ରାହୁଲ ହେବେ ପ୍ରଧାନମନ୍ତ୍ରୀ: ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ: ଦଳ ବଦଳିଲା, ମନ ବି ବଦଳି ଗଲା। କଂଗ୍ରେସରେ ଥିବା ବେଳେ ବର୍ତ୍ତମାନର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଥିଲେ ରାହୁଲ ଗାନ୍ଧି ହେବେ ଦେଶର ପ୍ରଧାନ ମନ୍ତ୍ରୀ। ଏବେ ରାହୁଲ ଗାନ୍ଧି ଯେତେବେଳେ ‘ଭାରତ ଯୋଡୋ’ ଯାତ୍ରା ଆରମ୍ଭ କରିଛନ୍ତି ସେତେବେଳେ କଂଗ୍ରେସ ଓ ରାହୁଲଙ୍କ ଆଭିମୁଖ୍ୟକୁ ନେଇ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି ହିମନ୍ତ ବିଶ୍ୱ ଶର୍ମା। ଏଥିରୁ ସ୍ପଷ୍ଟ ଯେ ଦଳ ବଦଳିଲେ ନେତାଙ୍କ ମୁଡ୍ ଓ ଆଭିମୁଖ୍ୟ ବି ବଦଳିଯାଏ। ୨୦୧୦ରେ […]

assam-cm-himanta-biswa-sarma

Madhupriya Mistry
  • Published: Saturday, 10 September 2022
  • , Updated: 10 September 2022, 03:29 PM IST

ନୂଆଦିଲ୍ଲୀ: ଦଳ ବଦଳିଲା, ମନ ବି ବଦଳି ଗଲା। କଂଗ୍ରେସରେ ଥିବା ବେଳେ ବର୍ତ୍ତମାନର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଥିଲେ ରାହୁଲ ଗାନ୍ଧି ହେବେ ଦେଶର ପ୍ରଧାନ ମନ୍ତ୍ରୀ। ଏବେ ରାହୁଲ ଗାନ୍ଧି ଯେତେବେଳେ 'ଭାରତ ଯୋଡୋ' ଯାତ୍ରା ଆରମ୍ଭ କରିଛନ୍ତି ସେତେବେଳେ କଂଗ୍ରେସ ଓ ରାହୁଲଙ୍କ ଆଭିମୁଖ୍ୟକୁ ନେଇ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି ହିମନ୍ତ ବିଶ୍ୱ ଶର୍ମା। ଏଥିରୁ ସ୍ପଷ୍ଟ ଯେ ଦଳ ବଦଳିଲେ ନେତାଙ୍କ ମୁଡ୍ ଓ ଆଭିମୁଖ୍ୟ ବି ବଦଳିଯାଏ।

୨୦୧୦ରେ ହିମନ୍ତ ବିଶ୍ୱ ଶର୍ମା ଟ୍ୱିଟ୍‌ କରି ରାହୁଲ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ୧୨ ବର୍ଷ ପୁରୁଣା ଟ୍ୱିଟ୍‌ର ସ୍କ୍ରିନ ଶଟ୍‌କୁ ଏବେ କଂଗ୍ରେସ ଶେଆର କରି ତାଙ୍କୁ ତାଙ୍କ ଟାର୍ଗେଟ୍‌ର କଡା ଜବାବ ଦେଇଛି। ଆସାମ ମୁଖ୍ୟମନ୍ତ୍ରୀ ଏହି ଟ୍ୱିଟ୍‌ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଏହି ଟ୍ୱିଟ୍‌କୁ ନେଇ ବିରୋଧୀ ତାଙ୍କୁ ଜୋରଦାର ଟାର୍ଗେଟ୍‌ ମଧ୍ୟ କରିଛନ୍ତି।

https://twitter.com/manickamtagore/status/1568152110755356672?s=20&t=r7lYhnz4xl0ubGJCpz8qhA

କଂଗ୍ରେସ ନେତା ମଣିକମ୍‌ ଟାଗୋର ଟ୍ୱିଟ୍‌ର ଏକ କୋଲାଜ୍‌ ଶେଆର କରିଛନ୍ତି। ଯେଉଁଥିରେ ଗୋଟିଏ ପଟେ ରାହୁଲ ଗାନ୍ଧିଙ୍କୁ ଥଟ୍ଟା କରି ପୋଷ୍ଟ ରହିଥିବା ବେଳେ ଅନ୍ୟ ପଟେ ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରୁଥିବା ଟ୍ୱିଟର ସ୍କ୍ରିନଶଟ ରହିଛି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ବୋଧିତ କରି ସେ ଲେଖିଛନ୍ତି, 'ପ୍ରିୟ ନରେନ୍ଦ୍ର ମୋଦି ଜୀ, ହିମନ୍ତ ବିଶ୍ୱ ସର୍ମା କାହାକୁ ଠକିଛନ୍ତି? ତାଙ୍କର ଟ୍ରାକ୍ ରେକର୍ଡ ଦୃଶ୍ୟମାନ ହେଉଛି। ତାଙ୍କଠାରୁ ସାବଧାନ ରୁହନ୍ତୁ। ମୁଁ ଜାଣେ ଆପଣ ତାଙ୍କୁ ଠକିବାକୁ ଦେବ ନାହିଁ।'

ଉଲ୍ଲେଖଯୋଗ୍ୟ, ଆସାମ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ରାହୁଲ ଗାନ୍ଧିଙ୍କ ଏକ ପାରେଡ୍‌ର ଭିଡିଓ ଶେଆର କରିଥିଲେ, ଯେଉଁଥିରେ ରାହୁଲଙ୍କୁ କାର୍ଟୁନ୍ ଚରିତ୍ର ଭାବରେ ଦର୍ଶାଯାଇଥିଲା। ସେ ଏଥିରେ ମଜାଳିଆ ଜିଙ୍ଗଲ୍ ଗାଉଥିବା ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ବୁଧବାର ଦିନ ହିମନ୍ତ ବିଶ୍ୱ ଶର୍ମା ରାହୁଲଙ୍କୁ ଟାର୍ଗେଟ୍‌ କରି କଂଗ୍ରେସର 'ଭାରତ ଯୋଡୋ ଯାତ୍ରା'କୁ 'ଶତାବ୍ଦୀର କମେଡି' ବୋଲି କହିଥିଲେ।

୨୦୧୫ରେ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ। ସେବେଠାରୁ ସେ ରାହୁଲ ଗାନ୍ଧିଙ୍କ ଜଣେ ସମାଲୋଚକ ଭାବରେ ତାଙ୍କୁ ବାରମ୍ବାର ଟାର୍ଗେଟ୍‌ କରୁଛନ୍ତି।

Related story