୟମାନେ ସାମିଲ ହେବେ। […]

Gerao

  • Published: Saturday, 30 July 2022
  • , Updated: 30 July 2022, 08:42 PM IST

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ ବଡ଼ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ। ଆସନ୍ତା ଅଗଷ୍ଟ ୫ ତାରିଖରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ  ଆନ୍ଦୋଳନ କରାଯିବ। ଏହି ବଡ଼ ଆନ୍ଦୋଳନ ସମୟରେ ଦଳ ସଂସଦରୁ ରାଷ୍ଟ୍ରପତି ଭବନ ଯାଏ ଶୋଭାଯାତ୍ରା କରିବ। ସେହିପରି କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ମଧ୍ୟ ଘେରାଉ କରିବାକୁ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଘେରାଉରେ କଂଗ୍ରେସ ୱାର୍କିଂ କମିଟି ଓ ବରିଷ୍ଠ ସଦସ୍ୟମାନେ ସାମିଲ ହେବେ।

ମିଳିଥିବା ସୂଚନା ଅନୁସାରେ କଂଗ୍ରେସର ସମସ୍ତ ରାଜ୍ୟସଭା ଓ ଲୋକସଭା ସଦସ୍ୟମାନେ ‘ଚାଲୋ ରାଷ୍ଟ୍ରପତି ଭବନ’ ଶୋଭାଯାତ୍ରାରେ ସାମିଲ ହେବେ। ସେହିପରି ରାଜ୍ୟଗୁଡ଼ିକରେ ଦଳର ବିଧାୟକ, ଏମଏଲସି, ପୂର୍ବତନ ସାଂସଦ ଓ ବରିଷ୍ଠ ନେତାମାନେ ରାଜଭବନ ଘେରାଉ କରିବେ। ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଦେଶବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଆନ୍ଦୋଳନରେ ସାମିଲ ହେବାକୁ କଂଗ୍ରେସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତେ ଆନ୍ଦୋଳନରେ ସାମିଲ ହୋଇ ସାମୂହିକ କୋର୍ଟ ଆରେଷ୍ଟ ହେବାକୁ ମଧ୍ୟ ଦଳ କହିଛି।

ବର୍ତ୍ତମାନ ଦରବୃଦ୍ଧି ସାଂଘାତିକ ସ୍ଥିତିରେ ପହଞ୍ଚିଛି। ସେହିପରି ବେକାରୀ ସମସ୍ୟା ମଧ୍ୟ ବୃଦ୍ଧି ପାଉଛି। ଏହା ଉପରେ ବିତର୍କ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ କରୁଛନ୍ତି। ବିରୋଧଙ୍କ ଚାପରେ ଚେପା ସରକାର ସମ୍ଭବତଃ ସୋମବାର ଲୋକସଭାରେ ଓ ମଙ୍ଗଳବାର ରାଜ୍ୟସଭାରେ ଏହି ପ୍ରସଙ୍ଗରେ ବିତର୍କ କରିପାରନ୍ତି। କିନ୍ତୁ ଏଯାଏ ଏହା ଉପରେ ସ୍ପଷ୍ଟ ସୂଚନା ମିଳିନି। ଜୁଲାଇ ୧୮ରୁ ସଂସଦ ଅଧିବେଶନ ଆରମ୍ଭ ହେବା ଦିନଠାରୁ ହିଁ ବିରୋଧୀ ଦଳଗୁଡ଼ିକ ଦରଦାମ ବୃଦ୍ଧି ଓ ଜିଏସଟି ପ୍ରସଙ୍ଗ ଉଠାଉଛନ୍ତି।

Related story