କିଏ ନେବ କଂଗ୍ରେସର ଦାୟିତ୍ୱ ? ସୋନିଆଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ

ନୂଆଦିଲ୍ଲୀ: ସମ୍ପ୍ରତି ୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ। ପରାଜୟର ସମୀକ୍ଷା ପାଇଁ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ସିଡବ୍ଲ୍ୟୃସି ବୈଠକ ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ ଚାଲିଥିବା ବୈଠକରେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସହ ଅନ୍ୟ ନେତୃବୃନ୍ଦମାନେ ଉପସ୍ଥିତ ଅଛନ୍ତି। ଏଆଇସିସି ଅଫିସରେ ଚାଲିଥିବା ବୈଠକରେ ଦଳର ଦୁର୍ବଳ ପ୍ରଦର୍ଶନକୁ ନେଇ କାରଣ ଖୋଜା ଚାଲିଛି। ୫ ରାଜ୍ୟ ତଥା ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର, […]

congress

Tapas Behera
  • Published: Sunday, 13 March 2022
  • , Updated: 13 March 2022, 05:57 PM IST

ନୂଆଦିଲ୍ଲୀ: ସମ୍ପ୍ରତି ୫ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ନେଇ ଆରମ୍ଭ ହୋଇଛି ମାନସ ମନ୍ଥନ। ପରାଜୟର ସମୀକ୍ଷା ପାଇଁ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ସିଡବ୍ଲ୍ୟୃସି ବୈଠକ ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ ଚାଲିଥିବା ବୈଠକରେ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କ ସହ ଅନ୍ୟ ନେତୃବୃନ୍ଦମାନେ ଉପସ୍ଥିତ ଅଛନ୍ତି। ଏଆଇସିସି ଅଫିସରେ ଚାଲିଥିବା ବୈଠକରେ ଦଳର ଦୁର୍ବଳ ପ୍ରଦର୍ଶନକୁ ନେଇ କାରଣ ଖୋଜା ଚାଲିଛି। ୫ ରାଜ୍ୟ ତଥା ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର, ଗୋଆରେ ସଦ୍ୟ ସମାପ୍ତ ବିଧାନସଭା ସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଏମିତି କି ପୂର୍ବରୁ ହାତରେ ଥିବା ପଞ୍ଜାବ ମଧ୍ୟ ଖସିଯାଇଛି।
https://twitter.com/ANI/status/1502957856660017154?s=20&t=Vw6NUcTwjfqeT36RznLaBQ

ଏବେ ଦେଶରେ କଂଗ୍ରେସର ମାତ୍ର ୨ଟି ରାଜ୍ୟରେ ସରକାର ଅଛି। କଂଗ୍ରେସର ସ୍ଥିତି ସଙ୍କଟାପନ୍ନ ହୋଇପଡ଼ିଥିବାରୁ ଦଳରେ ଜି-୨୩ ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ହୋଇ ନେତୃତ୍ୱ ପରିବର୍ତ୍ତନ ପାଇଁ ସ୍ୱର ଉଠାଇଥିଲା। ଦଳରେ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଏବଂ ପୁଣିଥରେ ସ୍ଥିତି ମଜଭୁତ କରିବା ଆଶାରେ ଗାନ୍ଧି ପରିବାର ପଦ ଛାଡ଼ିବା ନେଇ ଗତକାଲି ଚର୍ଚ୍ଚା ହୋଇଥିଲା। ସୋନିଆ ଗାନ୍ଧି ଏବେ କଂଗ୍ରେସରେ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଥିବା ବେଳେ ରାହୁଲ ଏବଂ ପ୍ରିୟଙ୍କା ମଧ୍ୟ ବଡ଼ ପଦପଦବିରେ ଅଛନ୍ତି। ଗାନ୍ଧି ପାରିବାରର ଏହି ୩ ସଦସ୍ୟ ୟୁପି ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟ ଚେହେରା ଥିଲେ। ୟୁପି ପାଇଁ ପ୍ରିୟଙ୍କା ଗାନ୍ଧି ମଧ୍ୟ ଟ୍ରମ୍ପ କାର୍ଡ଼ ଥିଲେ। ହେଲେ ଗାନ୍ଧି ପରିବାର ନେତୃତ୍ୱକୁ ୟୁପି ସମେତ ସବୁଠି ପ୍ରତ୍ୟାଖ୍ୟାନ କରିଛନ୍ତି ଜନତା।
ସଦ୍ୟ ନିର୍ବାଚନରେ ଲଜ୍ଜାଜନକ ପରାଜୟ ପରେ ଗାନ୍ଧି ପରିବାରରେ ଚେତା ପଶିଛି। ତେଣୁ ମାନସମନ୍ଥନ ପାଇଁ କଂଗ୍ରେସ ଜରୁରୀ ବୈଠକ ଡାକିଛି। ସେହି ଅନୁଯାୟୀ ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବିସିଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ମଲ୍ଲିକାର୍ଜୁନ ଖାଡ଼ଗେ, ପି.ଚିଦାମ୍ବରମ, ଅଶୋକ ଗେହେଲଟ, ଭୁପେଶ ବାଘେଲ ଏବଂ ହରିଶ ରାୱତଙ୍କ ଭଳି ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି।

Related story